ETV Bharat / entertainment

Tiger 3: ବକ୍ସ ଅଫିସରେ ଭାଇଜାନଙ୍କ ଯାଦୁ, ୧୦୦କୋଟି କ୍ଲବରେ ସାମିଲ ହେଲା ଟାଇଗର ୩

author img

By ETV Bharat Odisha Team

Published : Nov 14, 2023, 11:08 AM IST

Tiger 3 Box Office Collection: ବକ୍ସ ଅଫିସରେ 'ଟାଇଗର ୩' ଧମାକା କରୁଛି । ଏହି ଫିଲ୍ମ ବମ୍ପର କଲେକ୍ସନ ସହ ଓପନିଂ କରିଥିବା ବେଳେ ୨ୟ ଦିନରେ ମଧ୍ୟ ସଲମାନ ଖାନଙ୍କ ଚଳଚ୍ଚିତ୍ର ସର୍ବାଧିକ ଆୟ ସଂଗ୍ରହ କରି ଇତିହାସ ସୃଷ୍ଟି କରିଛି । ୨ ଦିନ ମଧ୍ୟରେ ଫିଲ୍ମ ୧୦୦କୋଟି କ୍ଲବରେ ସାମିଲ ହୋଇଛି । ଅଧିକ ପଢନ୍ତୁ

ଟାଇଗର ୩ ବକ୍ସ ଅଫିସ୍ କଲେକ୍ସନ: ବକ୍ସ ଅଫିସରେ ଭାଇଜାନଙ୍କ ଯାଦୁ, ୧୦୦କୋଟି କ୍ଲବରେ ସାମିଲ ହେଲା ଟାଇଗର ୩

ହାଇଦ୍ରାବାଦ: ରବିବାର ଦିନ ଦୀପାବଳି ଅବସରରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ 'ଟାଇଗର ୩' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଫିଲ୍ମଟି ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ରିଲିଜ ହେବାର ପ୍ରଥମ ଦିନରେ ଫିଲ୍ମ ୪୪.୫ କୋଟି କଲେକ୍ସନ ସହ ଭଲ ପ୍ରଦର୍ଶନ କରିଥିଲା । ସେହିପରି ୨ୟ ଦିନ ଅର୍ଥାତ୍ ସୋମବାରରେ ମଧ୍ୟ ସର୍ବାଧିକ ଆୟ କରି ଶାହାରୁଖ ଖାନଙ୍କ ପଠାନ, ଜୱାନ, ବାହୁବଳୀ-୨ ଭଳି ଅନେକ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଛି । ରିଲିଜ୍ ହେବାର ଦ୍ୱିତୀୟ ଦିନରେ 'ଟାଇଗର ୩' କେତେ କୋଟି ସଂଗ୍ରହ କରିଛି ଜାଣନ୍ତୁ

ଟାଇଗର ୩ର ୨ୟ ଦିନର ବକ୍ସ ଅଫିସ କଲେକ୍ସନ:

ସଲମାନ ଖାନଙ୍କ ରିଲିଜ୍ ହୋଇଥିବା ଆକ୍ସନ୍ ପ୍ୟାକ୍ ଫିଲ୍ମ 'ଟାଇଗର ୩' ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି । ରିଲିଜର ପ୍ରଥମ ଦିନରେ ୪୪.୫୦ କୋଟି ଟଙ୍କା ରୋଜଗାର କରିବା ପରେ ବର୍ତ୍ତମାନ 'ଟାଇଗର ୩' ରିଲିଜ୍ ହେବାର ଦ୍ୱିତୀୟ ଦିନର ପ୍ରାରମ୍ଭିକ ଆକଳନ ଆସିଛି । ସାକ୍ନିଲ୍କର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, 'ଟାଇଗର ୩' ରିଲିଜ୍ ହେବାର ଦ୍ୱିତୀୟ ଦିନରେ ୫୭.୫୦ କୋଟି ଟଙ୍କା ଆୟ କରିଛି । ଏହାସହ ୨ୟ ଦିନ ମଧ୍ୟରେ 'ଟାଇଗର ୩' ୧୦୦କୋଟି କ୍ଲବରେ ସାମିଲ ହୋଇଛି । ଫିଲ୍ମର ମୋଟ ଆୟ ବର୍ତ୍ତମାନ ୧୦୨ କୋଟି ଟଙ୍କା ହୋଇଛି ।

