ETV Bharat / entertainment

ଅଭିନେତା ରଣଦୀପ ହୁଡ୍ଡାଙ୍କୁ ମିଳିଲା ନିମନ୍ତ୍ରଣ, ପତ୍ନୀଙ୍କ ସହ ଯିବେ ଅଯୋଧ୍ୟା - ରାମ ମନ୍ଦିର ପ୍ରାଣପ୍ରତିଷ୍ଠା

Ram Temple Pran Pratishtha Ceremony: ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିରେ ରଣଦୀପ ହୁଡ୍ଡାଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି । ଅଧିକ ପଢନ୍ତୁ

Pran Pratishtha ceremony
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ
author img

By ETV Bharat Odisha Team

Published : Jan 9, 2024, 9:33 AM IST

ମୁମ୍ବାଇ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଭଗବାନ ଶ୍ରୀରାମ ମନ୍ଦିର ଖୁବଶୀଘ୍ର ପ୍ରତିଷ୍ଠା ହେବାକୁ ଯାଉଛି । ଆସନ୍ତା ମାସ ଅର୍ଥାତ୍ ଜାନୁଆରୀ 22 ତାରିଖରେ ରାମ ମନ୍ଦିରର ବିଶାଳ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହେବ । ଯାହା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ବିଭିନ୍ନ କ୍ଷେତ୍ରର ବରିଷ୍ଠ ବ୍ୟକ୍ତିତ୍ୱ ଏହି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏନେଇ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ତାରକାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଥିବା ବେଳେ ବର୍ତ୍ତମାନ ରଣଦୀପ ହୁଡ୍ଡାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

22 ଜାନୁଆରୀରେ ହେବାକୁ ଥିବା ରାମ ମନ୍ଦିରର ପ୍ରତିଷ୍ଠାରେ ସାମିଲ ହେବାକୁ ରଣଦୀପ ହୁଡ୍ଡାଙ୍କୁ ନିମନ୍ତ୍ରଣ କରାଯାଇଛି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରଣଦୀପ ହୁଡ୍ଡା ତାଙ୍କ ପତ୍ନୀଙ୍କ ସହିତ ରାମ ମନ୍ଦିର ନିମନ୍ତ୍ରଣର ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଏହାର ଝଲକ ଦେଖାଇଛନ୍ତି । ରଣଦୀପ ସେୟାର କରିଥିବା ଫଟୋର କ୍ୟାପସନରେ ରାମ ରାମ ଲେଖିଛନ୍ତି । ଫଟୋରେ ରଣବୀର ଓ ଲିନ୍ ବହୁତ ଖୁସି ଥିବା ନଜର ଆସିଛନ୍ତି । ଆଉ ତାଙ୍କ ହାତରେ ନିମନ୍ତ୍ରଣ କାର୍ଡ ମଧ୍ୟ ରହିଥିଲା ।

ଏହା ମଧ୍ୟ ପଢନ୍ତୁ- ଆଲିଆ-ରଣବୀରଙ୍କୁ ମିଳିଲା ନିମନ୍ତ୍ରଣ, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ହେବେ ସାମିଲ

ପ୍ରକାଶ ଥାଉକି, ଅଯୋଧ୍ୟା ସ୍ଥିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଆସନ୍ତା ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ରାଜନୈତିକ, ଖେଳ ଓ ଫିଲ୍ମ ଜଗତର ଅନେକ ବ୍ୟକ୍ତିତ୍ୱ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ । ନିକଟରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କୁ ମଧ୍ୟ ରାମ ମନ୍ଦିର ଉଦଘାଟନରେ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯାଇଛି । ସେହିପରି ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି ।

  • Actor Randeep Hooda receives an invitation to attend the 'Pran Pratishtha' ceremony of Ram Temple on January 22nd in Ayodhya, Uttar Pradesh. pic.twitter.com/L81rmdEGtP

    — ANI (@ANI) January 8, 2024 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ - ରାମ ମନ୍ଦିର ପ୍ରତିଷ୍ଠା ଦିବସରେ ସାମିଲ ହେବେ ଏହି ସେଲିବ୍ରିଟି, ପଠାଯାଇଛି ନିମନ୍ତ୍ରଣ

ସୂଚନା ଥାଉକି, ଅଯୋଧ୍ୟାରେ ରାମ ମନ୍ଦିର (ରାମ ମନ୍ଦିର ଉଦଘାଟନୀ ସମାରୋହ)ର ଉଦଘାଟନ ପୂର୍ବରୁ ଅନେକ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯାହା ଜାନୁଆରୀ ୧୬ରୁ ଆରମ୍ଭ ହେବ । ଏହି ଉତ୍ସବ ପାଇଁ ୪ ହଜାର ସାଧୁ ଏବଂ ସାଧୁଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୭ ହଜାର ଅତିଥିଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.