ETV Bharat / entertainment

୫୦୦କୋଟି କ୍ଲବରେ ସାମିଲ ହେଲା 'ଆନିମଲ', ୬ଷ୍ଠ ଦିନରେ ବି କମିଲା 'ସାମ ବାହାଦୂର'ର ଆୟ

author img

By ETV Bharat Odisha Team

Published : Dec 7, 2023, 10:53 AM IST

Animal Vs Sam Bahadur Bo Collection: 'ଆନିମଲ'ର ଜଲୱା ସାରା ବିଶ୍ବରେ ଜାରି ରହିଛି । ରିଲିଜର ୬ଷ୍ଠ ଦିନରେ ଫିଲ୍ମ ବମ୍ପର କଲେକ୍ସନ ସହ ପଠାନ, ଜବାନ, ବାହୁବଳୀ-୨ ଭଳି ଫିଲ୍ମକୁ ଫଛରେ ପକାଇଛି । ସେପଟେ ବକ୍ସ ଅଫିସରେ ଚାଲୁନି ବିକି କୌଶଲଙ୍କ ଫିଲ୍ମ 'ସାମ ବାହାଦୂର' ର ଯାଦୁ । ତେବେ ଉଭୟ ଫିଲ୍ମ କେତେ ଆୟ କରିଛି ? ଜାଣନ୍ତୁ

୫୦୦କୋଟି କ୍ଲବରେ ସାମିଲ ହେଲା 'ଆନିମଲ', ୬ଷ୍ଠ ଦିନରେ ବି କମିଲା 'ସାମ ବାହାଦୂର'ର ଆୟ
୫୦୦କୋଟି କ୍ଲବରେ ସାମିଲ ହେଲା 'ଆନିମଲ', ୬ଷ୍ଠ ଦିନରେ ବି କମିଲା 'ସାମ ବାହାଦୂର'ର ଆୟ

ହାଇଦ୍ରାବାଦ: ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' ରିଲିଜର ପ୍ରଥମ ଦିନରୁ ଜବରଦସ୍ତ ପ୍ରଦର୍ଶନ କରୁଛି । କେବଳ ଭାରତ ନୁହେଁ ସାରା ବିଶ୍ବରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ କ୍ରେଜ୍‌ ବଢ଼ିବାରେ ଲାଗିଛି । ଫିଲ୍ମ ରିଲିଜର ୬ଷ୍ଠ ଦିନରେ ବି ବମ୍ପର କଲେକ୍ସନ କରିଛି । ଏହି ଫିଲ୍ମ ବିଶ୍ବ ସ୍ତରରେ ୫୦୦କୋଟି ପାର୍ କରିଥିବା ବେଳେ ଭାରତରେ ୩୦୦ କୋଟି କ୍ଲବରେ ସାମିଲ ହୋଇଛି । ଏଥିସହ ଆନିମଲ ପଠାନ, ଜବାନ, ବାହୁବଳୀ-୨ ଭଳି ଫିଲ୍ମକୁ ଫଛରେ ପକାଇଛି । ସେପଟେ ଏକା ସାଙ୍ଗେ ରିଲିଜ ହୋଇଥିବା ଫିଲ୍ମ 'ସାମ ବାହାଦୂର' କିନ୍ତୁ ବକ୍ସ ଅଫିସରେ ଫିକା ପଡିଛି ।

'ଆନିମଲ' ବକ୍ସ ଅଫିସ କଲେକ୍ସନ

ଏହି ଚଳଚ୍ଚିତ୍ର ରଣବୀର କପୁରଙ୍କ କ୍ୟାରିୟରର ସବୁଠୁ ବଡ଼ ବ୍ଲକବଷ୍ଟର ହେବାକୁ ଯାଉଛି । ଫିଲ୍ମର ରୋଜଗାର ବିଷୟରେ କହିବାକୁ ଗଲେ 'ଆନିମଲ' 63.8 କୋଟି ଟଙ୍କା ସହ ଓପନିଂ କରିଥିଲା । ଏହାପରେ ଫିଲ୍ମ ଦ୍ୱିତୀୟ ଦିନରେ 66.27 କୋଟି, ତୃତୀୟ ଦିନରେ 71.46 କୋଟି, ଚତୁର୍ଥ ଦିନରେ 43.96 କୋଟି ଏବଂ ପଞ୍ଚମ ଦିନରେ 37.47 କୋଟି ଟଙ୍କା ଆୟ କରିଛି । ସାକ୍‌ନିକ୍‌ଙ୍କ ରିପୋର୍ଟ ଅନୁଯାୟୀ, 'ଆନିମଲ' ରିଲିଜର ଷଷ୍ଠ ଦିନରେ ଅର୍ଥାତ୍ ବୁଧବାର ଦିନ 30 କୋଟି ଟଙ୍କା କଲେକ୍ସନ କରିଛି । ଏହାସହ, ଫିଲ୍ମର ମୋଟ ଆୟ 312.96 କୋଟିରେ ପହଞ୍ଚିଛି ।

