ETV Bharat / entertainment

Rocky Aur Rani Kii Prem Kahani: ଜନ୍ମଦିନରେ କରନ ଦେଖାଇଲେ ରକି ରାନୀଙ୍କ ପ୍ରଥମ ଝଲକ

author img

By

Published : May 25, 2023, 12:20 PM IST

କରନ ଜୋହର ତାଙ୍କର 51 ତମ ଜନ୍ମଦିନରେ ପ୍ରଶଂସକମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି । ଫିଲ୍ମ ନିର୍ମାତା ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ 'ରକି ଔର ରାନୀ କି ପ୍ରେମ କାହାନୀ' ଫିଲ୍ମରୁ ଉଭୟଙ୍କ ପ୍ରଥମ ଲୁକ୍ ରିଲିଜ କରିଛନ୍ତି । ଅଧିକ ପଢନ୍ତୁ

'ରକି ଔର ରାନୀ କି ପ୍ରେମ କାହାନୀ'ରୁ ପ୍ରଥମ ଲୁକ ରିଲିଜ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା କରନ ଜୋହର ଆଜି ତାଙ୍କର 51 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଉତ୍ସବରେ ତାଙ୍କ ପ୍ରଶଂସକ ଏବଂ ସେଲିବ୍ରେଟିମାନେ କରଣ ଜୋହରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ତେବେ କରନ ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ଜନ୍ମଦିନ ଭେଟି ଦେଇଛନ୍ତି । କରନ ଜୋହର ନିର୍ମିତ ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନୀ'ରୁ ଉଭୟଙ୍କୁ ପ୍ରଥମ ଲୁକ ରିଲିଜ କରିଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ଜୁଲାଇ 28ରେ ସିନେମା ହଲରେ ରିଲିଜ ହେବ ।

କରନ ଗତକାଲି ଦେଇଥିବା ପ୍ରତିଶୃତି ଅନୁସାରେ ଫ୍ୟାନ୍ସଙ୍କୁ ଜନ୍ମଦିନର ଉପହାର ଦେଇଛନ୍ତି । ସେ ନିଜ ଇନଷ୍ଟାଗ୍ରାମରେ 'ରକି ଔର ରାନୀ କି ପ୍ରେମ କାହାନୀ'ରୁ ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ପ୍ରଥମ ଲୁକ ରିଲିଜ କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, “ଏକ ସଂପୂର୍ଣ୍ଣ‘ ହାର୍ଟଥ୍ରୋବ ’, ଯିଏ ସମସ୍ତଙ୍କ ହୃଦୟ ଜିତିଥାନ୍ତି - ରକିଙ୍କୁ ଭେଟ! 28 ଜୁଲାଇ, 2023 ସିନେମାରେ 'ରକି ଔର ରାନୀ କି ପ୍ରେମ କାହାନୀ'… ”ସେହିପରି ଆଲିଆ ଭଟ୍ଟଙ୍କ ଲୁକ ସେୟାର କରି କରନ ଲେଖିଛନ୍ତି, “ସାଥୀଗଣ, ରାଣୀ ଆପଣଙ୍କ ହୃଦୟ ଚୋରି କରିବାକୁ ଆସିଛନ୍ତି- ରାନୀଙ୍କୁ ଭେଟନ୍ତୁ!” ପ୍ରଶଂସକମାନେ ଉଭୟଙ୍କ ଫଟୋକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ଲେଖିଛନ୍ତି, “ଆମେ ପ୍ରସ୍ତୁତ !!!” ଜଣେ କହିଲା, “Ufffffffff କହି ହାର୍ଟ ଇମୋଜି ଦେଇଛନ୍ତି । ଅନ୍ୟ ଜଣେ ଆଲିଆଙ୍କୁ ପ୍ରଶଂସା କରି କହିଛନ୍ତି, ସବୁଥର ପରି ସୁନ୍ଦର ।

ଫିଲ୍ମରୁ ରଣଭୀର ସିଂଙ୍କ 'ରକି' ଚରିତ୍ରର ପ୍ରଥମ ଲୁକ୍ ଦେଖିବା ପରେ ଜଣା ପଡିଛି ଯେ ଫିଲ୍ମରେ ତାଙ୍କୁ ପ୍ରେମିକ ଭୂମିକାରେ ଦେଖିବାକୁ ମିଳିବ । ରଣଭୀର ସିଂଙ୍କ ଦୁଇଟି ପ୍ରଥମ ଲୁକ୍ ଫିଲ୍ମରୁ ସେୟାର କରାଯାଇଛି । ରଣଭୀର ସିଂ ଉଭୟ ପୋଷ୍ଟରରେ ସୁନ୍ଦର ଦେଖାଯାଉଛନ୍ତି । ଗୋଟିଏ ପୋଷ୍ଟରରେ ସେ ଜ୍ୟାକେଟ୍ ଏବଂ ଗଗର୍ଲ୍ସ ପିନ୍ଧିଥିବାର ନଜର ଆସିଛନ୍ତି ଏବଂ ଅନ୍ୟ ପୋଷ୍ଟରରେ ରଣଭୀର ସିଂଙ୍କ ସାର୍ଟ ଖୋଲା ଅଛି ଏବଂ ବେକରେ ଏକ ମୋଟା ସୁନା ଚେନ ଏବଂ ଗଗର୍ଲ୍ସ ପିନ୍ଧିଥିବା ନଜର ଆସିଛନ୍ତି ।

ଅନ୍ୟପଟେ ଫିଲ୍ମରୁ ଆସିଥିବା ଆଲିଆ ଭଟ୍ଟଙ୍କ 'ରାନୀ' ଚରିତ୍ରର ପ୍ରଥମ ଲୁକକୁ ଦେଖି ଅନୁମାନ କରାଯାଇପାରେ ଯେ ତାଙ୍କୁ ଫିଲ୍ମରେ ଜଣେ ସରଳ ଝିଅ ଭୂମିକାରେ ଦେଖିବାକୁ ମିଳିବ । ଯାହାଙ୍କ ପ୍ରେମରେ ଦିୱାନା ଥିବେ ରକି । ଏହି ପୋଷ୍ଟରରେ ଆଲିଆ ଭଟ୍ଟଙ୍କୁ ତାଙ୍କ 'ଦେଶୀ ଗାର୍ଲ' ଲୁକରେ ଦେଖିବାକୁ ମିଳିଛି । ତେବେ ଏହି ଫିଲ୍ମରେ ରଣଭୀର ଏବଂ ଆଲିଆଙ୍କ ବ୍ୟତୀତ ଜୟା, ଧର୍ମେନ୍ଦ୍ର ଏବଂ ଶବନା ମଧ୍ୟ ନଜର ଆସିବେ । ଏହା ଏକ ପାରିବାରିକ ଡ୍ରାମା ଏବଂ ରୋମାଣ୍ଟିକ ଲଭ୍‌ ଷ୍ଟୋରୀକୁ ନେଇ ନିର୍ମିତ ଫିଲ୍ମ । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଜୁଲାଇ 28ରେ ସିନେମାହଲରେ ରିଲିଜ ହେବ । ବର୍ତ୍ତମାନ ପ୍ରଶଂସକମାନେ ଏହି ଫିଲ୍ମ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.