ETV Bharat / entertainment

ରକି ଔର ରାନୀ କି ପ୍ରେମ କାହାନୀରେ ଧର୍ମେନ୍ଦ୍ର ଶବାନାଙ୍କ କିସିଂ ସିନ୍, ପ୍ରତିକ୍ରିୟା ରଖିଲେ ଡାଇଲଗ ରାଇଟର

author img

By

Published : Jul 31, 2023, 2:02 PM IST

ବକ୍ସ ଅଫିସରେ ଧମାକା କରୁଛି ଆଲିଆ ଭଟ୍ଟ ଏବଂ ରଣଭୀର ସିଂଙ୍କ ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀ । ଫିଲ୍ମଟି ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି । ଏହାରି ମଧ୍ୟରେ ଫିଲ୍ମରେ ଧମେନ୍ଦ୍ର ଶବାନାଙ୍କୁ କିସ୍ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଖୁବ ଟ୍ରୋଲ କରାଯାଇଥିଲା । ଏନେଇ ବର୍ତ୍ତମାନ ଡାଇଲଗ ରାଇଟର ମୁହଁ ଖୋଲିଛନ୍ତି। ଅଧିକ ପଢନ୍ତୁ

ରକି ଔର ରାନୀ କି ପ୍ରେମ କାହାନୀରେ ଧର୍ମେନ୍ଦ୍ର ଶବାନାଙ୍କ ଚୁମ୍ବନ ସିନ୍, ପ୍ରତିକ୍ରିୟା ରଖିଲେ ଡାଇଲଗ ରାଇଟର

ହାଇଦ୍ରାବାଦ: ଦର୍ଶକଙ୍କ ମନ ଜିତୁଛି ଆଲିଆ ଭଟ୍ଟ ଏବଂ ରଣଭୀର ସିଂଙ୍କ ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀ । ଫିଲ୍ମରେ ଅନେକ ବଲିଉଡ ବର୍ଷିୟାନ ଅଭିନେତା ଧର୍ମେନ୍ଦ୍ର ଏବଂ ଅଭିନେତ୍ରୀ ଜୟା ବଚ୍ଚନ, ଶବାନା ଆଜମୀ ମଧ୍ୟ ଅଭିନୟ କରିଛନ୍ତି । ବର୍ତ୍ତମାନ ଫିଲ୍ମର ଏକ ସିନ୍‌ରେ ଧର୍ମେନ୍ଦ୍ର ଏବଂ ଶବାନାଙ୍କୁ କିସ୍‌ କରୁଥିବା ଦେଖିବାକୁ ମିଳିଛି । ଫିଲ୍ମର ଏହି ସିନ୍‌କୁ ନେଇ ଖୁବ୍‌ ଟ୍ରୋଲ କରାଯାଉଛି । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମର ଡାଇଲଗ ତଥା ସ୍କ୍ରିନ୍‌ ପ୍ଲେ' ରାଇଟର୍ ଇଶିତା ମୋଇତ୍ରା ଏନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, 'ଏହି ସିନ୍‌ ପାଇଁ କାହାରି ଅସୁବିଧା ନଥିଲା।'

ନିକଟରେ ଏକ ସାକ୍ଷାତକାରରେ ଫିଲ୍ମ ବିଷୟରେ କଥାବାର୍ତ୍ତା କରିଥିଲେ ଫିଲ୍ମର ସଂଲାପ ଲେଖିକା ଇଶିତା ମୋଇତ୍ରା । ଏହି ସମୟରେ ସେ ଧର୍ମେନ୍ଦ୍ର ଏବଂ ଶବାନାଙ୍କ ଚୁମ୍ବନକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଥିଲେ, 'ଯେଉଁ ସିନ୍‌ ରହିଛି ତାହା ଲୋକମାନେ ଆଶା କରିନଥିଲେ । କିସ୍ ସବୁବେଳେ ସ୍କ୍ରିପ୍ଟରେ ଥିଲା । ଏହାକୁ କିପରି ସମ୍ମାନଜନକ ଢଙ୍ଗରେ ଦେଖାଇବେ, କରଣ ଏହାର ଯତ୍ନ ନେଇଥିଲେ । ମୁଁ ଭାବୁନାହିଁ ଯେ ଏଥିରେ କାହାରି ସମସ୍ୟା ଅଛି ।'

