ETV Bharat / entertainment

Dono: ରାଜବୀର-ପାଲୋମାଙ୍କ ଡେବ୍ୟୁ ଫିଲ୍ମର ଟାଇଟଲ ଟ୍ରାକ ଲଞ୍ଚ କଲେ ସଲମାନ ଖାନ

author img

By

Published : Aug 16, 2023, 2:18 PM IST

ସନ୍ନି ଦେଓଲଙ୍କ ସାନ ପୁଅ ରାଜବୀର ଏବଂ ପୁନମ ଡ଼ିଲନଙ୍କ ଝିଅ ପାଲୋମାଙ୍କ ଫିଲ୍ମ 'ଦୋନୋ' ସହ ବଲିଉଡରେ ଡେବ୍ୟୁ କରିବେ । ଆଜି ଫିଲ୍ମର ଟାଇଟଲ ଟ୍ରାକ ରିଲିଜ ହୋଇଛି । ସଲମାନ ଖାନ ଏହାକୁ ଲଞ୍ଚ କରିଛନ୍ତି । ଅଧିକ ପଢନ୍ତୁ

ରାଜବୀର-ପାଲୋମାଙ୍କ ଡେବ୍ୟୁ ଫିଲ୍ମର ଟାଇଟଲ ଟ୍ରାକ ଲଞ୍ଚ କଲେ ସଲମାନ ଖାନ

ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ସାନପୁଅ ରାଜବୀର ଦେଓଲ ଏବଂ ଅଭିନେତ୍ରୀ ପୁନମ ଡ଼ିଲନଙ୍କ ଝିଅ ପାଲୋମା ଡ଼ିଲନ ବଲିଉଡରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ଅଛନ୍ତି । ସେ ଅବନୀଶ ବରଜାତ୍ୟାଙ୍କ ଫିଲ୍ମ 'ଦୋନୋ' ସହ ବଲିଉଡରେ ପାଦ ଦେବାକୁ ଯାଉଛନ୍ତି । ନିକଟରେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଥିଲା । ଆଉ ଏବେ ଫିଲ୍ମର ପ୍ରଥମ ଗୀତ ଆଜି ଲଞ୍ଚ ହୋଇଛି । ବଲିଉଡ ଅଭିନେତା ସଲମାନ ଖାନ ଫିଲ୍ମ 'ଦୋନୋ'ର ଟାଇଟଲ ଟ୍ରାକ ରିଲିଜ କରିଛନ୍ତି । ମେନ ପ୍ୟାର କିୟା ଫିଲ୍ମର ସଲମାନଙ୍କ ସହ ଅଭିନେତ୍ରୀ ଭାଗ୍ୟଶ୍ରୀ ଏବଂ ନିଜେ ସଲମାନ ସୋସିଆଲ ମିଡିଆରେ ଏହି ଗୀତକୁ ସେୟାର କରିଛନ୍ତି ।

ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବଂ ଭାଗ୍ୟଶ୍ରୀ ଆଜି ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ 'ଦୋନୋ'ର ଟ୍ରାକ ରିଲିଜ କରିବା ସହ ସନ୍ନି ଦେଓଲଙ୍କ ପୁଅ ରାଜବୀର ଦେଓଲ, ପାଲୋମା ଡ଼ିଲନ ଏବଂ ଅବନୀଶଙ୍କ ଏହି ଫିଲ୍ମ ପାଇଁ ଶୁଭକାମନା ଜଣାଇଛନ୍ତି । ଟ୍ରାକ୍ ସେୟାର୍ କରିବାବେଳେ ସୁପରଷ୍ଟାର୍ ଲାଲ୍ ହାର୍ଟ ଇମୋଜି ସହ କ୍ୟାପସନରେ ଲେଖିଛନ୍ତି, 'ହମ୍ ଦୋନୋ ସେ ଆପ୍ ସବ କେ ଲିୟେ (ଆମେ ଦୁହିଁଙ୍କ ଠାରୁ ଆପଣ ସମସ୍ତଙ୍କ ପାଇଁ)।' ଏ ଦୁହେଁ । ଟାଲେଣ୍ଟେଡ ଅବନୀଶ ବଡଜାତ୍ୟା, ରାଇଜିଂ ଷ୍ଟାର ରାଜବୀର ଦେଓଲ ଏବଂ ପାଲୋମା ଡ଼ିଲନଙ୍କୁ ଆମର ଶୁଭେଚ୍ଛା । ଦୋନୋର ବର୍ତ୍ତମାନ ଟ୍ରାକ୍ ରିଲିଜ ।' ଫିଲ୍ମର ଏହି ଟାଇଟଲ୍ ଗୀତକୁ ବଲିଉଡ ଗାୟକ ଅରମାନ ମଲିକ ଗାଇଥିବାବେଳେ ସଙ୍ଗୀତଟି ଶଙ୍କର ଏହସାନ ଲୋୟ ନିର୍ଦ୍ଦେଶନା ଦେଇଛନ୍ତି । ଗୀତିକାର ଇରଶାଦ କାମିଲ ଏହି ମଜାଳିଆ ରୋମାଣ୍ଟିକ ଗୀତ ଲେଖିଛନ୍ତି ।

ରାଜବୀର ଏବଂ ପାଲୋମାଙ୍କ ବ୍ୟତୀତ ଅଭିନାଶ ମଧ୍ୟ ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି । ଚଳଚ୍ଚିତ୍ରର କାହାଣୀ କହିବାକୁ ଗଲେ, ଏକ ଆଧୁନିକ ପ୍ରେମ କାହାଣୀକୁ ଦର୍ଶାଯାଇଛି, ଯାହାର ଏକ ଝଲକ ଟିଜରରେ ମଧ୍ୟ ଦେଖାଯାଇଛି । ତେବେ ଟିଜରରେ ରାଜବୀର ଏବଂ ପଲୋମାଙ୍କ କେମେଷ୍ଟ୍ରି ଦେଖି ପ୍ରଶଂସକମାନେ ବଲିଉଡର ଏହି ନୂଆ ଯୋଡିଙ୍କ ଫିଲ୍ମ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ଖୁବ ଶୀଘ୍ର ପ୍ରେକ୍ଷାଳୟରେ ରିଲିଜ କରିବ ।

ଏହା ମଧ୍ୟ ପଢନ୍ତୁ: ରାଜବୀର ଦେଓଲ୍ ଓ ପଲୋମା ଡ଼ିଲନ୍ ତାରକାଙ୍କ ଡେବ୍ୟୁ ଫିଲ୍ମ 'ଦୋନୋ' ଟିଜର ରିଲିଜ

ସୂଚନା ଥାଉ କି, ସନ୍ନି ଦେଓଲ 22 ବର୍ଷ ପରେ ପୁଣି ଥରେ ଗଦର 2 ସହ ବକ୍ସ ଅଫିସରେ ଧମାକା କରିଛନ୍ତି । ଅଗଷ୍ଟ 11ରେ ରିଲିଜ ହୋଇଥିବା ସନ୍ନି ଦେଓଲଙ୍କ ଏହି ପିଲ୍ମ 5 ଦିନ ମଧ୍ୟରେ 200 କୋଟି କ୍ଲବରେ ସାମଲ ହୋଇଛି। 'ଗଦର ୨' ରିଲିଜ୍ ପୂର୍ବରୁ ସନ୍ନି ବଡ ଘୋଷଣା କରି ତାଙ୍କ ସାନପୁଅ ରାଜବୀର ଦେଓଲଙ୍କୁ ବଲିଉଡରେ ଲଞ୍ଚ କରିଥିଲେ । ଫିଲ୍ମର ଏକ ପୋଷ୍ଟର ରିଲିଜ କରି ଫିଲ୍ମ ବିଷୟରେ ତଥ୍ୟ ସେୟାର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.