ETV Bharat / entertainment

ସଣ୍ଡେରେ ଇତିହାସ ରଚିଲା 'ସାଲାର', 3 ଦିନରେ ୨୦୦ କୋଟି କ୍ଲବରେ ସାମିଲ ହେଲା ପ୍ରଭାସଙ୍କ ଫିଲ୍ମ

author img

By ETV Bharat Odisha Team

Published : Dec 25, 2023, 10:12 AM IST

Salaar Box Office Day 3: ପ୍ରଭାସଙ୍କ ରିଲିଜ ଫିଲ୍ମ 'ସାଲାର' ବକ୍ସ ଅଫିସରେ ଧୂଆଁଦାର ପ୍ରଦର୍ଶନ ସହ ଦର୍ଶକଙ୍କ ମନ ଜିତୁଛି । ଏବଂ ଏହି ଚଳଚ୍ଚିତ୍ର ବମ୍ପର କଲେକ୍ସନ୍‌ କରି ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି । ରିଲିଜ୍‌ ହେବାର ମାତ୍ର ତିନି ଦିନ ମଧ୍ୟରେ ୨୦୦ କୋଟି ପାର୍ କରିଛି ଫିଲ୍ମ । ଅଧିକ ପଢ଼ନ୍ତୁ

ସଣ୍ଡେରେ ଇତିହାସ ରଚିଲା 'ସାଲାର', ୨୦୦ କୋଟି କ୍ଲବରେ ସାମିଲ ହେଲା ପ୍ରଭାସଙ୍କ ଫିଲ୍ମ

ହାଇଦ୍ରାବାଦ: ପ୍ରଭାସ 'ସାଲାର' ସହ ଜବରଦସ୍ତ କମବ୍ୟାକ୍‌ କରିଛନ୍ତି । ଏହି ଫିଲ୍ମ ଦର୍ଶକଙ୍କ ତରଫରୁ ବହୁତ ଭଲ ପ୍ରତିକ୍ରିୟା ମିଳିଛି । ଫିଲ୍ମକୁ ଦର୍ଶକ ବେଶ ପ୍ରଶଂସା କରୁଛନ୍ତି । କେବଳ ଏତିକି ନୁହେଁ, ଏହି ଚଳଚ୍ଚିତ୍ର ଆରମ୍ଭ ଦିନଠାରୁ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରୁଛି । ସାକ୍‌ନିକ୍‌ଙ୍କ ଅନୁଯାୟୀ ସୁପରଷ୍ଟାର ପ୍ରଭାସ ଏବଂ ବ୍ଲକବଷ୍ଟର କେଜିଏଫ୍ ସିରିଜ୍ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ୍‌ଙ୍କ ଶେଷ ପ୍ରୟାସ 'ସାଲାର' ତୃତୀୟ ଦିନରେ ଭାରତୀୟ ବକ୍ସ ଅଫିସ୍‌ରେ ୨୦୦ କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି ।

ରିଲିଜ୍ ହେବାର ପ୍ରଥମ ଦିନରୁ 'ସାଲାର୍' ବକ୍ସ ଅଫିସରେ ଧମାକା କରୁଛି । ୯୦ କୋଟିରୁ ଅଧିକ ଟଙ୍କା ସହ ଓପନିଂ କରିଥିବା ବେଳେ ଏହି ଚଳଚ୍ଚିତ୍ର ଚଳିତ ବର୍ଷର ସବୁଠାରୁ ବଡ ଓପନର୍ ଭାବେ ରେକର୍ଡ ସୃଷ୍ଟି କରିଛି । ସପ୍ତାହ ଶେଷରେ ମଧ୍ୟ ଏହି ଚଳଚ୍ଚିତ୍ର ଚମତ୍କାର କରିଛି । ଫିଲ୍ମର ରୋଜଗାର ବିଷୟରେ କହିବାକୁ ଗଲେ 'ସାଲାର' ରିଲିଜ୍ ହେବାର ଦ୍ୱିତୀୟ ଦିନରେ ଅର୍ଥାତ୍ ଶନିବାର ଦିନ ୫୬.୭ କୋଟି ଟଙ୍କା ଆୟ କରିଥିଲା । ସାକ୍‌ନିକ୍‌ଙ୍କ ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ତୃତୀୟ ଦିନରେ ଅର୍ଥାତ୍ ରବିବାର 'ସାଲାର୍' ୬୧ କୋଟି ଟଙ୍କା ଆୟ କରିଛି । 'ସାଲାର'ର 3 ଦିନର ମୋଟ କଲେକ୍ସନ ବର୍ତ୍ତମାନ ୨୦୮.୦୫ କୋଟିରେ ପହଞ୍ଚିଛି ।

