ETV Bharat / entertainment

ଆନିମଲରେ ଇଣ୍ଟିମେଟ ସିନକୁ ନେଇ ମୁହଁ ଖୋଲିଲେ ତ୍ରିପ୍ତୀ, କିପରି ସହଯୋଗ କରିଥିଲେ ପୁରା ଟିମ୍‌

author img

By ETV Bharat Odisha Team

Published : Dec 7, 2023, 3:00 PM IST

ଇଣ୍ଟିମେଟ ସିନ ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି ତ୍ରିପ୍ତୀ ଡିମ୍ରି । ସେ ନିଜେ ସ୍କ୍ରିପ୍ଟ ଜରିଆରେ ଏହି ସିନ ବିଷୟରେ କିପରି ଅବଗତ ହୋଇଥିଲେ ତାହା କହିଛନ୍ତି । ଏଥିସହ ସେ ରଣବୀରଙ୍କ ବିଷୟରେ ବି ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ

ତ୍ରିପ୍ତୀଙ୍କ ପାଇଁ ଅତି ସହଜ ଥିଲା ସୁଟିଂ ସମୟ, ଏମିତି କୋପରେଟ କରିଥିଲେ ପୁରା ଟିମ୍

ହାଇଦ୍ରାବାଦ: ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଆନିମଲ'ରେ ରଣବୀର କପୁରଙ୍କ ସହ ଅଭିନେତ୍ରୀ ତ୍ରିପ୍ତୀ ଡିମ୍ରି ଇଣ୍ଟିମେଟ ସିନ ଦେଇ ବର୍ତ୍ତମାନ ଲାଇମଲାଇଟରେ ରହିଛନ୍ତି । ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବର୍ତ୍ତମାନ ତାଙ୍କୁ 'ନ୍ୟାସନାଲ କ୍ରସ୍ ଅଫ୍ ଇଣ୍ଡିଆ' ବୋଲି କୁହାଯାଉଛି । ଏକ ସାକ୍ଷାତକାରରେ ଅଭିନେତ୍ରୀ ଏହି ସିନ ନେଇ ଆଲୋଚନା କରିଛନ୍ତି । ପ୍ରୋଜେକ୍ଟ ସ୍ୱାକ୍ଷର ସମୟରେ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା କିପରି ଏହି ସିନକୁ ବର୍ଣ୍ଣନା କରିଥିଲେ ଏବଂ ରଣବୀର ଏବଂ ଅନ୍ୟମାନେ ଲଗାତାର କିପରି ସେ ଠିକ ଅଛନ୍ତି କି ନାହିଁ ଯାଞ୍ଚ କରୁଥିଲେ । ତାହା ଆଲୋଚନା କରିଛନ୍ତି ।

ତ୍ରିପ୍ତୀ କହିଛନ୍ତି ଯେ, 'ଏହି ପ୍ରୋଜେକ୍ଟରେ ସାଇନ କରିବାବେଳେ ସନ୍ଦୀପ ମୋତେ କହିଥିଲେ ଯେ ଏକ ସିନ ଅଛି ଏବଂ ମୁଁ ଏହାକୁ ଏହିପରି ସୁଟିଂ କରିବାକୁ ଚାହୁଁଛି, କିନ୍ତୁ ମୁଁ ଏହାକୁ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଚମତ୍କାର କରିବାକୁ ଚାହୁଁଛି । ମୁଁ ବିୟୁଟି ଆଣ୍ଡ ବିଷ୍ଟ ପରି ଏକ ପ୍ରତିଛବି ସୃଷ୍ଟି କରିବାକୁ ଚାହୁଁଛି । ମୁଁ ତୁମ ଉପରେ ଛାଡୁଛି, ତୁମେ ଏହା ସହଜ ମନେ କରୁଛ କି ନାହିଁ ମୋତେ ଜଣାଇବ । ଆମେ ସେ ଅନୁସାରେ କାର୍ଯ୍ୟ କରିବୁ।'

