ETV Bharat / entertainment

Ranbir Kapoor: 'ଆନିମଲ'ରେ ରଣବୀରଙ୍କ ନୂଆ ଅବତାର, ବଡି ଟ୍ରାନ୍ସଫର୍ମ୍‌ର ଫଟୋ ଭାଇରାଲ

author img

By

Published : Jun 30, 2023, 4:07 PM IST

ବ୍ରହ୍ମାସ୍ତ୍ର ଏବଂ ତୁ ଝୁଟି ମେ ମକ୍କାର ଫିଲ୍ମ ପରେ ବର୍ତ୍ତମାନ ରଣବୀର କପୁର ଆନିମଲ ସହ ପୁଣି ଧମାକା କରିବାକୁ ଯାଉଛନ୍ତି । ବର୍ତ୍ତମାନ ଏହି ଚଳଚ୍ଚିତ୍ର ପାଇଁ ରଣବୀର ତାଙ୍କ ବଡି ଟ୍ରାନ୍ସଫର୍ମ କରିଛନ୍ତି । ଯାହାର ଫଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଅଧିକ ପଢନ୍ତୁ

'ଆନିମୋଲ'ରେ ରଣବୀରଙ୍କ ନୂଆ ଅବତାର, ବଡି ଟ୍ରାନ୍ସଫର୍ମର ଫଟୋ ହେଲା ଭାଇରାଲ

ହାଇଦ୍ରାବାଦ: ବଲିଉଡ ଲୋକପ୍ରିୟ ଅଭିନେତା ରଣବୀର କପୁର ଖୁବ୍ ଶୀଘ୍ର ତାଙ୍କର ଆଗାମୀ ଆକ୍ସନ୍-ଥ୍ରୀଲର ଫିଲ୍ମ ଆନିମଲରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ସୁଟିଂ ଶେଷ ହୋଇଛି । ଏହି ଫିଲ୍ମ ଅଗଷ୍ଟ 11ରେ ରିଲିଜ ହେବ । ରିଲିଜ ପୂର୍ବରୁ ରଣବୀରଙ୍କ ବିଷୟରେ ଏକ ଖବର ସାମ୍ନାକୁ ଆସିଛି । ଏହି ଫିଲ୍ମ ପାଇଁ ରଣବୀର ନିଜ ବଡି ଟ୍ରାନ୍ସଫର୍ମ କରିଛନ୍ତି । ୱାର୍କ ଆଉଟ ଜରିଆରେ ଫିଲ୍ମ ପାଇଁ ନିଜ ଶରୀରରେ କିଛିଟା ପରିବର୍ତ୍ତନ କରିଛନ୍ତି । ଯାହାର ଫଟୋ ଏବେ ବେଶ ଭାଇରାଲ ହେଉଛି ।

ଇନଷ୍ଟାଗ୍ରାମରେ ଜିମ୍ ପ୍ରଶିକ୍ଷକ ଶିବମ ରଣବୀରଙ୍କ ସହ ଫିଲ୍ମ ସୁଟିଂ ସେଟର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ରଣବୀର କପୁରଙ୍କୁ ଦମଦାର ବଡିରେ ଦେଖିବାକୁ ମିଳିଛି । ଏହି ଫଟୋ ସେୟାର୍ କରି ଶିବମ୍ ଲେଖିଛନ୍ତି, "ତୁ ଝୁଟି ମେ ମକ୍କାର ବଡିରୁ ଆନିମଲ ପାଇଁ ବିଷ୍ଟ୍‌ ବଡି ଯାଏଁ ।" ସୂଚନା ଥାଉ କି, ଶିବମ୍ ତୁ ଝୁଟି ମେ ମକ୍କାର ପାଇଁ ରଣବୀରଙ୍କ ବଡି ପ୍ରସ୍ତୁତ କରିଥିବା ବେଳେ ଏବେ ପୁଣି ଆନିମଲ ପାଇଁ ମଧ୍ୟ ଶିବମ ରଣବୀରଙ୍କୁ ପ୍ରସ୍ତୁତ କରିଛନ୍ତି । ଶିବମଙ୍କ ବିଷୟରେ କହିବାକୁ ଗଲେ, ରଣବୀରଙ୍କ ବ୍ୟତୀତ ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ଜ୍ୟାକଲିନ୍ ଫର୍ଣ୍ଣାଡିସ୍‌ ସମେତ ଅନେକ ସେଲିବ୍ରିଟିଙ୍କ ପାଇଁ ସେ ଫିଟନେସ୍ ପ୍ରଶିକ୍ଷକ ରହି ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆନିମଲର ପ୍ରି-ଟିଜର ରିଲିଜ, ଦମଦାର ଲୁକରେ ନଜର ଆସିଲେ ରଣବୀର

ଆନିମଲ ବିଷୟରେ କହିବାକୁ ଗଲେ ଅର୍ଜୁନ ରେଡ୍ଡୀ ଏବଂ କବୀର ସିଂଙ୍କ ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ର ନିର୍ମାଣ କରିଥିବା ନିର୍ଦ୍ଦେଶକ ସନ୍ଦୀପ ଭଙ୍ଗା ରେଡ୍ଡୀ ଆନିମଲର ନିର୍ଦ୍ଦେଶନା ଦେଇଛନ୍ତି । ରଣବୀରଙ୍କ ବ୍ୟତୀତ ସାଉଥ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା, ଅନିଲ କପୁର ଏବଂ ବବି ଦେଓଲ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ । 'ଆନିମଲ' ଫିଲ୍ମଟି ଚଳିତବର୍ଷ ଅଗଷ୍ଟ 11ରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ୍ ଭଳି 5ଟି ଭାଷାରେ ସିନେମାହଲରେ ରିଲିଜ ହେବ । 'ଆନିମଲ' ଭୂଷଣ କୁମାର ଏବଂ କୃଷ୍ଣ କୁମାରଙ୍କ ଟି-ସିରିଜ୍, ମୁରାଦ ଖେତାନୀଙ୍କ ସିନେ1 ଷ୍ଟୁଡିଓ ଏବଂ ପ୍ରଣୟ ରେଡ୍ଡୀ ଭଙ୍ଗାଙ୍କ ଭଦ୍ରକଲି ପିକଚର୍ସ ଦ୍ୱାରା ନିର୍ମିତ ହୋଇଛି । ତେବେ ଗୋଟିଏ ଦିନରେ ଏହି ଚଳଚ୍ଚିତ୍ର ସହ ପ୍ରେକ୍ଷାଳୟରେ ସନ୍ନି ଦେଓଲଙ୍କ ଗଦର-୨ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ଓ ମାଇ ଗଡ-2 ମଧ୍ୟ ରିଲିଜ ହେବାକୁ ଯାଉଛି। ସ୍ବାଧୀନତା ଦିବସ ଅବସରରେ ଏହି ଫିଲ୍ମର ରିଲିଜ ହେତୁ ଏହି 3ଟି ଫିଲ୍ମ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.