ETV Bharat / entertainment

ବଦଳିଲା ସଲମାନଙ୍କ ଫିଲ୍ମ ନାଁ, କଭି ଇଦ୍ କଭି ଦିୱାଲିରୁ ହେଲା ଭାଇଜାନ୍‌

author img

By

Published : Jun 7, 2022, 5:32 PM IST

କଭି ଇଦ୍ କଭି ଦିୱାଲିର ନାମ ପରିବର୍ତ୍ତନ କରାଯାଇଛି ଏବଂ ବର୍ତ୍ତମାନ ଏଥିରେ ଏକ ନୂଆ ଅଭିନେତାଙ୍କ ଏଣ୍ଟ୍ରି ହୋଇଛି । ଫିଲ୍ମର ନାମ 'କଭି ଇଦ୍ କଭି ଦିୱାଲିର ନାମ ଭାଇଜାନରେ ପରିବର୍ତ୍ତନ କରାଯାଇଛି । ଅଧିକ ପଢନ୍ତୁ

ବଦଳିଲା ସଲମାନଙ୍କ ଫିଲ୍ମ ନାମ, କଭି ଇଦ୍ କଭି ଦିୱାଲିରୁ ହେଲା ଭାଇଜାନ୍‌

ହାଇଦ୍ରାବାଦ: ଆଜିକାଲି ସଲମାନ ଖାନ ଅନେକ ଚର୍ଚ୍ଚାରେ ଅଛନ୍ତି। ଗୋଟିଏ ପଟେ ସେ ତାଙ୍କ ଚଳଚ୍ଚିତ୍ରର ସୁଟିଂ ପାଇଁ ଚର୍ଚ୍ଚାରେ ଥିବା ବେଳେ ଅନ୍ୟ ପଟେ ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀଙ୍କ ଦ୍ୱାରା ତାଙ୍କୁ ଧମକ ଦିଆଯାଉଥିବା କଥା ସାମ୍ନାକୁ ଆସୁଛି। ଏଥର ସଲମାନ ଖାନଙ୍କ ଚର୍ଚ୍ଚାକୁ ଆସିବାର କାରଣ ହେଉଛି ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'କଭି ଇଦ୍ କଭି ଦିୱାଲି'। ମିଳିଥିବା ସୂଚନାନୁସାରେ, 'କଭି ଇଦ୍ କଭି ଦିୱାଲି'ର ନାମ ପରିବର୍ତ୍ତନ କରାଯାଇଛି ଏବଂ ବର୍ତ୍ତମାନ ଏଥିରେ ଏକ ନୂଆ ଅଭିନେତାଙ୍କ ଏଣ୍ଟ୍ରି ହୋଇଛି ।

ସିଦ୍ଧାର୍ଥ ନିଗମ
ସିଦ୍ଧାର୍ଥ ନିଗମ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫିଲ୍ମର ନାମ 'କଭି ଇଦ୍ କଭି ଦିୱାଲି'ର ନାମ 'ଭାଇଜାନ'ରେ ପରିବର୍ତ୍ତନ କରାଯାଇଛି । ଯଦିଓ ଏହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ । ତେବେ ଫିଲ୍ମର ନାମ ପରିବର୍ତ୍ତନ ସେହି ସମୟରେ ହୋଇଛି, ଯେତେବେଳେ ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଛି।

ଅଭିନେତା ଜସି ଗିଲ୍
ଅଭିନେତା ଜସି ଗିଲ୍

ଏହାପୂର୍ବରୁ ସଲମାନ ଖାନଙ୍କ ଭିଣୋଇ ତଥା ଅଭିନେତା ଆୟୁଷ ଶର୍ମା ଫିଲ୍ମରୁ ନିଜକୁ ବାହାର କରିଦେଇଥିବାରୁ ଫିଲ୍ମଟି ଲାଇମଲାଇଟକୁ ଆସିଥିଲା। ଏହା ପରେ ଖବର ଆସିଥିଲା ​​ଯେ, ଜହିର ଇକବାଲ ମଧ୍ୟ ଫିଲ୍ମ ଛାଡିଛନ୍ତି । ଏଥି ସହିତ ପଞ୍ଜାବୀ ଗାୟିକା ଶେହନାଜ ଗିଲ ଏହି ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ଫିଲ୍ମର ସେଟରେ ଶେହନାଜଙ୍କୁ ଦେଖିବାକୁ ମିଳିଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ଫିଲ୍ମରେ ବାରମ୍ବାର ପରିବର୍ତ୍ତନ ହେତୁ ସମସ୍ତେ ଫିଲ୍ମ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆୟୁଷ୍ ଶର୍ମା ଏବଂ ଜହିର ଇକବାଲ ସଲମାନ ଖାନଙ୍କ ସାନଭାଇଙ୍କ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ଏ ବିଷୟରେ କୌଣସି ନିଶ୍ଚିତତା ନାହିଁ । ସଲମାନଙ୍କ ଭାଇମାନଙ୍କ ଭୂମିକାରେ ଟିଭି ଅଭିନେତା ସିଦ୍ଧାର୍ଥ ନିଗମ ଏବଂ ପଞ୍ଜାବୀ ଗାୟକ ଜସି ଗିଲଙ୍କ ନାମ ପ୍ରକାଶ ପାଇଛି। ସିଦ୍ଧାର୍ଥ ଫିଲ୍ମ ଧୁମ୍ 3 ରେ ଅମିର ଖାନଙ୍କ ପିଲାଦିନର ଭୂମିକା ଗ୍ରହଣ କରିଥିଲେ । ଏହି ଅଭିନେତାମାନଙ୍କ ବ୍ୟତୀତ ରାଘବ ଜୁୟାଲ ଏବଂ ମାଲଭିକା ଶର୍ମା, ପୂଜା ହେଗଡେ ଏବଂ ଭେଙ୍କଟେଶ ଦଗ୍ଗୁବତୀ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.