ETV Bharat / entertainment

Rhea Chakraborty: MTV ରୋଡିଜ୍ -19 ଥିମ ଗୀତ 'କର୍ମ ୟା କାଣ୍ଡ' ରିଲିଜ, ଭିଡିଓ ସେୟାର କଲେ ରିୟା

author img

By

Published : May 17, 2023, 7:50 AM IST

MTV ରୋଡିଜ୍ S19 ଥିମ୍ 'କର୍ମ ୟା କାଣ୍ଡ' ଗୀତ ରିଲିଜ୍ ହୋଇଛି । ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ସୋସିଆଲ ମିଡିଆରେ ଏହି ଭିଡିଓକୁ ସେୟାର କରିଛନ୍ତି । ରୋଡିଜର ଏହି ଭିଡିଓ କ୍ଲିପ୍‌କୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି । ଅଧିକ ପଢନ୍ତୁ

MTV ରୋଡିଜ୍ -19 ଥିମ ଗୀତ 'କର୍ମ ୟା କାଣ୍ଡ' ରିଲିଜ

ମୁମ୍ବାଇ: MTV ରୋଡିଜ୍ 'କର୍ମ ୟା କାଣ୍ଡ'ର ସିଜନ 19 ର ଥିମ୍ ଗୀତ ଅଫିସିଆଲ୍ ୱେବସାଇଟରେ ରିଲିଜ ହୋଇଛି । ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏହି ଗୀତର ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓରେ ସୋନୁ ସୁଦ୍‌, ପ୍ରିନ୍ସ ନରୁଲା, ରିୟା ଚକ୍ରବର୍ତ୍ତୀ ଏବଂ ଗୌତମ ଗୁଲାଟିଙ୍କୁ ଦେଖିବାକୁ ମିଳିଛି । ପ୍ରଶଂସକମାନେ ଏହି ଦମଦାର ଗୀତକୁ ଖୁବ ପସନ୍ଦ କରିବା ସହ କମେଣ୍ଟ କରିଛନ୍ତି ।

ରିୟା ଚକ୍ରବର୍ତ୍ତୀ ଏହି ଶୋ'ର ଥିମ୍ ଗୀତର ଭିଡିଓ କ୍ଲିପ୍ ନିଜ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, "ଏହା ଯୁଦ୍ଧର ମୈଦାନ, ଲଗାଅ ପୁରା ଜୀବନ । ତୁମେ କାହା ପକ୍ଷରେ କର୍ମ ନା କାଣ୍ଡ । MTV ରୋଡିଜ୍ 'କର୍ମ ୟା କାଣ୍ଡ' ର ସିଜନ 19 ର ଥିମ୍ ଗୀତର ଭିଡିଓ ରିଲିଜ ।" ଶୋ'ର ଏହି ଦମଦାର ଗୀତକୁ ଫ୍ୟାନ୍ସ ବେଶ ପସନ୍ଦ କରିଥିବା ବେଳେ କମେଣ୍ଟ ବର୍ଷା କରିଛନ୍ତି । ପ୍ରତିକ୍ରିୟାରେ ଲାଲ ହାର୍ଟ ଇମୋଜି ସହ ଫାୟାର ଇମୋଜି ସେୟାର କରିଛନ୍ତି ।

ସୂଚନା ଥାଉ କି, ୟୁଟ୍ୟୁବ୍ ଚ୍ୟାନେଲ୍ କାନ ଫୋଡମ୍ୟୁଜିକ୍‌ରେ ପୁରା ଭିଡିଓ ରିଲିଜ୍ ହୋଇଛି । ଏହି ଭିଡିଓରେ ସୋନୁ ସୁଦ୍‌, ପ୍ରିନ୍ସ ନରୁଲା, ରିୟା ଚକ୍ରବର୍ତ୍ତୀ ଏବଂ ଗୌତମ ଗୁଲାଟିଙ୍କୁ ଦେଖିବାକୁ ମିଳିଛି । ଏହାର ଟ୍ରାକ୍ 'କର୍ମ ୟା କାଣ୍ଡ' ହେଉଛି ଶୋ'ର ଗୀତ । ଏହାର ଗାୟକ ତଥା ଗୀତିକାର ହେଉଛନ୍ତି ସୁପର ମାଣିକ୍ ଏବଂ ଦୃଷ୍ଟ ସନି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ବିବାଦରେ ଛନ୍ଦି ହୋଇଥିବା ରିୟା ଚକ୍ରବର୍ତ୍ତୀ MTV ରୋଡିଜ୍ ସହିତ ପରଦାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଏହି ମାମଲାରେ ଛନ୍ଦି ହୋଇ ଦୀର୍ଘ ସମୟ ଜେଲ୍‌ରେ ରହିଥିଲେ ରିୟା । ଫଳରେ ତାଙ୍କୁ ଆଉ ଫିଲ୍ମରେ କାମ ମିଳିବା ମୁସ୍କିଲ ହୋଇ ଯାଇଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ତିନି ବର୍ଷ ପରେ MTV ରୋଡିଜ୍ 19ରେ ଗ୍ୟାଙ୍ଗର ଲିଡର ଭାବରେ ରିୟାଙ୍କୁ ଦେଖିବାକୁ ମିଳିବ । ବର୍ତ୍ତମାନ ଏହି ଶୋ'ର ଅଡିସନ ଜାରି ରହିଛି । ତେବେ ଏହି ଶୋ'ରେ ରିୟା ଆସିବା ଖବର ଜାଣି ଅନେକ ଫ୍ୟାନ୍ସ ତାଙ୍କୁ ଟ୍ରୋଲ କରିଥିଲେ। ରିୟାଙ୍କୁ ଶେଷ ଥର ପାଇଁ 2021 ବଲିଉଡ ଫିଲ୍ମ 'ଚେହେରେ'ରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ବିଗ ବି ଅମିତାଭ ବଚ୍ଚନ, ଅଭିନେତା ଇମ୍ରାନ ହାସମି, କ୍ରିଷ୍ଟଲେ ଡି’ସୁଜା, ସିଦ୍ଧାର୍ଥ କପୁର, ଅନୁ କପୁର, ଆଲେକ୍ସ ଓ’ନେଲ, ସମୀର ସୋନି, ଧୃତିମାନ ଚାଟାର୍ଜୀ ଏବଂ ରଘୁବୀର ଯାଦବ ଅଭିନୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.