ETV Bharat / entertainment

Animal Teaser: ଟିଜର ଦେଖି ରଶ୍ମିକାଙ୍କୁ ବିଜୟ କହିଲେ ଓ୍ୱିଶିଂ ମାଇଁ ଡାର୍ଲିଂ, ଏହା କହିଲେ ଅଭିନେତ୍ରୀ

author img

By ETV Bharat Odisha Team

Published : Sep 29, 2023, 11:20 AM IST

ରଣବୀର କପୁରଙ୍କ ଜନ୍ମଦିନ ଅବସରରେ 'ଆନିମଲ'ର ଟିଜର ରିଲିଜ ହୋଇଛି । ଅଭିନେତା ବିଜୟ ଦେବରାକୋଣ୍ଡା ଫିଲ୍ମର ଟିଜର ସେୟାର କରିବାବେଳେ ସନ୍ଦୀପ ରେଡ୍ଡୀ, ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

ଆନିମଲ ଟିଜର
ଆନିମଲ ଟିଜର

ହାଇଦ୍ରାବାଦ: ରଣବୀର କପୁରଙ୍କ ଆଗାମୀ ଚଳଚ୍ଚିତ୍ର 'ଆନିମଲ୍‌'କୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ସେପ୍ଟେମ୍ବର 28 ତାରିଖରେ ଏହି ଫିଲ୍ମର ଟିଜର ରିଲିଜ ହୋଇଛି । ଟିଜରରେ ରଣବୀର କପୁରଙ୍କ ଭୟାନକ ଲୁକ୍‌ ସାମ୍ନାକୁ ଆସିଛି । ଏହି ଲୁକ୍‌ ହିଁ ଏହି ଫିଲ୍ମ ପ୍ରତି ଦର୍ଶକଙ୍କର ଆଗ୍ରହ ବଢାଇଦେଇଛି । ରଣବୀରଙ୍କ ସହ ଦକ୍ଷିଣ ଅଭିନେତ୍ରୀ ରଶ୍ମିକା ମନ୍ଦାନା ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ଅନିଲ କପୁର ଏବଂ ବବି ଦେଓଲଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

ରଣବୀର କପୁରଙ୍କ ଜନ୍ମଦିନ(ସେପ୍ଟେମ୍ବର 28) ଅବସରରେ 'ଆନିମଲ'ର ଟିଜର ରିଲିଜ ହୋଇଛି । ଏହି ସମୟରେ ଦକ୍ଷିଣର ଭେଟେରାନ ଅଭିନେତା ବିଜୟ ଦେବରକୋଣ୍ଡା ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଥିବା ଜଣାପଡ଼ିଛି । ବିଜୟ ଦେବରକୋଣ୍ଡା ଫିଲ୍ମର ଟିଜର ସେୟାର କରିବାବେଳେ ସନ୍ଦୀପ ରେଡ୍ଡୀ, ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଭିନେତା ରଣବୀରଙ୍କୁ ତାଙ୍କ ଜନ୍ମଦିନରେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ଅଭିନନ୍ଦନ ଜଣାଇଲେ ବିଜୟ ଦେବରାକୋଣ୍ଡା

ଉଲ୍ଲେଖନୀୟ ଯେ, ବିଜୟ ଦେବରକୋଣ୍ଡା ସନ୍ଦୀପ ଭଙ୍ଗାଙ୍କ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ରେ କାମ କରିଛନ୍ତି । ବିଜୟ ରଶ୍ମିକା ମନ୍ଦାନାଙ୍କ ସହ ରିଲେସନସିପ୍‌ରେ ଥିବା ଗୁଜବକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି । ଉଭୟ ମଧ୍ୟ ଏକାଠି କାମ କରିଛନ୍ତି । ଏଭଳି ସ୍ଥିତିରେ ସେ ତାଙ୍କର ଦୁଇ ବନ୍ଧୁଙ୍କୁ ସେମାନଙ୍କ ଫିଲ୍ମ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଫିଲ୍ମର ଟିଜର ତାଙ୍କ ଏକ୍ସ ଆକାଉଣ୍ଟ୍‌ରେ ସେୟାର କରିଥିବାବେଳେ ବିଜୟ ଲେଖିଛନ୍ତି - 'ଓ୍ୱିଶିଂ ମାଇଁ ଡାର୍ଲିଂସ ସନ୍ଦୀପ ଭଙ୍ଗା ରେଡ୍ଡୀ ଏବଂ ରଶ୍ମିକା ମନ୍ଦାନାଙ୍କୁ ଅଭିନନ୍ଦନ ଏବଂ ମୋର ପ୍ରିୟ ଆର.କେଙ୍କୁ ଜନ୍ମଦିନର ଶୁଭେଚ୍ଛା ! #ଆନିମଲଟିଜର । କହିରଖୁଛୁ ଯେ, ରଶ୍ମିକା ତାଙ୍କ ଏକ୍ସ-ହ୍ୟାଣ୍ଡେଲରେ ଟିଜର ପୋଷ୍ଟ କରିବା ପରେ ବିଜୟଙ୍କ ପ୍ରତିକ୍ରିୟା ଆସିଥିଲା ।

ଏହା ମଧ୍ୟ ପଢନ୍ତୁ: ଜନ୍ମଦିନରେ ଫ୍ୟାନ୍ସଙ୍କୁ ରଣବୀରଙ୍କ ଉପହାର: ଆସିଲା ‘ଆନିମଲ’ର ଧମାକାଦାର ଟିଜର

ରଶ୍ମିକାଙ୍କ ପ୍ରତିକ୍ରିୟା

ଏଥିସହ ରଶ୍ମିକା ମଧ୍ୟ ରୁମର ବୟଫ୍ରେଣ୍ଡ ବିଜୟ ଦେବରକୋଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଟ୍ବିଟରରେ ଅଭିନେତ୍ରୀ ଲେଖିଛନ୍ତି, "ଧନ୍ୟବାଦ ବିଜୟ, ତୁମେ ସବୁଠୁ ବେଷ୍ଟ ।" ତେବେ ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ 'ଆନିମଲ' ଡିସେମ୍ବର 1ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ: ଫ୍ୟାନ୍ସଙ୍କ ସହ ‘ଖୁସୀ’ ବାଣ୍ଟିବେ ବିଜୟ, 100 ଅଭାବୀ ପରିବାରକୁ ଦାନ କରିବେ 1 କୋଟି ଟଙ୍କା

ଖୁସିର ସଫଳତାରେ ଖୁସି ବିଜୟ ଦେବରକୋଣ୍ଡା

ବିଜୟ ଦେଭେରାକୋଣ୍ଡା ନିକଟରେ ତାଙ୍କ ଫିଲ୍ମ ‘ଖୁସି’ରେ ନଜର ଆସିଥିଲେ । ତାଙ୍କ ସହ ସାମନ୍ଥା ରୁଥ ପ୍ରଭୁ ମଧ୍ୟ ଏହି ଫିଲ୍ମରେ ନଜର ଆସିଥିଲେ। ତାଙ୍କ ଚଳଚ୍ଚିତ୍ର ଲାଇଗରର ବିଫଳତା ପରେ ବିଜୟ ଖୁସିଠାରୁ ବହୁତ ଆଶା କରିଥିଲେ ଏବଂ ଫିଲ୍ମ ତାଙ୍କର ଆଶା ପୂରଣ କରିଥିଲା । ଫିଲ୍ମର ସଫଳତାରେ ଖୁସି ହୋଇ ବିଜୟ ମଧ୍ୟ 100 ଜଣ ଅଭାବୀ ଲୋକଙ୍କୁ 1 ଲକ୍ଷ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.