ETV Bharat / entertainment

ଅକ୍ଟୋବରରେ ପଡିବ ଅଲି ଫଜଲ-ରିଚା ଚଢାଙ୍କ ହାତଗଣ୍ଠି

author img

By

Published : Sep 13, 2022, 9:51 AM IST

ଅଲି ଫଜଲ ଏବଂ ରିଚା ଚଢାଙ୍କ ବିବାହ ତାରିଖ ସ୍ଥିର ହୋଇଥିବା ଚର୍ଚ୍ଚା । ମୁମ୍ବାଇର ସେଲିବ୍ରିଟିଙ୍କ ପାଇଁ ଏକ ଗ୍ରାଣ୍ଡ ରିସେପ୍ସନ୍ ମଧ୍ୟ ରଖାଯାଇଥିବା ନେଇ ରହିଛି ସୂଚନା । ଅଧିକ ପଢନ୍ତୁ

ଅକ୍ଟୋବରରେ ପଡିବ ଅଲି ଫଜଲ-ରିଚା ଚଢାଙ୍କ ହାତଗଣ୍ଠି
ଅକ୍ଟୋବରରେ ପଡିବ ଅଲି ଫଜଲ-ରିଚା ଚଢାଙ୍କ ହାତଗଣ୍ଠି

ହାଇଦ୍ରାବାଦ: ବଲିଉଡ ଅଭିନେତା ଅଲି ଫଜଲଙ୍କର ବାଜିବ ସାହାନାଇ । ଅକ୍ଟୋବରରେ ସେ ତାଙ୍କ ପ୍ରେମିକା ରିଚା ଚଢାଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ଯାହା ଶୁଣିବାକୁ ମିଳୁଛି, ଦୁଇଜଣଙ୍କ ବିବାହ ପାଇଁ ପ୍ରସ୍ତୁତି ଏବେଠୁ ଆରମ୍ଭ ହୋଇଗଲାଣି । ପୂର୍ବରୁ ଏହି ଲଭ୍‌ ବାର୍ଡଙ୍କ ବିବାହ ଦୁଇ ଥର ସ୍ଥଗିତ ରଖାଯାଇଛି । ବର୍ତ୍ତମାନ ଉଭୟଙ୍କ ବିବାହ ତାରିଖ ମଧ୍ୟ ସ୍ଥିର କରାଯାଇଛି । ବର୍ତ୍ତମାନ ମେହେନ୍ଦୀ-ହଳଦି ଠାରୁ ଆରମ୍ଭ କରି ବିବାହ ରିସେପ୍ସନ୍ ପର୍ଯ୍ୟନ୍ତ ସମସ୍ତ ବିବରଣୀ ସାମ୍ନାକୁ ଆସିଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ଅଲି-ରିଚାଙ୍କ ବିବାହ କାର୍ଯ୍ୟ ଆସନ୍ତା ମାସ ଅର୍ଥାତ ଅକ୍ଟୋବର 2ରୁ ଆରମ୍ଭ ହେବାକୁ ଯାଉଛି । ଖବର ଅନୁଯାୟୀ, ଏହି ଦମ୍ପତି ରାଜକୀୟ ଶୈଳୀରେ ବିବାହ କରିବାକୁ ଯାଉଛନ୍ତି । ଏହା ପରେ ବଲିଉଡ ସେଲିବ୍ରିଟିଙ୍କ ପାଇଁ ଏକ ରାଜକୀୟ ରିସେପ୍ସନ୍ ମଧ୍ୟ ଆୟୋଜିତ ହେବ ।

ମେହେନ୍ଦୀ-ହଳଦି ସମାରୋହ

ଅକ୍ଟୋବର 2 ରୁ ଅଲି-ରିଚାଙ୍କ ହଳଦି ଏବଂ ମେହେନ୍ଦୀ ସମାରୋହ ଆରମ୍ଭ ହେବ । ସେପ୍ଟେମ୍ବରର ଶେଷ ଆଡକୁ ଅତିଥିମାନେ ଆସିବା ଆରମ୍ଭ ହୋଇଯିବ । ଏହି ସମୟରେ ସଂଗୀତ ସମାରୋହ ମଧ୍ୟ ଆୟୋଜିତ ହେବ ।

ଅଲି-ରିଚା ବିବାହ ତାରିଖ

ଅଲି-ରିଚା 6 ଅକ୍ଟୋବରରେ ବିବାହ ବନ୍ଧନରେ ଆବଦ୍ଧ ହେବେ । ଏହି ବିବାହ ଦିଲ୍ଲୀରେ ଅନୁଷ୍ଠିତ ହେବ, ଯେଉଁଥିରେ କେବଳ ନିକଟ ସମ୍ପର୍କୀୟ ଏବଂ ଖାସ୍‌ ବନ୍ଧୁମାନେ ସାମିଲ ହେବେ ।

ଗ୍ରାଣ୍ଡ ରିସେପ୍ସନ୍ ପାଇଁ ପ୍ରସ୍ତୁତି

ରାଜଧାନୀରେ ବିବାହ କରିବା ପରେ ଏଠାରେ ଅଲି ଏବଂ ରିଚା ମୁମ୍ବାଇରେ ସେଲିବ୍ରିଟିଙ୍କ ପାଇଁ ଏକ ଷ୍ଟାର ପାର୍ଟି କରିବେ, ଯେଉଁଥିରେ ବଲିଉଡର ସେଲିବ୍ରିଟିମାନେ ସାମିଲ ହେବେ ।

ପ୍ରେମ କାହାଣୀ କେବେ ଆରମ୍ଭ ହେଲା ?

2012 ମସିହାରେ ଅଲି ଏବଂ ରିଚା ପରସ୍ପରର ନିକଟତର ହୋଇଥିଲେ । ଫିଲ୍ମ 'ଫୁକ୍ରେ'ର ସେଟରେ ଏମାନଙ୍କର ସାକ୍ଷାତ ହୋଇଥିଲା । ରିପୋର୍ଟ ଅନୁଯାୟୀ, ରିଚା ଅଲିଙ୍କୁ ପୂର୍ବରୁ ପ୍ରସ୍ତାବ ଦେଇଥିଲେ । ଏଭଳି ପରିସ୍ଥିତିରେ ଅଲି ରିଚାଙ୍କୁ ଉତ୍ତର ଦେବାକୁ ତିନି ମାସ ସମୟ ନେଇଥିଲେ । ଏହାପରେ ଦୁହେଁ ପ୍ରାୟ 5ବର୍ଷ ପର୍ଯ୍ୟନ୍ତ ନିଜ ସମ୍ପର୍କକୁ ଗୁପ୍ତ ରଖିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.