ETV Bharat / entertainment

ବକ୍ସ ଅଫିସରେ 'ସାଲାର' ଧମାକା; ୨ୟ ଦିନରେ ବି ବମ୍ପର କଲେକ୍ସନ

author img

By ETV Bharat Odisha Team

Published : Dec 24, 2023, 10:30 AM IST

Salaar Box Office Collection: ଚଳଚ୍ଚିତ୍ର 'ସାଲାର' ସହ ଦମଦାର କମବ୍ୟାକ କରିଛନ୍ତି ପ୍ରଭାସ । ଫିଲ୍ମ ରିଲିଜର ପ୍ରଥମ ଦିନରେ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରି ଇତିହାସ ରଚିଛି । ବର୍ତ୍ତମାନ ୨ୟ ଦିନରେ ବି ବମ୍ପର କଲେକ୍ସନ କରିଛି ଫିଲ୍ମ । ୫୦କୋଟିରୁ ଅଧିକ ଆୟ କରି ଫିଲ୍ମ ବେଶ ପ୍ରଶଂସା ସାଉଁଟୁଛି । ଅଧିକ ପଢନ୍ତୁ

ବକ୍ସ ଅଫିସରେ 'ସାଲାର' ଧମାକା, ୨ୟ ଦିନରେ ବି ବମ୍ପର କଲେକ୍ସନ

ହାଇଦ୍ରାବାଦ: ପ୍ରଭାସଙ୍କ ଫିଲ୍ମ 'ସାଲାର' ରିଲିଜ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିଲେ । ଫିଲ୍ମ ଡିସେମ୍ବର ୨୨ରେ ରିଲିଜ କରିଛି । ପ୍ରଥମ ଦିନରେ ହିଁ ଫିଲ୍ମ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି । ପ୍ରଭାସ ଏବଂ ପୃଥ୍ବୀରାଜ ସୁକୁମାରନଙ୍କ ଅଭିନୟ ଏବଂ ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରକୁ ଖୁବ ପ୍ରଶଂସା କରାଯାଉଛି । ଏଥିସହ ଏହି ଫିଲ୍ମ ଭାରତରେ ୯୦.୭ କୋଟି ଏବଂ ବିଶ୍ବରେ ୧୭୫ କୋଟି ଆୟ କରି ୨୦୨୩ର ସର୍ବାଧିକ ଆୟକାରୀ ଫିଲ୍ମ ଭାବେ ରେକର୍ଡ ସୃଷ୍ଟି କରିଛି । ବର୍ତ୍ତମାନ ଦ୍ବିତୀୟ ଦିନରେ ବି ବମ୍ପର ରୋଜଗାର କରିଛି 'ସାଲାର' ।

ଇଣ୍ଡଷ୍ଟ୍ରି ଟ୍ରାକର୍ ସାକନିକଙ୍କ ରିପୋର୍ଟ ଅନୁଯାୟୀ, 'ସାଲାର' ଦ୍ୱିତୀୟ ଦିନରେ ଭାରତରେ ପ୍ରାୟ ୫୫ କୋଟି ଟଙ୍କା କଲେକ୍ସନ କରିଛି । ତେବେ ଫିଲ୍ମ ଦୁଇ ଦିନ ମଧ୍ୟରେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି । ଫିଲ୍ମ ମୋଟ ୧୪୫.୭୦ କୋଟି ଟଙ୍କା ଆୟ କରିଛି । ତେବେ ପ୍ରଭାସଙ୍କ ଫିଲ୍ମ 'ସାଲାର' ପ୍ରଥମ ଦୁଇ ଦିନରେ ଯେପରି ବ୍ୟବସାୟ କରିଛି, ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଏହି ଚଳଚ୍ଚିତ୍ରଟି ଓପନିଂ ୱିକେଣ୍ଡରେ ୨୦୦ କୋଟିରୁ ଅଧିକ ଆୟ କରି ବକ୍ସ ଅଫିସରେ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିବ ।

#Salaar is having a super strong weekend at the Box office..

