ETV Bharat / entertainment

ଡିପଫେକକୁ 'ଭୟାନକ' କହିଲେ ରଶ୍ମିକା, ମହିଳାଙ୍କୁ କଲେ ଏମିତି ଅପିଲ୍

Rashmika Mandanna On Alia Bhatt Deepfake: ଆଲିଆ ଭଟ୍ଟ ଡିପଫେକ ମାମଲାର ଶିକାର ହେବା ପରେ ବର୍ତ୍ତମାନ ରଶ୍ମିକା ମନ୍ଦାନା ଏହି ପ୍ରସଙ୍ଗରେ ନିଜର ପ୍ରିତିକ୍ରିୟା ଦେଇଛନ୍ତି । ଅଭିନେତ୍ରୀ ଡିପଫେକକୁ ଭୟାନକ ବୋଲି କହିଛନ୍ତି । ଅଧିକ ପଢନ୍ତୁ

ଡିପଫେକକୁ 'ଭୟାନକ' କହିଲେ ରଶ୍ମିକା ମନ୍ଦାନା, ମହିଳାଙ୍କୁ କଲେ ଏହା ଅପିଲ୍

author img

By ETV Bharat Odisha Team

Published : Nov 28, 2023, 11:08 AM IST

ହାଇଦ୍ରାବାଦ: ନିକଟରେ 'ଆନିମଲ' ଅଭିନେତ୍ରୀ ରଶ୍ମିକା ମନ୍ଦାନା ଡିପଫେକର ଶିକାର ହୋଇଥିଲେ । ବାସ୍ତବରେ, ରଶ୍ମିକାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ତାଙ୍କ ଚେହେରା ଥିବା ଜଣେ ମହିଳା ଫିଟ୍ ପୋଷାକ ପିନ୍ଧି ଲିଫ୍ଟରେ ଚଢୁଥିବାର ନଜର ଆସିଥିଲେ । ଭିଡିଓ ଦେଖିବା ପରେ ଏହା ସ୍ପଷ୍ଟ ହୋଇଥିଲା ଯେ ଏହା ଏକ ଡିପଫେକ ଭିଡିଓ । ଭିଡିଓଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଯାହାପରେ ଅନେକ ବଲିଉଡ ତାରକା ଏବଂ ରାଜନେତା ରଶ୍ମିକାଙ୍କୁ ସମର୍ଥନ କରିଥିଲେ । ଏହି ଘଟଣା ପରେ କ୍ୟାଟ୍ରିନା କୈଫ ଓ କାଜୋଲ ଏବଂ ଏବେ ଆଲିଆ ଭଟ୍ଟ ମଧ୍ୟ ଡିପଫେକର ଶିକାର ହୋଇଛନ୍ତି । ଏହାକୁ ନେଇ ରଶ୍ମିକା ନିଜ ପ୍ରତିକ୍ରିୟା ଦେଇଛନ୍ତି ।

ହାଇଦ୍ରାବାଦରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଆନିମଲକୁ ପ୍ରମୋଟ୍ କରିବାକୁ ଆସିଥିବା ରଶ୍ମିକା ମନ୍ଦାନା ପୁଣି ଥରେ ଡିପଫେକ ବିଷୟରେ କଥାବାର୍ତ୍ତା କରିଛନ୍ତି । ସେ ଏହାକୁ ବହୁତ ଭୟାନକ ବୋଲି କହିଛନ୍ତି । ଅଭିନେତ୍ରୀ ସେହି ଲୋକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଯେଉଁମାନେ ତାଙ୍କ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି ଏବଂ ଆଲିଆଙ୍କ ଡିପଫେକ ଭିଡିଓ ଭାଇରାଲ ନେଇ ତାଙ୍କୁ ସମର୍ଥନ କରିଛନ୍ତି ।

ରଶ୍ମିକା କହିଛନ୍ତି ଯେ, ଡିପଫେକ ମାମଲାକୁ ଆମେ ସ୍ୱାଭାବିକ କରିଦେଇଛୁ କିନ୍ତୁ ଏହା ଠିକ୍ ନୁହେଁ । ମୁଁ ସବୁବେଳେ ଭାବିଥିଲି ଯେ ଯଦି ମୁଁ କହିବାକୁ ନିଷ୍ପତ୍ତି ନେଉଛି ଏବଂ ଏହା ଠିକ୍ ନୁହେଁ, ତେବେ କିଏ ଯତ୍ନ ନେବେ । କିନ୍ତୁ ଏବେ ମୁଁ ଖୁସି ଯେ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକମାନେ ମୋତେ ସମର୍ଥନ କରିଛନ୍ତି । ମୁଁ ବର୍ତ୍ତମାନ ବୁଝିପାରୁଛି ଯେ ଘଟଣା ନେଇ ମୁହଁ ଖୋଲିବା କେତେ ଜରୁରୀ । ମୁଁ ସମସ୍ତ ମହିଳାମାନଙ୍କୁ ଅନୁରୋଧ କରୁଛି ଯେ, ଯଦି ଏପରି କାହା ସହ ଘଟେ ସେମାନେ ଅନ୍ୟର ସାହାଯ୍ୟ ନିଅନ୍ତୁ ।

ଏହା ମଧ୍ୟ ପଢନ୍ତୁ: ଡିପଫେକ ଜାଲରେ ଆଲିଆ ଭଟ୍ଟ

ସୂଚନା ଥାଉ କି, ବର୍ତ୍ତମାନ ଡିପଫେକ ମାମଲାର ସେଲିବ୍ରିଟି ଏବଂ ରାଜନେତା ଶିକାର ହେଉଛନ୍ତି । ଏହି ସମସ୍ତ ଘଟଣା ନେଇ ସରକାର ମଧ୍ୟ ଏହାକୁ ଗୁରୁତର ସହ ନେଇଛନ୍ତି ଏବଂ ଡିପଫେକ ନେଇ ନୂଆ ନିୟମ ଆସିବା ନେଇ ସୂଚନା ଦେଇଛନ୍ତି । ଡିପଫେକ ମାମଲାକୁ ନେଇ ସରକାର ଖୁବଶୀଘ୍ର ନୂଆ ନିୟମ ଆଣିବାକୁ ଯାଉଛନ୍ତି । ଏହି ଡିପଫେକ ସୃଷ୍ଟି କରିଥିବା ଏବଂ ଅପଲୋଡ୍ କରିଥିବା ବ୍ୟକ୍ତି ସହ ପ୍ଲାଟଫର୍ମରେ ଉପରେ ଜରିମାନା ମଧ୍ୟ ଲାଗୁ କରାଯିବ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.