ରିଲିଜ୍ ହେବାର ଷଷ୍ଠ ଦିନରେ 'ଆନିମଲ' ପଠାନ-ଜବାନର ରେକର୍ଡ ଭାଙ୍ଗିଛି

'ଆନିମଲ' ରିଲିଜ୍ ହେବାର ଷଷ୍ଠ ଦିନରେ 30 କୋଟି ଟଙ୍କା ଆୟ କରି ଶାହାରୁଖ ଖାନଙ୍କ ପଠାନ-ଜବାନ ଏବଂ ବାହୁବଲୀ 2 ସମେତ ଅନେକ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଛି । 'ବାହୁବଲୀ 2'ର ଷଷ୍ଠ ଦିନରେ 26 କୋଟି ଟଙ୍କା ଆୟ କରିଥିବା ବେଳେ 'ପଠାନ୍' 25.5 କୋଟି ଏବଂ 'ଜବାନ୍' ଷଷ୍ଠ ଦିନରେ 24 କୋଟି ଟଙ୍କା ରୋଜଗାର କରିଥିଲା ।

'ସାମ ବାହାଦୂର' ବକ୍ସ ଅଫିସ କଲେକ୍ସନ

ଫିଲ୍ମଟି ବକ୍ସ ଅଫିସରେ ଚାଲୁନଥିବା ବେଳେ କିନ୍ତୁ ଏଥିରେ ବିକି କୌଶଲଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଉଛି । ଏପରିକି ଅନେକ ସେଲିବ୍ରିଟି ବିକିଙ୍କ ବେଶ ପ୍ରଶଂସା କରିଛନ୍ତି । ଆନିମଲ ସହ ପ୍ରତିଦ୍ବନ୍ଦ୍ବିତା ଫଳରେ ଏହାର ପ୍ରଭାବ ସାମ ବାହାଦୂରର ଆୟ ଉପରେ ପଡୁଛି । ଫିଲ୍ମର ରୋଜଗାର କ୍ରମଶଃ ହ୍ରାସ ହେବାରେ ଲାଗିଛି । ୬ଷ୍ଠ ଦିନରେ ଫିଲ୍ମ ୩ କୋଟି ୩୦ ଲକ୍ଷ ଆୟ କରିଥିବା ବେଲେ ଫିଲ୍ମର ମୋଟ ଆୟ ୩୫.୮୫ କୋଟିକୁ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢନ୍ତୁ: ସାଉଥରେ ଡେବ୍ୟୁ କରିବେ 'ଆନିମଲ' ଅଭିନେତ୍ରୀ ତ୍ରିପ୍ତୀ ଡିମ୍ରି ! ଏହି ଅଭିନେତା ସହ ଆସିବେ ନଜର

ଫିଲ୍ମ ପ୍ରଥମ ଦିନରେ ୬.୩୫ କୋଟି ସହ ଓପନିଂ କରିଥିବା ବେଳେ ୨ୟ ଏବଂ ୩ୟ ଦିନ ଫିଲ୍ମର ଆୟ ବୃଦ୍ଧି ପାଇଥିଲା । ୨ୟ ଦିନ ସାମ ବାହାଦୂର ୯ କୋଟି ଏବଂ ୩ୟ ଦିନ ୧୦.୩ କୋଟି ଆୟ କରିଥଲା । ପରେ ଏଥିରେ ହ୍ରାସ ଦେଖିବାକୁ ମିଳିଲା । ୪ର୍ଥ ଦିନ ୩.୫୦ କୋଟି, ୫ମ ଦିନ ମଧ୍ୟ ସାମାନ ୩. ୫୦ କୋଟି ଆୟ କରିଥିଲା । ଏହି ଫିଲ୍ମ ଏକ ବାୟୋପିକ ଫିଲ୍ମ ଅଟେ । ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ସାମ୍ ବାହାଦୂର' ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍‌ଶାହଙ୍କ ଜୀବନୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ବିକି କୌଶଲ ସାମ ମାନେକ୍ସାଙ୍କ ଭୂମିକାରେ ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.