Shows are filling fast/sold out everywhere.. 🔥 pic.twitter.com/F6ZTAIkd9y

— Ramesh Bala (@rameshlaus) December 23, 2023 " class="align-text-top noRightClick twitterSection" data=" ">

ସୂଚନା ଥାଉକି, ସାଲାର ବର୍ତ୍ତମାନ ବକ୍ସ ଅଫିସରେ ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ସହ ପ୍ରତିଦ୍ବନ୍ଦ୍ବିତା କରୁଛି । ଏଭଳି ପରିସ୍ଥିତିରେ ପ୍ରଭାସଙ୍କ ଫିଲ୍ମ ଶାହାରୁଖଙ୍କ ଫିଲ୍ମକୁ ମଧ୍ୟ ପଛରେ ପକାଇଛି । ଭାରତରେ ହିନ୍ଦୀ, ତେଲୁଗୁ, ଇଂରାଜୀ, ତାମିଲ ଏବଂ କନ୍ନଡ ଭାଷାରେ ଏହି ଫିଲ୍ମ ୧୪୫.୭୦ କୋଟି ଟଙ୍କା ଆୟ କରି ଅପାର ସଫଳତା ହାସଲ କରିଛି । 'ସାଲାର'ରେ ପ୍ରଭାସ ଏବଂ ପୃଥ୍ବୀରାଜ ସୁକୁମାରନ, ଶ୍ରୁତି ହାସନ, ଟିନୁ ଆନନ୍ଦ ଏବଂ ଜଗପତି ବାବୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢନ୍ତୁ: ଥିଏଟରରେ ପ୍ରଭାସଙ୍କ ଯାଦୁ, ପ୍ରଥମ ଦିନରେ ରେକର୍ଡ କଲେକ୍ସନ କଲା ସାଲାର

ତେବେ ପ୍ରଶାନ୍ତ ନୀଲ ପ୍ରଭାସଙ୍କ ସହ ଏହି ଫିଲ୍ମରେ ପ୍ରଥମ ଥର ପାଇଁ କାମ କରିଥିବା ବେଳେ ମେଗା-ଆକ୍ସନ୍-ପ୍ୟାକ୍ ହୋଇଥିବା ସିନେମାଟିକ୍ ଫିଲ୍ମ ଦର୍ଶକଙ୍କୁ ବେଶ ଆକର୍ଷିତ କରୁଛି । କେବଳ ଦର୍ଶକ ନୁହଁ ସେଲିବ୍ରିଟି ମଧ୍ୟ ଏହି ଫିଲ୍ମର ଫ୍ୟାନ ହୋଇଛନ୍ତି । ସାଉଥ ମେଗାଷ୍ଟାର ଚିରଞ୍ଜୀବୀ, ବରୁଣ ତେଜ କୋନିଡେଲା, ସାଇ ଧରମ ତେଜ ଏବଂ କନ୍ନଡ ଅଭିନେତା ଋଷବ ଶେଟ୍ଟୀଙ୍କ ଭଳି ତାରକା ଫିଲ୍ମର ଭୁରି ଭୁରି ପ୍ରଶଂସା କରିଛନ୍ତି ।

ହାଇଦ୍ରାବାଦ: ପ୍ରଭାସଙ୍କ ଫିଲ୍ମ 'ସାଲାର' ରିଲିଜ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିଲେ । ଫିଲ୍ମ ଡିସେମ୍ବର ୨୨ରେ ରିଲିଜ କରିଛି । ପ୍ରଥମ ଦିନରେ ହିଁ ଫିଲ୍ମ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି । ପ୍ରଭାସ ଏବଂ ପୃଥ୍ବୀରାଜ ସୁକୁମାରନଙ୍କ ଅଭିନୟ ଏବଂ ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରକୁ ଖୁବ ପ୍ରଶଂସା କରାଯାଉଛି । ଏଥିସହ ଏହି ଫିଲ୍ମ ଭାରତରେ ୯୦.୭ କୋଟି ଏବଂ ବିଶ୍ବରେ ୧୭୫ କୋଟି ଆୟ କରି ୨୦୨୩ର ସର୍ବାଧିକ ଆୟକାରୀ ଫିଲ୍ମ ଭାବେ ରେକର୍ଡ ସୃଷ୍ଟି କରିଛି । ବର୍ତ୍ତମାନ ଦ୍ବିତୀୟ ଦିନରେ ବି ବମ୍ପର ରୋଜଗାର କରିଛି 'ସାଲାର' ।