ତ୍ରିପ୍ତୀ ଆହୁରି କହିଛନ୍ତି, ରଣବୀର ଏବଂ ସନ୍ଦୀପ ନିଶ୍ଚିତ କରିଥିଲେ ଯେ ସେମାନେ ଏହି ସିନ କରିବାରେ ସହଜ ମନେ ହେବ । ରଣବୀର ତାଙ୍କୁ ପ୍ରତି ପାଞ୍ଚ ମିନିଟରେ ତାଙ୍କୁ ଯାଞ୍ଚ କରୁଥିଲେ ଯେ ମୁଁ ନିଜକୁ ଅସହଜ ଅନୁଭବ କରୁନି ତ । ଅଭିନେତ୍ରୀ କହିଛନ୍ତି ଯେ ମୁଁ ଠିକ ଅଛି କି ନାହିଁ ସେମାନେ ମୋତେ ବାରମ୍ବାର ପଚାରିଥିଲେ । ସେ ଏହା ମଧ୍ୟ ସୁନିଶ୍ଚିତ କରିଥିଲେ ଯେ ସୁଟିଂ ସେଟ୍‌ରେ ନିର୍ଦ୍ଦେଶକ, DOP ଏବଂ ଅଭିନେତାଙ୍କ ସମେତ ପାଞ୍ଚରୁ ଅଧିକ ଲୋକ ନଥିବେ । ସେଟରେ ଅନ୍ୟ କାହାକୁ ଅନୁମତି ଦିଆଯାଇନଥିଲା, ସମସ୍ତ ମନିଟର ବନ୍ଦ ଥିଲା । ସେ କହିଛନ୍ତି ଯେ ତାଙ୍କୁ ଏହା ମଧ୍ୟ କୁହାଯାଇଥିଲା ଯେ ଯଦି କୌଣସି ସମୟରେ ମୁଁ ଅସହଜ ଅନୁଭବ କରିବି ତେବେ ତାଙ୍କୁ ଜଣାଇବି । ସେମାନେ ମୋ ଅନୁସାରେ କାର୍ଯ୍ୟ କରିବେ।'

ଏହା ପରେ ତାଙ୍କୁ ରଣବୀରଙ୍କ ସହ କାମ କରିବାର ଅଭିଜ୍ଞତା ବିଷୟରେ ପଚରାଯାଇଥିଲା । ଏନେଇ ସେ କହିଥିଲେ ଯେ, ରଣବୀର ବହୁତ ଦକ୍ଷ ଏବଂ ତାଙ୍କ କାର୍ଯ୍ୟରେ ଅତ୍ୟନ୍ତ ସଚ୍ଚୋଟ ଅଟନ୍ତି । ଆଗକୁ ରଣବୀରଙ୍କ ସହ ଫିଲ୍ମ କରିବା ଉପରେ ତ୍ରିପ୍ତୀ କହିଛନ୍ତି, 'କେଉଁ ଅଭିନେତ୍ରୀ ରଣବୀର କପୁରଙ୍କ ସହ କାମ କରିବାକୁ ଏବଂ ତାଙ୍କ ଠାରୁ ଶିଖିବାକୁ ଚାହୁଁନାହାଁନ୍ତି ?ଯେପରି ଲୋକେ ଆମ ଦୁଇଜଣଙ୍କ କେମେଷ୍ଟ୍ରିକୁ ଭଲପାଇବା ଦେଉଛନ୍ତି ମୋତେ ବହୁତ ଭଲ ଲାଗୁଛି । ମୁଁ ଆଶା କରୁଛି ଭବିଷ୍ୟତରେ ମୁଁ ତାଙ୍କ ସହ ଅଧିକ ଚଳଚ୍ଚିତ୍ର କରିବି ।

ଏହା ମଧ୍ୟ ପଢନ୍ତୁ: ସାଉଥରେ ଡେବ୍ୟୁ କରିବେ 'ଆନିମଲ' ଅଭିନେତ୍ରୀ ତ୍ରିପ୍ତୀ ଡିମ୍ରି ! ଏହି ଅଭିନେତା ସହ ଆସିବେ ନଜର

ସୂଚନା ଥାଉ କି, ଡିସେମ୍ବର ୧ରେ ଆନିମଲରେ ରିଲିଜ ହେବା ପୂର୍ବରୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍ ଚରିତ୍ରମାନଙ୍କ ମଧ୍ୟରେ ଇଣ୍ଟିମେଟ ସିନ ସମେତ ସନ୍ଦୀପ ଭଙ୍ଗା ରେଡ୍ଡୀଙ୍କ ଫିଲ୍ମକୁ ଆଠଟି ସିନ କଟ୍ କରିବାକୁ ପରାମର୍ଶ ଦେଇଥିଲେ । ସାର୍ଟିଫିକେଟ୍ ଅନୁଯାୟୀ, ଇଣ୍ଟିମେଟ ସିନ କ୍ରମରେ ରଣବୀର ଓରଫ ବିଜୟ ଏବଂ ତ୍ରିପ୍ତୀ ଓରଫ ଜୋୟାଙ୍କ କ୍ଲୋଜ ଅପ୍ ସଟ୍ ହଟାଯାଇଥିଲା । ଅନୀଲ କପୁର ଏହି ଚଳଚ୍ଚିତ୍ରରେ ରଣବୀରଙ୍କ ବାପା ହୋଇଥିବା ବେଳେ ରଶ୍ମିକା ରଣବୀରଙ୍କ ସ୍ତ୍ରୀ ଭାବେ ନଜର ଆସିଛନ୍ତି । ସେହିପରି ବବି ଦେଓଲ ଏହି ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.