ETV Bharat / entertainment

ପିଛା ଛାଡୁନି ବିବାଦ, ପୁଣି ଏକ ମାମଲାରେ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହେଲେ ସଲମାନ - Snatching Case

ସାମ୍ବାଦିକଙ୍କ ସହ ଅସଦାଚରଣ ଏବଂ ତାଙ୍କ ଫୋନ୍ ଛଡ଼ାଇବା ମାମଲାରେ ଅଭିନେତା ସଲମାନ ଖାନଙ୍କ ମୁସ୍କିଲ ଆଉ ଟିକେ ବଢିଯାଇଥିବା ମନେ ହେଉଛି । ବର୍ତ୍ତମାନ ଅଭିନେତା ବମ୍ବେ ହାଇକୋର୍ଟ ନିକଟରେ ପହଞ୍ଚିଛନ୍ତି। ଅଧିକ ପଢନ୍ତୁ

ପିଛା ଛାଡୁନି ବିବାଦ, ପୁଣି ଏକ ମାମଲାରେ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହେଲେ ସଲମାନ

author img

By

Published : Apr 5, 2022, 5:29 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତା ସଲମାନ ଖାନ ପୂର୍ବରୁ ହିଁ କେତେକ ମାମଲାରେ କୋର୍ଟକୁ ଯାଇସାରିଛନ୍ତି। ସାମ୍ବାଦିକଙ୍କ ସହ ଅସଦାଚରଣ ଏବଂ ତାଙ୍କ ଫୋନ୍ ଛଡ଼ାଇବା ମାମଲାରେ ଅଭିନେତାଙ୍କ ମୁସ୍କିଲ ଆଉ ଟିକେ ବଢିଯାଇଥିବା ମନେ ହେଉଛି । ଏହି ପ୍ରସଙ୍ଗରେ ସଲମାନ ବର୍ତ୍ତମାନ ବମ୍ବେ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ଅଭିଯୋଗକାରୀ ଅଶୋକ ଶ୍ୟାମଲାଲ ପାଣ୍ଡେ ଆଇପିସିର ଧାରା 324, 392, 426, 506 (II), R / W34 ଅନୁଯାୟୀ ସଲମାନ ଖାନ ଏବଂ ତାଙ୍କ ବଡିଗାର୍ଡଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ସାମ୍ବାଦିକଙ୍କ ଫୋନ୍ ଛଡ଼ାଇ ନେଇ ତାଙ୍କ ସହ ଅସଦାଚରଣ ଅଭିଯୋଗରେ ସଲମାନ ଏବଂ ତାଙ୍କ ବଡିଗାର୍ଡଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ମାଜିଷ୍ଟ୍ରେଟ୍ କୋର୍ଟ ତରଫରୁ ତାଙ୍କୁ ନୂଆ ସମନ ଜାରି କରାଯାଇଥିଲା। ବର୍ତ୍ତମାନ ଅଭିନେତା ଏହି ପ୍ରସଙ୍ଗରେ ବମ୍ବେ ହାଇକୋର୍ଟ ନିକଟରେ ପହଞ୍ଚିଛନ୍ତି। ତେବେ ଏହି ମାମଲା 2019 ମସିହାର।

ସଲମାନ ଖାନଙ୍କୁ ଦିଆଯାଇଥିବା ସମନ ଅନୁଯାୟୀ ସେ ଏପ୍ରିଲ 1ରେ ମାଜିଷ୍ଟ୍ରେଟ କୋର୍ଟରେ ହାଜର ହେବାର ଥିଲା। ସାମ୍ବାଦିକ ମୁମ୍ବାଇର ଡିଏନ୍ ନଗର ପୋଲିସ ଷ୍ଟେସନରେ ସଲମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ପୂରା ମାମଲା କ’ଣ?

ସଲମାନ ଖାନଙ୍କ ନାଁରେ ଅଭିଯୋଗ ଏହା କି, ଯେତେବେଳେ ସେ ଲିକିଂ ରୋଡରେ ସାଇକେଲରେ ଯାଉଥିଲେ, ସେହି ସମୟରେ ତାଙ୍କ ଫଟୋ ନେଉଥିବା ସାମ୍ବାଦିକ ଶ୍ୟାମଲାଲ ପାଣ୍ଡେଙ୍କ ଫୋନ ସେ ଛଡ଼ାଇ ନେଇଥିଲେ। ସଲମାନ ଖାନଙ୍କ ବଡିଗାର୍ଡ ମଧ୍ୟ ଏହି ମାମଲାରେ ସାମ୍ବାଦିକ ବିରୋଧରେ ବିନା ଅନୁମତିରେ ଫଟୋ ଉଠାଇବା ନେଇ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ଉପରେ ସାମ୍ବାଦିକ ଶ୍ୟାମଲାଲ ପାଣ୍ଡେ କହିଛନ୍ତି ଯେ ଅନୁମତି ନେବା ପରେ ସେ ଫଟୋ ଉଠାଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.