ଇଣ୍ଡଷ୍ଟ୍ରି ଟ୍ରାକର୍ ସାକନିକଙ୍କ ରିପୋର୍ଟ ଅନୁଯାୟୀ, 'ସାଲାର' ଦ୍ୱିତୀୟ ଦିନରେ ଭାରତରେ ପ୍ରାୟ ୫୫ କୋଟି ଟଙ୍କା କଲେକ୍ସନ କରିଛି । ତେବେ ଫିଲ୍ମ ଦୁଇ ଦିନ ମଧ୍ୟରେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି । ଫିଲ୍ମ ମୋଟ ୧୪୫.୭୦ କୋଟି ଟଙ୍କା ଆୟ କରିଛି । ତେବେ ପ୍ରଭାସଙ୍କ ଫିଲ୍ମ 'ସାଲାର' ପ୍ରଥମ ଦୁଇ ଦିନରେ ଯେପରି ବ୍ୟବସାୟ କରିଛି, ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଏହି ଚଳଚ୍ଚିତ୍ରଟି ଓପନିଂ ୱିକେଣ୍ଡରେ ୨୦୦ କୋଟିରୁ ଅଧିକ ଆୟ କରି ବକ୍ସ ଅଫିସରେ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିବ ।

ସୂଚନା ଥାଉକି, ସାଲାର ବର୍ତ୍ତମାନ ବକ୍ସ ଅଫିସରେ ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ସହ ପ୍ରତିଦ୍ବନ୍ଦ୍ବିତା କରୁଛି । ଏଭଳି ପରିସ୍ଥିତିରେ ପ୍ରଭାସଙ୍କ ଫିଲ୍ମ ଶାହାରୁଖଙ୍କ ଫିଲ୍ମକୁ ମଧ୍ୟ ପଛରେ ପକାଇଛି । ଭାରତରେ ହିନ୍ଦୀ, ତେଲୁଗୁ, ଇଂରାଜୀ, ତାମିଲ ଏବଂ କନ୍ନଡ ଭାଷାରେ ଏହି ଫିଲ୍ମ ୧୪୫.୭୦ କୋଟି ଟଙ୍କା ଆୟ କରି ଅପାର ସଫଳତା ହାସଲ କରିଛି । 'ସାଲାର'ରେ ପ୍ରଭାସ ଏବଂ ପୃଥ୍ବୀରାଜ ସୁକୁମାରନ, ଶ୍ରୁତି ହାସନ, ଟିନୁ ଆନନ୍ଦ ଏବଂ ଜଗପତି ବାବୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢନ୍ତୁ: ଥିଏଟରରେ ପ୍ରଭାସଙ୍କ ଯାଦୁ, ପ୍ରଥମ ଦିନରେ ରେକର୍ଡ କଲେକ୍ସନ କଲା ସାଲାର

ତେବେ ପ୍ରଶାନ୍ତ ନୀଲ ପ୍ରଭାସଙ୍କ ସହ ଏହି ଫିଲ୍ମରେ ପ୍ରଥମ ଥର ପାଇଁ କାମ କରିଥିବା ବେଳେ ମେଗା-ଆକ୍ସନ୍-ପ୍ୟାକ୍ ହୋଇଥିବା ସିନେମାଟିକ୍ ଫିଲ୍ମ ଦର୍ଶକଙ୍କୁ ବେଶ ଆକର୍ଷିତ କରୁଛି । କେବଳ ଦର୍ଶକ ନୁହଁ ସେଲିବ୍ରିଟି ମଧ୍ୟ ଏହି ଫିଲ୍ମର ଫ୍ୟାନ ହୋଇଛନ୍ତି । ସାଉଥ ମେଗାଷ୍ଟାର ଚିରଞ୍ଜୀବୀ, ବରୁଣ ତେଜ କୋନିଡେଲା, ସାଇ ଧରମ ତେଜ ଏବଂ କନ୍ନଡ ଅଭିନେତା ଋଷବ ଶେଟ୍ଟୀଙ୍କ ଭଳି ତାରକା ଫିଲ୍ମର ଭୁରି ଭୁରି ପ୍ରଶଂସା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.