ETV Bharat / entertainment

'ସାଲାର' ସହ ରିବେଲ୍‌ ଷ୍ଟାର୍‌ଙ୍କ ଦମଦାର କମବ୍ୟାକ୍, ପ୍ରଥମ ଦିନରେ ଫିଲ୍ମ କରିବ ୧୦୦କୋଟି କଲେକ୍ସନ !

author img

By ETV Bharat Odisha Team

Published : Dec 22, 2023, 11:04 AM IST

Salaar Box Office Collection Day 1 Prediction: କେଜିଏଫ୍ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ 'ସାଲାର' ବକ୍ସ ଅଫିସରେ ଏକ ବଡ଼ ଓପନିଂ କରିବାକୁ ପ୍ରସ୍ତୁତ। ଆଜି ଫିଲ୍ମ ମୁକ୍ତିଲାଭ କରିଥିବା ବେଳେ ପ୍ରଥମ ଦିନ ପାଇଁ ଫିଲ୍ମର ଆଡଭାନ୍ସ ବୁକିଂ ଏବଂ ରିଭ୍ୟୁ ନେଇ ବର୍ତ୍ତମାନ ଫିଲ୍ମ ଦମଦାର ଓପନିଂ କରିବ ବୋଲି କୁହାଯାଉଛି । ଅଧିକ ପଢ଼ନ୍ତୁ

'ସାଲାର' ସହ ପ୍ରଭାସଙ୍କ ଦମଦାର କମବ୍ୟାକ୍, ପ୍ରଥମ ଦିନରେ ଫିଲ୍ମ କରିପାରେ ୧୦୦କୋଟି କଲେକ୍ସନ

ହାଇଦ୍ରାବାଦ: କେଜିଏଫ୍‌ର ଦମଦାର ସଫଳତା ପରେ ବର୍ତ୍ତମାନ 'ସାଲାର' ସହ କମବ୍ୟାକ୍‌ କରିଛନ୍ତି ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ । ଏହି ଫିଲ୍ମରେ ସାଉଥ୍‌ ସୁପରଷ୍ଟାର ପ୍ରଭାସ ଏବଂ ପୃଥ୍ବୀରାଜ ସୁକୁମାରନ ନଜର ଆସିଥିବା ବେଳେ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ଦେଖିବାକୁ ମିଳିଛି । ତେବେ ଆଜି ଏହି ଫିଲ୍ମ ମୁକ୍ତିଲାଭ କରିଥିବା ବେଳେ ପ୍ରଥମ ଦିନ ପାଇଁ ଫିଲ୍ମର ଆଡଭାନ୍ସ ବୁକିଂ ଏବଂ ରିଭ୍ୟୁ ନେଇ ବର୍ତ୍ତମାନ ଫିଲ୍ମ ଦମଦାର ଓପନିଂ କରିବ ବୋଲି କୁହାଯାଉଛି । ପ୍ରଥମ ଦିନରେ ଫିଲ୍ମ ପ୍ରାୟ ୧୦୦କୋଟି ଆୟ କରିପାରେ ବୋଲି ଅନୁମାନ କରାଯାଉଛି ।

  • " class="align-text-top noRightClick twitterSection" data="">

ଇଣ୍ଡଷ୍ଟ୍ରି ଟ୍ରାକର ସାକ୍‌ନିକ୍‌ଙ୍କ ରିପୋର୍ଟ ଅନୁଯାୟୀ, ପ୍ରଥମ ଦିନ ପାଇଁ ଦମଦାର ଟିକେଟ୍‌ ବୁକ୍‌ କରିଛି ଫିଲ୍ମ । ସମସ୍ତ ଭାଷାରେ ୨୨ଲକ୍ଷ ୩୮ହଜାର ୩୪୬ ଟିକେଟ ବୁକ କରିସାରିଥିବା ବେଳେ ମୋଟ ୪୮.୯୪ କୋଟି ଆୟ କରିସାରିଲାଣି । ଫିଲ୍ମ ରିଲିଜ ପୂର୍ବରୁ ହିଁ ୫୦ କୋଟି ପାଖାପାଖି ଆୟ କରିଥିବା ବେଳେ ଓପନିଂ ଡେରେ ବମ୍ପର କଲେକ୍ସନ କରିବ ବୋଲି କୁହାଯାଉଛି । ସେପଟେ ପ୍ରଭାସଙ୍କ କ୍ରେଜ ବି ରହିଥିବା ବେଳେ ଫିଲ୍ମ ପ୍ରଥମ ଦିନରେ ୧୦୦କୋଟିରୁ ଅଧିକ ଆୟ କରି ଅନେକ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି । ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ତେଲୁଗୁ ରାଜ୍ୟଗୁଡ଼ିକ ଏଥିରେ ଉଲ୍ଲେଖନୀୟ ଯୋଗଦାନ ଦେବ ବୋଲି ଆଶା କରାଯାଉଥିବା ବେଳେ ପ୍ରାୟ ୭୦କୋଟି ଆୟ କରିପାରେ ।

