ETV Bharat / entertainment

Tiger 3: ରିଲିଜ ହେଲା ସଲମାନ ଓ କ୍ୟାଟ୍ରିନାଙ୍କ ଅଭିନୀତ ଚଳଚ୍ଚିତ୍ର 'ଟାଇଗର-୩'

author img

By ETV Bharat Odisha Team

Published : Nov 12, 2023, 9:50 AM IST

ଦୀପାବଳି ଅବସରରେ ସଲମାନ ଖାନଙ୍କ ଫ୍ୟାନ୍ସଙ୍କୁ ଭେଟି । ଆଜି ବଡ ପରଦାରେ ରିଲିଜ ହୋଇଛି ସଲମାନ ଓ କ୍ୟାଟ୍ରିନାଙ୍କ ଅଭିନୀତ ଚଳଚ୍ଚିତ୍ର 'ଟାଇଗର-୩' । ଅଧିକ ପଢନ୍ତୁ

Tiger 3
Tiger 3

ହାଇଦ୍ରାବାଦ: ଅପେକ୍ଷାର ହୋଇଛି ଅନ୍ତ । ଦୀପାବଳି ଅବସରରେ ସଲମାନ ଖାନଙ୍କ ଫ୍ୟାନ୍ସଙ୍କୁ ଭେଟି । ଆଜି ବଡ ପରଦାରେ ରିଲିଜ ହୋଇଛି ସଲମାନ ଓ କ୍ୟାଟ୍ରିନାଙ୍କ ଅଭିନୀତ ସ୍ପାଇଭର୍ସ ଚଳଚ୍ଚିତ୍ର 'ଟାଇଗର-୩' । ସିନେମା ଆଡଭାନ୍ସ ବୁକିଂରେ ବକ୍ସ ଅଫିସରେ କମାଲ କରିଛି 'ଟାଇଗର-୩' । ବର୍ତ୍ତମାନ ସୁଦ୍ଧା ଆଡଭାନ୍ସ ବୁକିଂରେ ୧୫ କୋଟି ପାର୍ କରିଛି ସଲମାନଙ୍କ ଏହି ସିନେମା । ଫିଲ୍ମ ପ୍ରତି ଏତେ ମାତ୍ରାରେ ଉତ୍ସାହ ଦେଖିବା ପରେ ପ୍ରଥମ ସପ୍ତାହରେ ଟାଇଗର-୩ ୨୦୦ କୋଟି ଟପିବ ବୋଲି ଆକଳନ କରିଛନ୍ତି ସିନେ ସମୀକ୍ଷକ ।

ତେବେ ହିନ୍ଦୀ ସହ ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ୍ ଆଦି ୫ଟି ଭାଷାରେ ମୁକ୍ତିଲାଭ କରିବ ସଲମାନଙ୍କ ଏହି ଫିଲ୍ମ । ମନୀଷ ଶର୍ମା ସିନେମାର ନିର୍ଦ୍ଦେଶନା ଭାର ତୁଲାଇଥିବା ବେଳେ YRF ସ୍ପାଏ ୟୁନିଭର୍ସ ଏହାର ପ୍ରଯୋଜନା ଭାର ସମ୍ଭାଳିଥିଲା । ସକାଳୁ ସକାଳୁ ଫିଲ୍ମ ରିଲିଜ ପରେ ବିଭିନ୍ନ ହଲ ସମ୍ମୁଖରେ ଦର୍ଶକଙ୍କ ଭିଢ ଦେଖିବାକୁ ମିଳିଛି । ସେପଟେ ସଲମାନଙ୍କ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ରିଲିଜ ହେବାପରେ ଫ୍ୟାନ୍ସ ଧୁମଧାମରେ ସେଲିବ୍ରେସନ କରିଛନ୍ତି । ଫ୍ୟାନ୍ସଙ୍କ ସେଲିବ୍ରେସନର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସଲମାନଙ୍କ ଫ୍ୟାନ୍ସମାନେ ବାଜା ବଜାଇ ନାଚୁଥିବା ନଜର ଆସିଛନ୍ତି । ସଲମାନଙ୍କ ଫିଲ୍ମ ଟାଇଗର-୩କୁ ନେଇ ଭିନ୍ନ କ୍ରେଜ୍‌ ଦେଖିବାକୁ ମିଳିଛି ।

ପ୍ରକାଶ ଥାଉକି, ଚଳଚ୍ଚିତ୍ର 'ଟାଇଗର 3' ସାରା ବିଶ୍ବରେ ପ୍ରାୟ 10 ହଜାର ପରଦାରେ ମୁକ୍ତିଲାଭ କରିଛି । ଫିଲ୍ମର ପ୍ରଥମ ସୋ' ସକାଳ 7ଟାରୁ ଆରମ୍ଭ ହୋଇଛି । ଏଥିସହିତ ନଭେମ୍ବର 5ରୁ ଫିଲ୍ମର ଆଡଭାନ୍ସ ବୁକିଂ ଖୋଲା ହୋଇଥିବାବେଳେ ଆଡଭାନ୍ସ ବୁକିଂରେ ଧମାଲ କରିଛି 'ଟାଇଗର 3' । ସେପଟେ YRF ସ୍ପାଏ ୟୁନିଭର୍ସ ଚଳଚ୍ଚିତ୍ରର ଅତ୍ୟଧିକ ଚାହିଦା ହେତୁ ଟାଇଗର-3 ପ୍ରେକ୍ଷାଳୟରେ ଦିନକୁ 24 ଘଣ୍ଟା, ସପ୍ତାହରେ 7 ଦିନ ପ୍ରଦର୍ଶିତ ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢନ୍ତୁ - Tiger 3 Release: ଦର୍ଶକଙ୍କୁ ସଲମାନ ଓ କ୍ୟାଟ୍ରିନାଙ୍କ ମେସେଜ, ସିନ୍ ରିଭିଲ କରନ୍ତୁନି

ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ଟାଇଗର-୩ରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଯୋଡ଼ିକୁ ପୁଣି ଥରେ ଆକ୍ସନ୍ ଅବତାରରେ ଦେଖିବାକୁ ମିଳିଛି। ଏଥର 'ସିରିଏଲ କିଲର' ଅର୍ଥାତ୍ ଖଳନାୟକ ଭାବେ ଇମ୍ରାନ ହାଶମୀଙ୍କୁ ଏଥିରେ ଦେଖିବାକୁ ମିଳିଛି । ଏଥିସହ ଶାହାରୁଖ ଖାନ ଏବଂ ହ୍ରିତିକ ରୋଶନଙ୍କ ଦମଦାର କ୍ୟାମିଓ ମଧ୍ୟ ଫିଲ୍ମରେ ରହିଛନ୍ତି । ଏହା YRF ସ୍ପାଏ ୟୁନିଭର୍ସର ପଞ୍ଚମ ଚଳଚ୍ଚିତ୍ର । ଟାଇଗର ଫ୍ରାଞ୍ଚାଇଜିର ଏହା ହେଉଛି ତୃତୀୟ ଭାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.