ETV Bharat / entertainment

KICK 2: ସରିଛି ସ୍କ୍ରିପ୍ଟିଂ ଶୀଘ୍ର ଆରମ୍ଭ ସୁଟିଂ, ପୁଣି ଡେଭିଲ ସାଜି ବଡ଼ ପରଦାକୁ ଫେରିବେ ଭାଇଜାନ

author img

By

Published : Jul 14, 2023, 4:50 PM IST

ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ଭାଇଜାନ ପୁଣି କିକ୍‌ 2 ସହ ବଡ଼ ପରଦାରେ ଧମାକା କରିବାକୁ ଯାଉଛନ୍ତି । ଫିଲ୍ମକୁ ନେଇ ନିର୍ମାତା ଅପଡେଟ୍‌ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ସରିଛି ସ୍କ୍ରିପ୍ଟିଂ ଶୀଘ୍ର ଆରମ୍ଭ ସୁଟିଂ, ପୁଣି ଡେଭିଲ ସାଜି ବଡ ପରଦାକୁ ଫେରିବେ ସଲମାନ

ମୁମ୍ବାଇ: ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ସଲମାନ ଖାନ୍‌ଙ୍କ ଆକ୍ସନ୍-ଡ୍ରାମା ଚଳଚ୍ଚିତ୍ର କିକ୍‌ର ଦ୍ୱିତୀୟ ଭାଗରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶକ ସାଜିଦ ନାଦିଆଡୱାଲା 'କିକ୍-୨' ବିଷୟରେ ଏକ ବଡ୍‌ ଅପଡେଟ୍ ଦେଇଛନ୍ତି । ଫିଲ୍ମର ସ୍କ୍ରିପ୍ଟିଂ ସରିଥିବା କହିଛନ୍ତି ସାଜିଦ । ଖୁବଶୀଘ୍ର 'କିକ୍ ୨'ର ସୁଟିଂ ଆରମ୍ଭ ହେବ ।

2014 ମସିହାରେ ରିଲିଜ ହୋଇଥିବା ଫିଲ୍ମ 'କିକ୍' ବକ୍ସ ଅଫିସରେ ସୁପର ହିଟ୍ ସାବ୍ୟସ୍ତ ହୋଇଥିଲା । ସଲମାନଙ୍କ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ମନ ଜିତିଥିଲା । ଏହି ଫିଲ୍ମ 200 କୋଟିରୁ ଅଧିକ କଲେକ୍ସନ କରି ସଫଳତା ହାସଲ କରିଥିଲା। ଏହାପରେ ପ୍ରଶଂସକମାନେ ଏହାର ସିକ୍ୱେଲ୍କୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ତେବେ ନିକଟରେ ଏକ ସାକ୍ଷାତକାରରେ ନାଦିଆଡୱାଲ କିକ୍‌ ଫିଲ୍ମର ସିକ୍ୱେଲ୍‌ ଅର୍ଥାତ କିକ୍‌-2କୁ ନେଇ କହିଛନ୍ତି ଯେ, ଫିଲ୍ମର ସ୍କ୍ରିପ୍ଟିଂ ଶେଷ ହୋଇଛି । କାମ ଶୀଘ୍ର ଆରମ୍ଭ ହେବ । ତେବେ 9 ବର୍ଷ ପରେ ପୁଣି ସାଜି ହୋଇ ବଡ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ହେଉଛନ୍ତି ସଲମାନ ଖାନ୍‌ ।

ସେ ଆହୁରି କହିଛନ୍ତି, “ମୁଁ କିକ୍‌ ସହ ନିଜକୁ ନିର୍ଦ୍ଦେଶକ ଭାବେ ଲଞ୍ଚ କଲି ଏବଂ ଏହା ମୋର ପ୍ରିୟ ଫିଲ୍ମ । ବର୍ତ୍ତମାନ, ମୁଁ ପ୍ରତିଜ୍ଞା କରୁଛି କିକ୍ ଧମାକା କରିବ । ଫିଲ୍ମର ସ୍କ୍ରିପ୍ଟିଂ ଶେଷ ହୋଇଛି । ହେଲେ ଟିକିଏ ସମୟ ଲାଗିବ । ଏହାର ରିଲିଜ୍ ପାଇଁ ଆମକୁ ବଡ଼ ସ୍କେଲ୍ ଏବଂ ଠିକ ସମୟ ଆବଶ୍ୟକ । କିକ୍ ପ୍ରସ୍ତୁତ କରିବାକୁ, ଆମକୁ ସିନେମା ଫ୍ୟାଶନକୁ ଫେରାଇ ଆଣିବାକୁ ପଡ଼ିବ । ପରିସ୍ଥିତି ସ୍ୱାଭାବିକ ହେବା ପରେ କିକ୍-2 ରିଲିଜ କରିବାକୁ ପ୍ରସ୍ତୁତ ହେବି ।"

ଏହା ମଧ୍ୟ ପଢନ୍ତୁ: ଟାଇଗର 3 ସେଟ୍‌ରେ ସଲମାନ ଆହତ, ଫଟୋ ସେୟାର କରି ଲେଖିଲେ ଟାଇଗର ଜଖମି ହେ

ସଲମାନ ଖାନ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ସଲମାନ ଖାନ ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ଟାଇଗର-3ରେ ନଜର ଆସିବେ। ଏହି ଫିଲ୍ମ ଚଳିତବର୍ଷ ଦିୱାଲୀରେ ରିଲିଜ କରିବ । ଏହି ଫିଲ୍ମରେ ଶାହରୁଖ ଖାନ ମଧ୍ୟ ଏକ କ୍ୟାମିଓ ରୋଲରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଇମ୍ରାନ ହାଶମି ଭିଲେନ ଭୂମିକାରେ ଅଭିନୟ କରିବେ ଏବଂ ପୁଣିଥରେ କ୍ୟାଟ୍ରିନା କୈଫଙ୍କୁ ଆକ୍ସନ୍ ସିନ୍‌ କରୁଥିବା ଦେଖିବାକୁ ମିଳିବ। ନିକଟରେ ରିଲିଜ ହୋଇଥିବା ସଲମାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ ଫ୍ଲପ୍‌ ହେବା ପରେ ଟାଇଗର-3ର ଭଲ ପ୍ରଦର୍ଶନ ସହ ଭଲ ଆୟ କରି ରେକର୍ଡ କରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.