Highest Opening Day Advance Booking Tickets For 2023 in India💥💥

1. #LEO: 2.45 M
2. #Salaar: 2.24M
3. #Jawan: 1.58M
4. #Animal: 1.35M
5. #Pathaan: 1.08M

— Sacnilk Entertainment (@SacnilkEntmt) December 22, 2023

ସେପଟେ ହିନ୍ଦୀ ବଜାରରେ ସାଲାର ୨୦ କୋଟି ଆୟ କରିପାରେ ବୋଲି କୁହାଯାଉଛି। କାରଣ ଏହି ଫିଲ୍ମ ବର୍ତ୍ତମାନ ହିନ୍ଦୀରେ ରିଲିଜ ହୋଇଥିବା ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କି ସହ ଟକ୍କର ଦେଉଛି । ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କି ଗତକାଲି ଡିସେମ୍ବର ୨୧ରେ ରିଲିଜ ହୋଇଛି । ତେବେ ସାଲାରରେ ସୁପରଷ୍ଟାର ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁଙ୍କ ପରି ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରଟି 'ହମ୍ବଲେ ଫିଲ୍ମସ' ଦ୍ବାରା ନିର୍ମିତ ।

  • Highest Opening Day Advance Booking Gross Belongs To #Salaar Now (2023 India)💥💥💥

    Will share all data in the morning.☑️

    — Sacnilk Entertainment (@SacnilkEntmt) December 21, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ଲୋକଙ୍କ ମନ ଜିତିଲା 'ସାଲାର', ବ୍ଲକବ୍ଲଷ୍ଟର ଟ୍ୟାଗ ଦେଲେ ଫ୍ୟାନ୍ସ

ଅନ୍ୟପଟେ ବାହୁବଲୀ ୨ ପରେ ପ୍ରଭାସଙ୍କ ପ୍ରାୟ ସମସ୍ତ ଚଳଚ୍ଚିତ୍ର ବ୍ୟବସାୟ ଦୃଷ୍ଟିରୁ ପଛରେ ପଡିଛି । ବାହୁବଲୀ ୨ ପରେ ପ୍ରଭାସଙ୍କୁ 'ସାହୋ'ରେ ଶ୍ରଦ୍ଦା କପୁରଙ୍କ ସହ ଦେଖିବାକୁ ମିଳିଥିଲା । ତାଙ୍କ ଚଳଚ୍ଚିତ୍ର ସାରା ଦେଶରେ ୮୯ କୋଟି ଟଙ୍କା ଓପନିଂ କରିଥିଲା । ଏଥି ସହିତ ରାଧେ ଶ୍ୟାମ ୪୩.୧ କୋଟି ଟଙ୍କା ଏବଂ ଆଦିପୁରୁଷ ୮୬.୭୫ କୋଟି ଟଙ୍କା ବ୍ୟବସାୟ କରିଥିଲା । ତେବେ ଆଦିପୁରୁଷ ପ୍ଲପ ହେବା ପରେ ସାଲାର ସହ ପ୍ରଭାସ ଧମାକେଦାର ପ୍ରତ୍ୟାବର୍ତ୍ତମନ କରିଛନ୍ତି । ବର୍ତ୍ତମାନ ଫିଲ୍ମର ରିଭ୍ୟୁକୁ ମଧ୍ୟ ଦେଖି ବି ଅନୁମାନ କରାଯାଇପାରେ ଯେ, ଏହା ଦମଦାର ଓପନିଂ ସହ ପ୍ରଭାସଙ୍କ ଏହି ସମସ୍ତ ଫିଲ୍ମର ରେକର୍ଡ ଭାଙ୍ଗିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.