ETV Bharat / entertainment

ବଲିଉଡରେ ସାମନ୍ଥାଙ୍କ ଏଣ୍ଟ୍ରି, ଜାଣନ୍ତୁ କେଉଁ ଅଭିନେତାଙ୍କ ସହ କରିବେ ରୋମାନ୍ସ

author img

By

Published : Jul 7, 2022, 7:48 AM IST

ସାମନ୍ଥା ଖୁବ ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । କୁହାଯାଉଛି ଯେ, ଏହି ଚଳଚ୍ଚିତ୍ରର କାଗଜପତ୍ର କାମ ମଧ୍ୟ ଶେଷ ହୋଇଛି । ନିକଟରେ ସୁଟିଂ ସମୟ ଏବଂ ତାରିଖ ମଧ୍ୟ ନିଶ୍ଚିତ ହୋଇଛି। ଅଧିକ ପଢନ୍ତୁ

ବଲିଉଡରେ ସାମନ୍ଥାଙ୍କ ଏଣ୍ଟ୍ରି, ଜାଣନ୍ତୁ କେଉଁ ଅଭିନେତାଙ୍କ ସହ କରିବେ ରୋମାନ୍ସ
ବଲିଉଡରେ ସାମନ୍ଥାଙ୍କ ଏଣ୍ଟ୍ରି, ଜାଣନ୍ତୁ କେଉଁ ଅଭିନେତାଙ୍କ ସହ କରିବେ ରୋମାନ୍ସ

ହାଇଦ୍ରାବାଦ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରହିଟ୍ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ବ୍ଲକବଷ୍ଟର ଫିଲ୍ମ 'ପୁଷ୍ପା-ଦ ରାଇଜ୍'ରେ ଆଇଟମ୍ ଗୀତ 'ଓ ଅନ୍ତୱା' ପ୍ରଦର୍ଶନ କରି ଧମାଲ ମଚାଇ ଦେଇଥିଲେ। ଏହାପରଠୁ ସାମନ୍ଥା ବହୁତ ଲୋକପ୍ରିୟ ହୋଇଯାଇଛନ୍ତି । ବର୍ତ୍ତମାନ ଆଉ ଏକ ଖବର ଆସୁଛି ଯେ, ସାମନ୍ଥା ଖୁବ ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମନୋଜ ବାଜପେୟୀଙ୍କ ୱେବ୍ ସିରିଜ୍ 'ଫ୍ୟାମିଲି ମ୍ୟାନ୍-୨'ରେ ଅଭିନୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ସାମନ୍ଥା ବର୍ତ୍ତମାନ ବଲିଉଡରେ ପାଦ ଦେବାକୁ ଯାଉଛନ୍ତି । କୁହାଯାଉଛି ଯେ ସାମନ୍ଥା ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଦୀନେଶ ଭିଜାନ ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରିବାକୁ ଯାଉଛନ୍ତି ଏବଂ କୁହାଯାଉଛି ଯେ ଏହି ଚଳଚ୍ଚିତ୍ରର କାଗଜପତ୍ର କାମ ମଧ୍ୟ ଶେଷ ହୋଇଛି । ନିକଟରେ ସୁଟିଂ ସମୟ ଏବଂ ତାରିଖ ମଧ୍ୟ ନିଶ୍ଚିତ ହୋଇଛି। କିନ୍ତୁ ନିର୍ମାତାମାନେ ଏପର୍ଯ୍ୟନ୍ତ କିଛି ଖୁଲାସା କରିନାହାଁନ୍ତି।

କୁହାଯାଉଛି ଯେ, ସାମନ୍ଥା ଏବଂ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଏହି ଚଳଚ୍ଚିତ୍ର 2023 ରେ ମଧ୍ୟରେ ମୁକ୍ତିଲାଭ କରିବ। ଖବର ଅନୁଯାୟୀ, ସାମନ୍ଥା ତାଙ୍କର ଦ୍ୱିତୀୟ ବଲିଉଡ ପ୍ରୋଜେକ୍ଟରେ ମଧ୍ୟ ସାଇନ୍‌ କରିଛନ୍ତି ଏବଂ ଏହାର ସୁଟିଂ 2023 ରେ ଆରମ୍ଭ ହେବ ।

ଉଲ୍ଲେଖନୀୟ ଯେ, ସାମନ୍ଥା ରୁଥ ପ୍ରଭୁଙ୍କୁ ପ୍ରଥମ ଥର ପାଇଁ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଲୋକପ୍ରିୟ ଟକ୍ ସୋ କଫି ଓ୍ବିଥ୍‌ କରଣରେ ଦେଖିବାକୁ ମିଳିବ । ଏହି ଧାରାବାହିକର ଏକ ପ୍ରୋମୋ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ସାମନ୍ଥା ଏବଂ ଅକ୍ଷୟ କୁମାର ସୋ’ରେ ବସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.