'ଟାଇଗର ୩' ୨ୟ ଦିନରେ ଏହି ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଛି

ରିଲିଜ୍ ହେବାର ଦୁଇ ଦିନ ମଧ୍ୟରେ ବକ୍ସ ଅଫିସରେ 'ଟାଇଗର ୩' ଧମାକା କରିଛି । ଏହି ଚଳଚ୍ଚିତ୍ର ବମ୍ପର କଲେକ୍ସନ କରୁଛି । ରିଲିଜ ହେବାର ଦ୍ୱିତୀୟ ଦିନରେ ସଲମାନ ଖାନଙ୍କ ଫିଲ୍ମ ସର୍ବାଧିକ ୫୦କୋଟି ଟଙ୍କାରୁ ଅଧିକ ଆୟ କରିଛି । ଯାହା ଶାହାରୁଖ ଖାନଙ୍କ ପଠାନ, ଜୱାନ, ବାହୁବଳୀ-୨ ଭଳି ଅନେକ ଚଳଚ୍ଚିତ୍ରର ରେକର୍ଡ ମଧ୍ୟ ଭାଙ୍ଗିଛି ।

ସୂଚନା ଥାଉକି, ଦ୍ବିତୀୟ ଦିନରେ 'ବାହୁବଳୀ ୨' (୪୦.୨୫ କୋଟି ଟଙ୍କା), 'ଗଦର ୨ (୩୮.୭ କୋଟି ଟଙ୍କା) ଏବଂ' ଟାଇଗର ଜିନ୍ଦା ହେ (୩୬.୫୪ କୋଟି ଟଙ୍କା) 'ଜବାନ' (୩୦.୫ କୋଟି ଟଙ୍କା), 'ବଜରଙ୍ଗୀ ଭାଇଜାନ' (୨୭.୦୫ କୋଟି ଟଙ୍କା), 'କେଜିଏଫ ୨' (୨୫.୫୭ କୋଟି ଟଙ୍କା), 'ପଠାନ' (୨୫.୫ କୋଟି ଟଙ୍କା) ଭଳି ଅନେକ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଛି ।

ଏହା ମଧ୍ୟ ପଢନ୍ତୁ: ଭାଇଜାନଙ୍କ ଏଣ୍ଟ୍ରିରେ ହଲ ଭିତରେ ବାଣ ଫୁଟାଇଲେ ଫ୍ୟାନ୍ସ, 2 ଜଣଙ୍କ ନାଁରେ ମାମଲା ରୁଜୁ

ଟାଇଗର ୩ ହେଉଛି YRF ଗୁପ୍ତଚର ବ୍ରହ୍ମାଣ୍ଡର ପଞ୍ଚମ ଚଳଚ୍ଚିତ୍ର । ପ୍ରଥମ ଦିନରେ ଫିଲ୍ମ ୪୪.୫ କୋଟି ଆୟ କରିଥିବା ବେଳେ ଆଗକୁ ମଧ୍ୟ ବମ୍ପର କଲେକ୍ସନ କରିବ ବୋଲି ଆଶା କରାଯାଉଛି । ସଲମାନ ଏବଂ କ୍ୟାଟ୍ରିନା କୈଫଙ୍କ ବ୍ୟତୀତ ଇମ୍ରାନ ହାସମି ଏହି ଆକ୍ସନ୍ ପ୍ୟାକ୍ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନ ଏବଂ ହ୍ରିତିକ ରୋଶନ ମଧ୍ୟ କ୍ୟାମିଓ ରୋଲରେ ନଜର ଆସିଛନ୍ତି । ଫିଲ୍ମଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ସାରା ବିଶ୍ୱରେ ମୁକ୍ତିଲାଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.