ETV Bharat / entertainment

Adipurush: ବିବାଦ ପରେ ବଦଳିବ ଲୁକ୍‌, ବିନା ଦାଢିରେ ନଜର ଆସିବେ ରାବଣ

author img

By

Published : Nov 16, 2022, 11:10 AM IST

ଫିଲ୍ମ ଆଦିପୁରୁଷରେ ରାବଣର ଲୁକରେ ଏକ ବଡ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସୈଫ ଅଲି ଖାନଙ୍କ ଦାଢିକୁ ଡିଜିଟାଲ ଟେକ୍ନୋଲୋଜି ସାହାଯ୍ୟରେ ହଟାଇ ଦିଆଯିବ। ଅଧିକ ପଢନ୍ତୁ

ବଦଳିବ ରାବଣର ଲୁକ୍‌
ବଦଳିବ ରାବଣର ଲୁକ୍‌

ହାଇଦ୍ରାବାଦ: ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନ ଯେତେବେଳେ ପରଦାରେ ନଜର ଆସନ୍ତି, ସେ ନିଜର ଅଭିନୟ ଏବଂ ସ୍ବାଗ୍ ସହିତ ଦର୍ଶକଙ୍କ ହୃଦୟ ଜିତିଥାନ୍ତି । କିନ୍ତୁ ଆଦିପୁରୁଷ (Adipurush)ରେ ରାବଣ ହୋଇଥିବା ସୈଫ ଅଲି ଖାନ ପ୍ରଶଂସକଙ୍କୁ ପ୍ରଭାବିତ କରିପାରି ନଥିଲେ । ସୈଫଙ୍କ ରାବଣର ଲୁକ୍‌ ଫ୍ୟାନ୍ସଙ୍କୁ ପସନ୍ଦ ଆସିନଥିଲା । ଟିଜରରେ ସୈଫଙ୍କ ଲୁକ ଦେଖି ତାଙ୍କୁ ବହୁତ ପରିହାସ କରାଯାଇଥିଲା । ସୈଫ ଚରିତ୍ର ଉପରେ ଟ୍ରୋଲ କରିବା ପରେ ନିର୍ମାତାମାନେ ବୋଧହୁଏ ଟିକେ ଡରି ଯାଇଛନ୍ତି । ସେଥିପାଇଁ ନିର୍ମାତାମାନେ ରିଲିଜ୍ ପୂର୍ବରୁ ଫିଲ୍ମର ଚରିତ୍ରଗୁଡ଼ିକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବଦଳିବ କି ସୈଫଙ୍କ ଲୁକ୍ ?

ନୂଆ ରିପୋର୍ଟ ଅନୁଯାୟୀ, ଆଦିପୁରୁଷ ନିର୍ଦ୍ଦେଶକ ଓମ୍‌ ରାଉତ ଏହି ଫିଲ୍ମରେ ସୈଫ ଅଲି ଖାନଙ୍କ ରାବଣର ଲୁକ୍‌ ବଦଳାଇବାକୁ ଯୋଜନା କରୁଛନ୍ତି । ରିପୋର୍ଟରେ ଦାବି କରାଯାଇଛି ଯେ, ଆଦିପୁରୁଷର ଟିଜରରେ ଦେଖାଯାଇଥିବା ସୈଫ ଅଲି ଖାନଙ୍କ ଦାଢିକୁ ଡିଜିଟାଲ ଟେକ୍ନୋଲୋଜି ସାହାଯ୍ୟରେ ହଟାଇ ଦିଆଯିବ ।

ଏହା ବି ପଢନ୍ତୁ: ପ୍ରଭାସଙ୍କ ପ୍ରତୀକ୍ଷିତ ଫିଲ୍ମ ଆଦିପୁରୁଷ ରିଲିଜ୍‌ ବିଳମ୍ବ, ନୂଆ ଡେଟ୍‌ ଘୋଷଣା କଲେ ନିର୍ଦ୍ଦେଶକ

