ହାଇଦ୍ରାବାଦ: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ଏବଂ ପଞ୍ଜାବୀ ଗାୟକ ମିକା ସିଂହଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ଏହି ଘଟଣା ମଧ୍ୟରେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀମାନେ ସଲମାନ ଖାନଙ୍କୁ ମଧ୍ୟ ହତ୍ୟା କରିବା ପାଇଁ ଏକ ଷଡଯନ୍ତ୍ର ରଚିଥିଲେ। କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କ ସଂପୃକ୍ତି ଯୋଗୁଁ ଲରେନ୍ସ ତାଙ୍କୁ ପୂର୍ବରୁ ଧମକ ଦେଇଥିବା କୁହାଯାଉଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିଦ୍ଧୁଙ୍କ ମୃତ୍ୟୁ ପାଇଁ ଯୋଜନା ଦିଲ୍ଲୀର ତିହାର ଜେଲରେ ହୋଇଥିଲା, ଯେଉଁଥିରେ କୁହାଯାଇଛି ଯେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ କାନାଡାରେ ବସିଥିବା ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାଡଙ୍କ ସହ କଥାବାର୍ତ୍ତା ହୋଇଥିଲେ। ବିଷ୍ଣୋଇଙ୍କୁ ଦିଲ୍ଲୀର ତିହାର ଜେଲ ନମ୍ବର 8ରେ ରଖାଯାଇଛି ।
ଏହି ଘଟଣା ପରେ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବଢାଇଥିବା ପୋଲିସ କହିଛି। ଅନ୍ୟପକ୍ଷରେ ମିକା ଏବେ ଯୋଧପୁରରେ ଏକ ରିଆଲିଟି ଟିଭି ସୋ’ର ସୁଟିଂ କରୁଛନ୍ତି। ମିକା ସିଂହ କହିଛନ୍ତି ଯେ ସିଦ୍ଧୁ ମୁସେୱାଲାଙ୍କୁ ଗ୍ୟାଙ୍ଗଷ୍ଟରଠାରୁ ଅନେକ ଧମକ ମିଳିଥିଲା ଏବଂ ତାଙ୍କୁ ମଧ୍ୟ କିଛି ଲୋକ ଧମକାଇଥିଲେ ।