ETV Bharat / entertainment

ପାପରାଜିଙ୍କୁ ଚାପୁଡା ମାରିଲେ ରେଖା, ଭିଡିଓ ଭାଇରାଲ

author img

By ETV Bharat Odisha Team

Published : Sep 14, 2023, 5:06 PM IST

ଏଭରଗ୍ରୀନ୍ ଅଭିନେତ୍ରୀ ରେଖା ତାଙ୍କ ଫ୍ୟାଶନ୍ ଇନ୍ସ ସହ ପ୍ରଶଂସକଙ୍କ ପ୍ରିୟ ହୋଇ ରହି ଆସିଛନ୍ତି । ନିକଟରେ ରେଖାଙ୍କୁ ଏକ ଆୱାର୍ଡ୍‌ ଶୋ'ରେ ଦେଖିବାକୁ ମିଳିଥିଲା ​। ଏହି ସମୟରେ ରେଖା ସେହ୍ନରେ ଏକ ପାପାରାଜିଙ୍କ ଗାଲରେ ଚାପୁଡ଼ା ମାରିଥିଲେ । ଯାହାର ଭିଡିଓ ଭାଇରାଲ ହେଉଛି । ଅଧିକ ପଢନ୍ତୁ

ପାପରାଜିଙ୍କୁ ଚାପୁଡା ମାରିଲେ ରେଖା, ଭିଡିଓ ଭାଇରାଲ
ପାପରାଜିଙ୍କୁ ଚାପୁଡା ମାରିଲେ ରେଖା, ଭିଡିଓ ଭାଇରାଲ

ହାଇଦ୍ରାବାଦ: ବଲିଉଡ୍‌ ଭେଟେରାନ ଅଭିନେତ୍ରୀ ରେଖାଙ୍କ ଲୁକ୍, ଅନ୍ଦାଜ ଏବଂ ଅଭିନୟ ପାଇଁ ଆଜି ବି ସେ ଲୋକଙ୍କ ମନରେ ରାଜ୍ କରନ୍ତି । ଏଥିସହ ସେ ସର୍ବଦା ନିଜ ଟ୍ରାଡିସିନାଲ୍‌ ଫ୍ୟାଶନରେ ଷ୍ଟାଇଲ୍‌ର ନୂଆ ମନ୍ତ୍ର ଦେଇ ଆସିଛନ୍ତି । ନିକଟରେ ସେ ଏକ ଆୱାର୍ଡ ଶୋ'ରେ ଯୋଗ ଦେଇଥିଲେ । ଯେଉଁଥିରେ ତାଙ୍କ ଗର୍ଜିୟସ ଲୁକ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବର୍ତ୍ତମାନ ଏଠାକାର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ରେଖା ସେହ୍ନରେ ଜଣେ ପାପାରାଜିଙ୍କ ଗାଲକୁ ଚାପୁଡ଼ା ମାରିଥିବାର ନଜର ଆସିଛନ୍ତି । ଭିଡିଓ ଭାଇରାଲ ପରେ ୟୁଜର୍ସ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ।

ବୁଧବାର, ଅଭିନେତ୍ରୀ ମୁମ୍ବାଇରେ ଏକ ଆୱାର୍ଡ ଶୋ’ରେ ନଜର ଆସିଥିଲେ । ଏହି ଇଭେଣ୍ଟ୍‌ ପାଇଁ ରେଖା ମନୀଷ ମଲହୋତ୍ରାଙ୍କ ଦ୍ୱାରା ପ୍ରସ୍ତୁତ ଏକ ଶାଢୀ ସହ ଭିନ୍ନ ଲୁକରେ ନଜର ଆସିଥିଲେ । ତେବେ ଏହି ସମୟର ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଏକ ପାପାରାଜି ଆକାଉଣ୍ଟରେ ସେୟାର କରାଯାଇଛି । ଭିଡିଓରେ 68 ବର୍ଷୀୟ ଅଭିନେତ୍ରୀ ପାରାଜାଜିଙ୍କ ଗାଲରେ ମଜାରେ ଚାପୁଡ଼ା ମାରିଥିବା ଦେଖିବାକୁ ମିଳିଛି ।

ଭିଡିଓ ସେୟାର ହେବା ମାତ୍ରେ ୟୁଜର୍ସମାନେ ଏହାକୁ ଲାଇକ୍‌ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, "ବ୍ୟାକ୍‌ ଷ୍ଟୋରୀ-ସେ ତାଙ୍କୁ କହିଥିଲେ ଯେ ତାଙ୍କ ନାମ ଅମିତାଭ।" ସେଥିପାଇଁ ଚାପୁଡା ଖାଇଲେ। ଅନ୍ୟ ଜଣେ ଲେଖିଛନ୍ତି, "ସେ ଭାଗ୍ୟବାନ। ସେ ତାଙ୍କୁ ରେଖା ସ୍ପର୍ଶ କଲେ।" ଆଉ ଜଣେ ଲେଖିଛନ୍ତି, "ସେ ଜଣେ ପ୍ରିୟ ମଣିଷ।" ଆଉ ଜଣେ ଲେଖିଛନ୍ତି, "ସବୁଦିନ ପାଇଁ ମନେ ରହିବ"। ଆଉ ଜଣେ ଲେଖିଛନ୍ତି, "ସେ ବହୁତ ସୁନ୍ଦର।"

ଏହା ମଧ୍ୟ ପଢନ୍ତୁ: ରେଖାଙ୍କ ସେକ୍ରେଟାରୀ ସହ ଲିଭ୍‌ ଇନ୍‌ ସମ୍ପର୍କ ଦାବିକୁ ମିଥ୍ୟା କହିଲେ ୟାସିର ଉସ୍‌ମାନ

ରେଖା ନିକଟରେ ବଲିଉଡର ଅଭିନେତା ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ସହ ଜଣାଶୁଣା ବଲିଉଡର ଫ୍ୟାଶନ ଡିଜାଇନର୍ ମନୀଷ ମାଲହୋତ୍ରାଙ୍କ ଇଭେଣ୍ଟରେ ନଜର ଆସିଥିଲେ । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ରେଖାଙ୍କୁ ଶେଷଥର ପାଇଁ 2014 ଚଳଚ୍ଚିତ୍ର ସୁପରନାନିରେ ଦେଖିବାକୁ ମିଳିଥିଲା । ସେ ଧର୍ମେନ୍ଦ୍ର, ସନ୍ନି ଏବଂ ବବି ଦେଓଲଙ୍କ ଅଭିନୀତ ଚଳଚ୍ଚିତ୍ର ୟମଲା ପଗଲା ଦିୱାନା ଫିର୍‌ ସେ'ରେ ଏକ ସ୍ୱତନ୍ତ୍ର କ୍ୟାମିଓ ରୋଲରେ ମଧ୍ୟ ନଜର ଆସିଥିଲେ। ଏଥିସହ ରେଖା ଏକ ଟିଭି ଶୋ 'ଗୁମ୍ ହେ କିସି କେ ପ୍ୟାର୍ ମେଁ'ର ପ୍ରମୋସନାଲ ଭିଡିଓରେ ନଜର ଆସିଥିଲେ। ଭୋଗ ଆରବିଆନରେ ଚଳିତବର୍ଷ ଜୁଲାଇ / ଅଗଷ୍ଟର କଭର ପେଜରେ ମନୀଷ ମାଲହୋତ୍ରାଙ୍କ ପୋଷାକରେ ରେଖାଙ୍କୁ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.