ETV Bharat / entertainment

ବଢୁଛି 'ସାଲାର' କ୍ରେଜ; ୪ ଦିନରେ ୨୫୦ କୋଟି ପାର୍ କଲା ଫିଲ୍ମ

author img

By ETV Bharat Odisha Team

Published : Dec 26, 2023, 12:19 PM IST

Salaar Box Office Collection: ସାଲାରକୁ ନେଇ ଫ୍ୟାନ୍ସ କ୍ରେଜ୍‌ ବଢ଼ିବାରେ ଲାଗିଛି । ପ୍ରଭାସଙ୍କ ଫିଲ୍ମ ଦିନୁକୁ ଦିନ ଲୋକପ୍ରିୟତା ସହ ବମ୍ପର କଲେକ୍ସନ କରୁଛି । ବର୍ତ୍ତମାନ ଫିଲ୍ମ ରିଲିଜର ୪ ଦିନ ମଧ୍ୟରେ ୨୫୦ କୋଟି ଟଙ୍କାର କ୍ଲବରେ ଏଣ୍ଟ୍ରି କରିବାରେ ସଫଳ ହୋଇଛି । ଅଧିକ ପଢ଼ନ୍ତୁ

ବଢୁଛି 'ସାଲାର' କ୍ରେଜ; ୪ ଦିନରେ ୨୫୦ କୋଟି ପାର୍ କଲା ଫିଲ୍ମ
ବଢୁଛି 'ସାଲାର' କ୍ରେଜ; ୪ ଦିନରେ ୨୫୦ କୋଟି ପାର୍ କଲା ଫିଲ୍ମ

ହାଇଦ୍ରାବାଦ: ପ୍ରଭାସ ଏବଂ ପୃଥ୍ବୀରାଜ ସୁକୁମାରନଙ୍କ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ସାଲାର: ଭାଗ 1 ସିଜ ଫାୟାର' ରିଲିଜ ହେବାର ପ୍ରଥମ ଦିନରୁ ପ୍ରେକ୍ଷାଳୟରେ ଭଲ ପ୍ରଦର୍ଶନ କରିଆସୁଛି । ଏହି ଚଳଚ୍ଚିତ୍ର ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଛି । ବର୍ତ୍ତମାନ ଫିଲ୍ମ ରିଲିଜକୁ ୫ଦିନ ପୂର୍ତ୍ତି ହୋଇଛି । ତେବେ ଫିଲ୍ମ ୪ଦିନ ମଧ୍ୟରେ ୨୫୦କୋଟି ପାର୍ କରିଛି ।

  • " class="align-text-top noRightClick twitterSection" data="">

ଡିସେମ୍ବର ୨୨ରେ ତେଲୁଗୁ, ତାମିଲ, ମାଲାୟାଲମ୍, କନ୍ନଡ ଏବଂ ହିନ୍ଦୀ ଭାଷାରେ 'ସାଲାର୍' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିବା ବେଳେ ଫିଲ୍ମ ଭଲ ରୋଜଗାର ମଧ୍ୟ କରୁଛି । ୯୦.୭ କୋଟି ଟଙ୍କାରେ ଓପନିଂ କରିଥିବା ଏହି ଫିଲ୍ମ ଦ୍ୱିତୀୟ ଦିନରେ ଏହି ଫିଲ୍ମ ୫୬.୩୫ କୋଟି ଟଙ୍କା ଏବଂ ତୃତୀୟ ଦିନରେ ୬୨.୦୫ କୋଟି ଟଙ୍କା ଆୟ କରିଥିଲା । ସାକନିକଙ୍କ ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, 'ସାଲାର' ରିଲିଜ୍ ହେବାର ଚତୁର୍ଥ ଦିନରେ ଅର୍ଥାତ୍ ସୋମବାର ଦିନ ୪୨.୫୦ କୋଟି ଟଙ୍କା ଆୟ କରିଛି । ଏହି କ୍ରମରେ ଚାରି ଦିନ ମଧ୍ୟରେ ଫିଲ୍ମ ୨୫୧.୬୦ କୋଟି ଟଙ୍କା ରୋଜଗାର କରିଛି ।

'ସାଲାର' କେବଳ ଦେଶରେ ନୁହେଁ ସମଗ୍ର ବିଶ୍ବରେ ମଧ୍ୟ ଧମାକା କରୁଛି । ଏହି ଚଳଚ୍ଚିତ୍ରଟି ମାତ୍ର ତିନି ଦିନ ମଧ୍ୟରେ ବିଶ୍ବ ବକ୍ସ ଅଫିସ୍‌ରେ ୪୦୦କୋଟି ଟଙ୍କାର ପାର୍ କରିଛି । ଏବଂ ନିର୍ମାତାମାନେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଯେ, ଫିଲ୍ମ ରିଲିଜ ହେବାର ତିନି ଦିନ ମଧ୍ୟରେ ୪୦୨ କୋଟି ଟଙ୍କା ରୋଜଗାର କରିଛି । ଡିସେମ୍ବର ୨୫ ରେ ଖ୍ରୀଷ୍ଟମାସ ଏକ ସାଧାରଣ ଛୁଟି ହୋଇଥିବାରୁ ଚତୁର୍ଥ ଦିନରେ ଫିଲ୍ମର ସଂଗ୍ରହ ଆହୁରି ବୃଦ୍ଧି ପାଇବା ସହ ୫୦୦ କୋଟି କ୍ଲବରେ ସାମିଲ ହେବ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: ସାଲାରକୁ ‘ଏ’ ସାର୍ଟିଫିକେଟ ନେଇ ଖୁସି ନାହାନ୍ତି ପ୍ରଶାନ୍ତ ନୀଲ, କହିଦେଲେ ଏମିତି କଥା

ସାଲାରରେ ପ୍ରଭାସ, ପୃଥ୍ବୀରାଜଙ୍କ ସମେତ ଶ୍ରୁତି ହାସନ, ଇଶ୍ବରୀ ରାଓ, ଶ୍ରୀୟା ରେଡ୍ଡୀ, ଟିନୁ ଆନନ୍ଦ, ଏବଂ ଜଗପତି ବାବୁ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରଟି ହୋମ୍ବଲ ଫିଲ୍ମର ବ୍ୟାନରରେ ବିଜୟ କିରାଗାଣ୍ଡୁରଙ୍କ ଦ୍ୱାରା ନିର୍ମିତ ହୋଇଛି। ଏହି ଚଳଚ୍ଚିତ୍ରଟି ପ୍ରଶାନ୍ତ ନୀଲ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଭାସଙ୍କ ସହ ସେ ପ୍ରଥମ ଥର ପାଇଁ ଏହି ଫିଲ୍ମ ସହ କାମ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.