𝑻𝒉𝒆 𝑯𝒖𝒏𝒕𝒊𝒏𝒈 𝑺𝒆𝒂𝒔𝒐𝒏 𝑩𝒆𝒈𝒊𝒏𝒔…🔥💥#SalaarCeaseFire dominates the global-box office, crossing 𝟐𝟗𝟓.𝟕 𝐂𝐑𝐎𝐑𝐄𝐒 𝐆𝐁𝐎𝐂 (worldwide) 𝐢𝐧 𝟐 𝐃𝐚𝐲𝐬!#BlockbusterSalaar #RecordBreakingSalaar #SalaarRulingBoxOffice#Salaar #Prabhas #PrashanthNeelpic.twitter.com/suEQftytyj

— Salaar (@SalaarTheSaga) December 24, 2023

ସେହିପରି ବିଶ୍ବରେ ଫିଲ୍ମ ଖୁବଶୀଘ୍ର ୩୦୦ କୋଟି କ୍ଲବ୍‌ରେ ସାମିଲ ହେବାକୁ ଯାଉଛି । ସାଲାରର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଫିଲ୍ମର ବିଶ୍ବ କଲେକ୍ସନ୍‌ ରିପୋର୍ଟ ସେୟାର କରାଯାଇଛି । ଯେଉଁଥିରେ ଫିଲ୍ମ ମୋଟ ୨୯୫ କୋଟି ଟଙ୍କା ଆୟ କରିଥିବା ଦର୍ଶାଯାଇଛି । ଏଥିରେ ପ୍ରଭାସଙ୍କ ଏକ ପୋଷ୍ଟର ସେୟାର କରି ଲେଖାହୋଇଛି, "ରେକର୍ଡ ବ୍ରେକିଂ ବ୍ଲକବଷ୍ଟର । ୨୯୫.୭ ବିଲିୟନ GBOC (ସାରା ବିଶ୍ୱରେ ୨ ଦିନ ମଧ୍ୟରେ ମୋଟ ବକ୍ସ ଅଫିସ କଲେକ୍ସନ)। ଖୁବଶୀଘ୍ର ଏହା ୩୦୦ କୋଟି କ୍ଲବରେ ସାମିଲ ହେବ ।

ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସରେ 'ସାଲାର' ଧମାକା; ୨ୟ ଦିନରେ ବି ବମ୍ପର କଲେକ୍ସନ

ସୂଚନା ଥାଉ କି, ଶୁକ୍ରବାର ଦିନ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ଶାହରୁଖ ଖାନଙ୍କ 'ଡଙ୍କି' ସହ କଡ଼ା ଟକ୍କରର ସମ୍ମୁଖୀନ ହୋଇଛି । ଡଙ୍କିକୁ ପଛରେ ପକାଇ ସାଲାର ସଫଳତା ହାସଲ କରିଛି । ସାଲାର'ରେ ପ୍ରଭାସ ଏବଂ ପୃଥ୍ୱୀରାଜ ସୁକୁମାରନ, ଶ୍ରୁତି ହାସନ, ଟିନୁ ଆନନ୍ଦ ଏବଂ ଜଗପତି ବାବୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ ।

  • " class="align-text-top noRightClick twitterSection" data="">

ହାଇଦ୍ରାବାଦ: ପ୍ରଭାସ 'ସାଲାର' ସହ ଜବରଦସ୍ତ କମବ୍ୟାକ୍‌ କରିଛନ୍ତି । ଏହି ଫିଲ୍ମ ଦର୍ଶକଙ୍କ ତରଫରୁ ବହୁତ ଭଲ ପ୍ରତିକ୍ରିୟା ମିଳିଛି । ଫିଲ୍ମକୁ ଦର୍ଶକ ବେଶ ପ୍ରଶଂସା କରୁଛନ୍ତି । କେବଳ ଏତିକି ନୁହେଁ, ଏହି ଚଳଚ୍ଚିତ୍ର ଆରମ୍ଭ ଦିନଠାରୁ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରୁଛି । ସାକ୍‌ନିକ୍‌ଙ୍କ ଅନୁଯାୟୀ ସୁପରଷ୍ଟାର ପ୍ରଭାସ ଏବଂ ବ୍ଲକବଷ୍ଟର କେଜିଏଫ୍ ସିରିଜ୍ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ୍‌ଙ୍କ ଶେଷ ପ୍ରୟାସ 'ସାଲାର' ତୃତୀୟ ଦିନରେ ଭାରତୀୟ ବକ୍ସ ଅଫିସ୍‌ରେ ୨୦୦ କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି ।