ଏହାପୂର୍ବରୁ ଧର୍ମେନ୍ଦ୍ର ମଧ୍ୟ ଚଳଚ୍ଚିତ୍ରରେ ତାଙ୍କର ରୋମାଣ୍ଟିକ ଚୁମ୍ବନ ବିଷୟରେ କହିଥିଲେ । ସେ କହିଥିଲେ ଯେ, “ମୁଁ ଶୁଣୁଛି ଯେ ଅନେକ ଲୋକଙ୍କୁ ଶବାନା ଏବଂ ମୋର ଚୁମ୍ବନ ସିନ୍‌ ଆଶ୍ଚର୍ଯ୍ୟ କରିଛି । ଅନେକ ଲୋକ ଏହାକୁ ପ୍ରଶଂସା ମଧ୍ୟ କରିଛନ୍ତି । ତେବେ ମୁଁ ଭାବୁଛି ଲୋକମାନେ ଏହା ଆଶା କରୁନାହାଁନ୍ତି ଏବଂ ଏହା ହଠାତ୍ ହୋଇଗଲା ଯେଉଁଥିପାଇଁ ଏହା ଏକ ପ୍ରଭାବ ସୃଷ୍ଟି କଲା । ଶେଷ ଥର ପାଇଁ ମୁଁ ନାଫିସା ଅଲିଙ୍କ ସହ ଲାଇଫ୍ ଇନ୍ ମେଟ୍ରୋରେ ଏକ କିସ୍‌ ସିନ୍‌ କରିଥିଲି ଏବଂ ସେହି ସମୟରେ ଅନେକ ଲୋକମାନେ ମଧ୍ୟ ଏହାକୁ ପ୍ରଶଂସା କରିଥିଲେ ।”

ସେ ଆହୁରି ମଧ୍ୟ କହିଛନ୍ତି, “ଯେତେବେଳେ କରଣ ଏହି ସିନ୍‌କୁ ଆମକୁ ବର୍ଣ୍ଣନା କରିଥିଲେ, ମୁଁ ଉତ୍ସାହିତ ହୋଇ ନଥିଲି । ଆମେ ଏହା ବୁଝିଥିଲୁ ଏବଂ ମୁଁ ଅନୁଭବ କଲି ଯେ ଏହା ଏକ ଜିନିଷ ଯାହା ଫିଲ୍ମରେ ଆବଶ୍ୟକ କିନ୍ତୁ ବାଧ୍ୟ କରାଯାଇ ନଥିଲା । କିନ୍ତୁ ମୁଁ କହିଲି ମୁଁ ଏହା କରିବି । ମୁଁ ବିଶ୍ୱାସ କରେ ରୋମାନ୍ସ ପାଇଁ କୌଣସି ବୟସ ନାହିଁ । ବୟସ କେବଳ ଏକ ସଂଖ୍ୟା ଏବଂ ବୟସ ନିର୍ବିଶେଷରେ ଦୁଇଜଣ ବ୍ୟକ୍ତି ଚୁମ୍ବନ ଦେଇ ପରସ୍ପର ପ୍ରତି ସେମାନଙ୍କର ଭଲପାଇବା ଦେଖାଇଥାନ୍ତି । ଶବାନା ଏବଂ ମୁଁ ଦୁହେଁ ଏହି ସିନ୍‌ ପାଇଁ କୌଣସି ପ୍ରକାରର ଖରାପ ଅନୁଭବ କରିନଥିଲୁ କାରଣ ଏହି ସିନ୍‌ଟି ଖୁବ ସୁନ୍ଦର ଭାବେ କରାଯାଇଥିଲା ।”

ଏହା ମଧ୍ୟ ପଢନ୍ତୁ: ଫିଲ୍ମର ସଫଳତାକୁ ସହିପାରୁନାହାନ୍ତି କଙ୍ଗନା ! କହିଲେ ଟଙ୍କା ଫୋପାଡି କିଛି ବି କରିପାରିବେ କରଣ

ଚଳଚ୍ଚିତ୍ରଟି କେତେ ରୋଜଗାର କଲା?

ସୂଚନା ଥାଉ କି, ରଣଭୀର ସିଂ ଏବଂ ଆଲିଆ ଭଟ୍ଟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି । ଚଳଚ୍ଚିତ୍ରର ରୋଜଗାର ବିଷୟରେ କହିବାକୁ ଗଲେ ଏହା ପ୍ରଥମ ଦିନରେ 11.10 କୋଟି ରୋଜଗାର କରିଥିଲା ​। ଅନ୍ୟପକ୍ଷରେ ଏହି ଫିଲ୍ମ ଶନିବାର ଦିନ 16.5 କୋଟି ଟଙ୍କା ସଂଗ୍ରହ କରିଥିଲା । ରବିବାର ଦିନ ଏହି ଫିଲ୍ମ 19 କୋଟି ରୋଜଗାର କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.