ହାଇଦ୍ରାବାଦ: ବଢିବାରେ ଲାଗିଛି ରଣଭୀର ସିଂଙ୍କ ଅଡୁଆ । ଏକ ଲୋକପ୍ରିୟ ପତ୍ରିକା ପାଇଁ ନ୍ୟୁଡ ଫଟୋସୁଟ୍ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି । ଏବେ ଏହି ମାମଲା ଯାଇ ଥାନାରେ ପହଞ୍ଚିଲାଣି । ଗୋଟେପଟେ ତାଙ୍କ ମୁଣ୍ଡ ଉପରେ ଗିରଫଦାରୀର ଖଣ୍ଡା ଝୁଲୁଥିବାବେଳେ ସୋସିଆଲ ମିଡିଆରୁ ନେଇ ରାଜରାସ୍ତା ପର୍ଯ୍ୟନ୍ତ, ସବୁ ଜାଗାରେ ରଣଭୀରଙ୍କୁ ଖୁବ୍ ବିରୋଧ କରାଯାଉଛି । ମୁମ୍ବାଇ ପରେ ବର୍ତ୍ତମାନ ଇନ୍ଦୋରର ଏକ NGO ଏକ ଭିନ୍ନ ଢଙ୍ଗରେ ଏହାର ବିରୋଧ କରିଛି । ଏଠାରେ ଗରିବ ଲୋକଙ୍କ ପାଇଁ କାମ କରୁଥିବା ଏକ NGO ରଣବୀରଙ୍କ ଫଟୋସୁଟ୍କୁ ବିରୋଧ କରି ଏହାକୁ ‘ମାନସିକ ଅଳିଆ’ ବୋଲି ଦର୍ଶାଇଛି।
କାହିଁକି ହେଉଛି ବିରୋଧ ?
ବିକ୍ଷୋଭକାରୀମାନେ ଦେଶରୁ ମାନସିକ ବର୍ଜ୍ୟବସ୍ତୁ ଫିଙ୍ଗିବା ଏବଂ ସେମାନଙ୍କ ପାଇଁ ପୋଷାକ ସଂଗ୍ରହ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏଭଳି ପରିସ୍ଥିତିରେ ବିକ୍ଷୋଭକାରୀମାନେ ରଣଭୀର ସିଂଙ୍କ ପାଇଁ ପୋଷାକ ସଂଗ୍ରହ କରିବାକୁ ସ୍ଥିର କରିଛନ୍ତି । ବାସ୍ତବରେ ରଣଭୀର ସିଂଙ୍କ ଭାଇରାଲ ଫଟୋସୁଟ୍ ବିରୋଧରେ କିଛି ସାମାଜିକ କର୍ମୀ ଏହି ଅଭିଯାନ ଆରମ୍ଭ କରିଛନ୍ତି । ସେମାନେ କହିଛନ୍ତି ଯେ ରଣଭୀର ସିଂ ଜଣେ ଯୁବ ଆଇକନ୍, ଯାହାକୁ ଯୁବକମାନେ ଫଲୋ କରନ୍ତି । ଏହି ପ୍ରକାର ଫଟୋସୁଟ୍ ଶସ୍ତା ଲୋକପ୍ରିୟତା ଦେଖାଏ ।
ଏହି ପରିପ୍ରେକ୍ଷୀରେ ସଂସ୍ଥା ସହରର ବିଭିନ୍ନ ସ୍ଥାନରେ ଏଭଳି ଏକ ବାକ୍ସ ରଖିଛି, ଯେଉଁଥିରେ ଲେଖା ହୋଇଛି, ‘ସଙ୍କଟରେ ବଲିଉଡ୍, ମାନସିକ ଅଳିଆ । ମୋ ସ୍ୱଚ୍ଛ ଇନ୍ଦୋର ସ୍ଥିର କରିଛି, ସହରରୁ ମାନସିକ ଅଳିଆ ବି ହଟାଯିବ। ଏହି ପ୍ରକାରର ହୋର୍ଡିଂ ଉପରେ ରଣବୀର ସିଂଙ୍କ ନ୍ୟୁଡ୍ ଫଟୋ ଗୁଡ଼ିକୁ ବ୍ଲାକ୍ ପଟ୍ଟିରେ କଭର କରି ଦେଖାଯାଇଛି । ବିକ୍ଷୋଭକାରୀଙ୍କ କହିବାନୁସାରେ, ‘ରଣଭୀର ସିଂ ଯେଉଁଭଳି ଭାବରେ ଫଟୋସୁଟ୍ କରିଛନ୍ତି, ତାହା ସାରା ଦେଶରେ ବିରୋଧ କରାଯାଉଛି ଏବଂ ସୋସିଆଲ ମିଡିଆରେ ଏହାକୁ ଟ୍ରୋଲ କରାଯାଉଛି।’
ଏହା ବି ପଢନ୍ତୁ: ରଣଭୀର ସିଂଙ୍କ ନାଁରେ FIR, ତୁରନ୍ତ ଗିରଫ ଦାବି
ସାମାଜିକ କର୍ମୀ ନୀରଜ ୟାଗନିକ କହିଛନ୍ତି ଯେ, ‘ଇନ୍ଦୋରରେ ରଣଭୀର ସିଂଙ୍କ ପାଇଁ ପୋଷାକ ସଂଗ୍ରହ କରାଯାଇଛି। ରଣଭୀର ସିଂଙ୍କ ଶସ୍ତା ଲୋକପ୍ରିୟତା ପାଇଁ ପିଲାମାନଙ୍କ ଭବିଷ୍ୟତ ସହିତ ଖେଳିବାକୁ ଦିଆଯିବ ନାହିଁ । ସେ ଜଣେ ଯୁବ ଆଇକନ୍ ଏବଂ ଲକ୍ଷ ଲକ୍ଷ ଯୁବକ ତାଙ୍କୁ ପସନ୍ଦ କରନ୍ତି । ରଣଭୀର ସିଂଙ୍କ ଏହି ପ୍ରକାର ଫଟୋସୁଟ୍ ସେହି ଯୁବକମାନଙ୍କୁ କିପରି ପ୍ରଭାବିତ କରିବ, ତେଣୁ ଏହି ପ୍ରକାର ନଗ୍ନତାକୁ ବରଦାସ୍ତ କରାଯିବ ନାହିଁ ।’
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