ରିଲିଜ୍ ହେବାର ପ୍ରଥମ ଦିନରୁ 'ସାଲାର୍' ବକ୍ସ ଅଫିସରେ ଧମାକା କରୁଛି । ୯୦ କୋଟିରୁ ଅଧିକ ଟଙ୍କା ସହ ଓପନିଂ କରିଥିବା ବେଳେ ଏହି ଚଳଚ୍ଚିତ୍ର ଚଳିତ ବର୍ଷର ସବୁଠାରୁ ବଡ ଓପନର୍ ଭାବେ ରେକର୍ଡ ସୃଷ୍ଟି କରିଛି । ସପ୍ତାହ ଶେଷରେ ମଧ୍ୟ ଏହି ଚଳଚ୍ଚିତ୍ର ଚମତ୍କାର କରିଛି । ଫିଲ୍ମର ରୋଜଗାର ବିଷୟରେ କହିବାକୁ ଗଲେ 'ସାଲାର' ରିଲିଜ୍ ହେବାର ଦ୍ୱିତୀୟ ଦିନରେ ଅର୍ଥାତ୍ ଶନିବାର ଦିନ ୫୬.୭ କୋଟି ଟଙ୍କା ଆୟ କରିଥିଲା । ସାକ୍‌ନିକ୍‌ଙ୍କ ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ତୃତୀୟ ଦିନରେ ଅର୍ଥାତ୍ ରବିବାର 'ସାଲାର୍' ୬୧ କୋଟି ଟଙ୍କା ଆୟ କରିଛି । 'ସାଲାର'ର 3 ଦିନର ମୋଟ କଲେକ୍ସନ ବର୍ତ୍ତମାନ ୨୦୮.୦୫ କୋଟିରେ ପହଞ୍ଚିଛି ।

ସେହିପରି ବିଶ୍ବରେ ଫିଲ୍ମ ଖୁବଶୀଘ୍ର ୩୦୦ କୋଟି କ୍ଲବ୍‌ରେ ସାମିଲ ହେବାକୁ ଯାଉଛି । ସାଲାରର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଫିଲ୍ମର ବିଶ୍ବ କଲେକ୍ସନ୍‌ ରିପୋର୍ଟ ସେୟାର କରାଯାଇଛି । ଯେଉଁଥିରେ ଫିଲ୍ମ ମୋଟ ୨୯୫ କୋଟି ଟଙ୍କା ଆୟ କରିଥିବା ଦର୍ଶାଯାଇଛି । ଏଥିରେ ପ୍ରଭାସଙ୍କ ଏକ ପୋଷ୍ଟର ସେୟାର କରି ଲେଖାହୋଇଛି, "ରେକର୍ଡ ବ୍ରେକିଂ ବ୍ଲକବଷ୍ଟର । ୨୯୫.୭ ବିଲିୟନ GBOC (ସାରା ବିଶ୍ୱରେ ୨ ଦିନ ମଧ୍ୟରେ ମୋଟ ବକ୍ସ ଅଫିସ କଲେକ୍ସନ)। ଖୁବଶୀଘ୍ର ଏହା ୩୦୦ କୋଟି କ୍ଲବରେ ସାମିଲ ହେବ ।

ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସରେ 'ସାଲାର' ଧମାକା; ୨ୟ ଦିନରେ ବି ବମ୍ପର କଲେକ୍ସନ

ସୂଚନା ଥାଉ କି, ଶୁକ୍ରବାର ଦିନ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ଶାହରୁଖ ଖାନଙ୍କ 'ଡଙ୍କି' ସହ କଡ଼ା ଟକ୍କରର ସମ୍ମୁଖୀନ ହୋଇଛି । ଡଙ୍କିକୁ ପଛରେ ପକାଇ ସାଲାର ସଫଳତା ହାସଲ କରିଛି । ସାଲାର'ରେ ପ୍ରଭାସ ଏବଂ ପୃଥ୍ୱୀରାଜ ସୁକୁମାରନ, ଶ୍ରୁତି ହାସନ, ଟିନୁ ଆନନ୍ଦ ଏବଂ ଜଗପତି ବାବୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ ।

  • " class="align-text-top noRightClick twitterSection" data="">
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.