ମୁମ୍ବାଇ: ଦିବଂଗତ ଦିଲୀପ କୁମାରଙ୍କୁ 'ଭାରତରତ୍ନ ଡ.ଆମ୍ବେଦକର' ପୁରସ୍କାର ପ୍ରଦାନ କରାଯାଇଛି । ଭେଟେରାନ ଅଭିନେତ୍ରୀ ସାୟରା ବାନୁ ସ୍ବାମୀଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁରସ୍କାର ଗ୍ରହଣ କରିବା ପରେ ପତି ତଥା ଟ୍ରାଜେଡି କିଙ୍ଗ ଦିଲୀପ କୁମାରଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ 'ଭାରତରତ୍ନ' ପ୍ରଦାନ କରିବାକୁ ଦାବି କରିଛନ୍ତି ।
'ଭାରତରତ୍ନ ଡ.ଆମ୍ବେଦକର' ପୁରସ୍କାର ଗ୍ରହଣ କରିବା ପରେ ସେ ଭାବବିହ୍ବଳ ହୋଇଥିଲେ । ସାୟରା କହିଥିଲେ ଦିଲୀପ ସାହେବ ଆମ ଦେଶର କୋହିନୂର ଥିଲେ । ତାଙ୍କୁ ଭାରତରତ୍ନରେ ସମ୍ମାନିତ କରାଯିବା ଆବଶ୍ୟକ । ସେ ଆହୁରି କହିଛନ୍ତି, ''ଦିଲୀପ ତାଙ୍କ ସହିତ ସବୁବେଳେ ଅଛନ୍ତି । ମୁଁ ଏହି ମୋ ସ୍ବାମୀଙ୍କ ପକ୍ଷରୁ ଏହି ସମ୍ମାନ ଗ୍ରହଣ କରି ବହୁତ ଖୁସି । ଜଣେ ବର୍ଷିୟାନ ଅଭିନେତାଙ୍କୁ ଏହା ଏକ ସମ୍ମାନଜକ ପୁରସ୍କାର । ମୋତେ ଲାଗୁଛି ସେ ଏଠି ଉପସ୍ଥିତ ଅଛନ୍ତି । ସତରେ ସେ ଯଦି ଆଜି ଉପସ୍ଥିତ ରହିଥାନ୍ତେ ମୁଁ ବହୁତ ଖୁସି ହୋଇଥାନ୍ତି ।''
ପ୍ରକାଶ ଥାଉ କି, 2021 ଜୁଲାଇରେ 98 ବର୍ଷ ବୟସରେ ବର୍ଷିୟାନ ଭେଟେରାନ ଅଭିନେତା ଦିଲୀପଙ୍କର ନିଧନ ହୋଇଥିଲା । ଦିଲୀପଙ୍କ ଯିବା ପରେ ସାୟରା ଏକଦମ ଏକା ହେଇଯାଇଛନ୍ତି । ସ୍ବାମୀଙ୍କ ସ୍ମୃତିକୁ ସାଥୀରେ ନେଇ ବାକି ଜୀବନ କାଟୁଛନ୍ତି ସାୟରା ବାନୁ ।