ଉତ୍ସରୁ ଉଦ୍ଧୃତ ହୋଇ ରିପୋର୍ଟରେ କୁହାଯାଇଛି - ଫିଲ୍ମଟି ବହୁତ ଭଲ ହୋଇଛି, କିନ୍ତୁ ଭିଏଫଏକ୍ସରେ ସାମାନ୍ୟ ଗଡବଡ ହୋଇଛି । ଉତ୍ସ ଏହା ମଧ୍ୟ କହିଛି ଯେ, ଫିଲ୍ମରେ କେବଳ ସୈଫଙ୍କ ଲୁକକୁ ପରିହାସ କରାଯାଇ ନାହିଁ, ବରଂ ଅନେକ ଚରିତ୍ରଙ୍କ ଉପସ୍ଥାପନାକୁ ମଧ୍ୟ ପରିହାସ କରାଯାଇଛି ।

ସୈଫଙ୍କ ରାବଣ ଲୁକକୁ ଲୋକମାନେ ଖିଲଜୀ ବୋଲି କହିଥିଲେ

ଆପଣ ବି ମନେରଖିଥିବେ ଯେ, ଯେତେବେଳେ ଆଦିପୁରୁଷର ଟିଜର ରିଲିଜ ହୋଇଥିଲା, ସେତେବେଳେ ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ଟିଜର ସାମ୍ନାକୁ ଆସିବା ପରେ ଲୋକମାନେ କହିଥିଲେ ଯେ ଆଦିପୁରୁଷରେ ଭଗବାନ ରାମ ଏବଂ ରାବଣଙ୍କୁ ଭୁଲ ପ୍ରଦର୍ଶନ କରାଯାଇଛି । ରାବଣ ଭୂମିକାରେ ସୈଫ ଅଲି ଖାନଙ୍କ ଲୁକକୁ ବହୁତ ପରିହାସ କରାଯାଇଥିଲା । ଲୋକମାନେ ରାବଣ ପରିବର୍ତ୍ତେ ସୈଫଙ୍କ ଲୁକ୍‌କୁ ଖିଲଜୀ ବୋଲି କହିଥିଲେ । ରାମ ଭୂମିକାରେ ଥିବା ପ୍ରଭାସ ମଧ୍ୟ ପ୍ରଶଂସକଙ୍କୁ ପ୍ରଭାବିତ କରିପାରି ନଥିଲେ। ଆଦିପୁରୁଷର VFX କୁ ଲୋକମାନେ ନିମ୍ନ ମାନର ବୋଲି ମଧ୍ୟ ବର୍ଣ୍ଣନା କରିଥିଲେ । ଫିଲ୍ମର ଅନେକ ଦୃଶ୍ୟ ହଲିଉଡର କପି ବୋଲି କୁହାଯାଉଥିଲା ।

ଏହା ବି ପଢନ୍ତୁ: ସୈଫ୍‌ଙ୍କ ରାବଣ ଲୁକ୍‌କୁ ନେଇ ବିବାଦ, ଖିଲଜୀଙ୍କ ସହ ତୁଳନା କଲେ ୟୁଜର୍ସ

ଟିଜର ରିଲିଜ ହେବା ପରେ ଫିଲ୍ମର ଟ୍ରୋଲ ଦେଖି ନିର୍ମାତାମାନେ ଆଦିପୁରୁଷରେ ଅନେକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କାରଣରୁ ଫିଲ୍ମର ରିଲିଜ୍ ତାରିଖ ବର୍ତ୍ତମାନ ଟିଜର ରିଲିଜ ହେବା ପରେ ଫିଲ୍ମର ଟ୍ରୋଲ ଦେଖି ନିର୍ମାତାମାନେ ଆଦିପୁରୁଷରେ ଅନେକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କାରଣରୁ ଫିଲ୍ମର ରିଲିଜ୍ ତାରିଖ ବର୍ତ୍ତମାନ 12 ଜାନୁୟାରୀ 2023 ପରିବର୍ତ୍ତେ ଆଦିପୁରୁଷର ରିଲିଜ୍ ତାରିଖକୁ 16 ଜୁନ୍ 2023 କୁ ବୃଦ୍ଧି କରିଛନ୍ତି । ଏବେ ଦେଖିବା ରିଲିଜ୍ ହେବା ପରେ ଆଦିପୁରୁଷକୁ କି ପ୍ରକାର ପ୍ରତିକ୍ରିୟା ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.