ହାଇଦ୍ରାବାଦ: ବଲିଉଡ ଅଭିନେତା ରଣଭୀର ସିଂ ଏବଂ ୟଶ ରାଜ ଫିଲ୍ମ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । କୁହାଯାଉଛି ଯେ ରଣଭୀର ୟଶ ରାଜ ଫିଲ୍ମସ ସହ ସମ୍ପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି । ରଣଭୀର ଗତ 12 ବର୍ଷ ଧରି ଏହି କମ୍ପାନୀ ସହିତ ଜଡିତ ଥିଲେ । ବର୍ତ୍ତମାନ ସୁଦ୍ଧା ୟଶ ରାଜ ବ୍ୟାନରର ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ହିଁ ରଣଭୀରଙ୍କ କାମ ଦେଖୁଥିଲା । ରଣଭୀର ଏହି କମ୍ପାନୀରୁ 'ବ୍ୟାଣ୍ଡ ବାଜା ବାରାତ୍' ଚଳଚ୍ଚିତ୍ର ସହିତ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରି ରାତାରାତି ଷ୍ଟାର ହୋଇଥିଲେ । ତେବେ ଏ ବାବଦରେ ଏପର୍ଯ୍ୟନ୍ତ ଉଭୟ ପକ୍ଷ ପକ୍ଷରୁ କୌଣସି ବିବୃତ୍ତି ଜାରି କରାଯାଇନାହିଁ।
- " class="align-text-top noRightClick twitterSection" data="
">
ଆଦିତ୍ୟ ଚୋପ୍ରାଙ୍କ ସହ ସମ୍ପର୍କରେ ଆସିନାହିଁ ମତଭେଦ
ରିପୋର୍ଟ ଅନୁଯାୟୀ ରଣଭୀର ସିଂ ହୁଏତ ୟଶ ରାଜ ଫିଲ୍ମରୁ ନିଜକୁ ଦୂରେଇ ରଖିଛନ୍ତି, କିନ୍ତୁ ଆଦିତ୍ୟ ଚୋପ୍ରାଙ୍କ ସହ ତାଙ୍କ ସମ୍ପର୍କରେ କୌଣସି ମତଭେଦ ହୋଇ ନାହିଁ । ଯଦି ୟଶ ରାଜ ଫିଲ୍ମସ୍ ଏପରି ସ୍କ୍ରିପ୍ଟ ନେଇ ଆସନ୍ତି, ଯେଉଁଥିରେ ରଣଭୀର ସିଂ ଫିଟ୍ ହେବେ, ତେବେ ସେ ନିଶ୍ଚିତ ଭାବେ କାଷ୍ଟ୍ କରିବେ ।
ୟଶ ରାଜ ଫିଲ୍ମସ୍ର 3 ଚଳଚ୍ଚିତ୍ର ଫ୍ଲପ୍
'ବ୍ୟାଣ୍ଡ ବାଜା ବାରାତ୍' ବ୍ୟତୀତ ରଣଭୀର ସିଂ ୟଶ ରାଜ ଫିଲ୍ମସ୍ 'ଲେଡିଜ୍ ଭର୍ସିସ୍ ରିକି ବହଲ୍'ରେ ମଧ୍ୟ କାମ କରିଥିଲେ । ଚଳଚ୍ଚିତ୍ରଟି ହିଟ୍ ହୋଇନଥିଲା, କିନ୍ତୁ ରଣଭୀରଙ୍କ ଅଭିନୟକୁ ଲୋକମାନେ ପସନ୍ଦ କରିଥିଲେ । 2016 ମସିହାରେ ଆଦିତ୍ୟ ଚୋପ୍ରାଙ୍କ ଅନ୍ୟ ଏକ ଚଳଚ୍ଚିତ୍ର 'ବେଫିକ୍ରେ' ମଧ୍ୟ ଏକ ଫ୍ଲପ୍ ହୋଇଥିଲା । ସେହି ବର୍ଷ 'ଜୟଶଭାଇ ଜୋରଦାର' ମଧ୍ୟ କିଛି ଖାସ୍ ପ୍ରଦର୍ଶନ କରିପାରିଲା ନାହିଁ । ମୋଟ ଉପରେ କହିବାକୁ ଗଲେ, ୟଶ ରାଜ ବ୍ୟାନରର ଗୋଟେ ଚଳଚ୍ଚିତ୍ର ବ୍ୟତୀତ ଅନ୍ୟ ତିନୋଟି ଚଳଚ୍ଚିତ୍ର ଫ୍ଲପ୍ ହୋଇଥିଲା । ଏହା ବ୍ୟତୀତ ରଣଭୀର ସଞ୍ଜୟ ଲୀଲା ଭଂସାଲୀ ଏବଂ ରୋହିତ ଶେଟ୍ଟୀଙ୍କ ଫିଲ୍ମରେ ବହୁତ ଭଲ କାମ କରିଛନ୍ତି । ଯେପରି- ପଦ୍ମାବତ୍, ବାଜିରାଓ ମସ୍ତାନୀ ଏବଂ ସିମ୍ବା ।
ଉଲ୍ଲେଖନୀୟ ଯେ, ରଣଭୀର ସିଂ କରଣ ଜୋହରଙ୍କ ଆଗାମୀ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନି'ରେ ନଜର ଆସିବେ, ଯେଉଁଥିରେ ଆଲିଆ ଭଟ୍ଟ ଅଭିନୟ କରିବେ। ତାଙ୍କୁ ରୋହିତ ଶେଟ୍ଟୀଙ୍କ 'ସର୍କସ'ରେ ମଧ୍ୟ ଦେଖିବାକୁ ମିଳିବ ।