ETV Bharat / entertainment

ବିବାହକୁ ନେଇ ରଣବୀରଙ୍କ ଅଜବ ପ୍ରତିକ୍ରିୟା, ତାରିଖ କାହିଁକି କହିବି - ଆଲିଆ ଭଟ୍ଟ

ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ। ବିବାହ ପାଇଁ ଯୋଜନା କରିସାରିଥିବା ରଣବୀର କିନ୍ତୁ ବିବାହର ତାରିଖ କହିବାକୁ ମନା କରିଛନ୍ତି । ଅଧିକ ପଢନ୍ତୁ

ମୋତେ ପାଗଳ କୁକୁର କାମୁଡ଼ିନି ଯେ ମୋ ବିବାହ ତାରିଖ ଆପଣଙ୍କୁ କହିବି

author img

By

Published : Mar 31, 2022, 7:28 PM IST

ହାଇଦ୍ରାବାଦ: ବଲିଉଡରେ ଫିଲ୍ମ କମ୍‌, ସେଲିବ୍ରିଟିଙ୍କ ଅଫେୟାର, ଲଭ୍‌ ଷ୍ଟୋରୀ, ମ୍ୟାରେଜ ଏବଂ ତଲାକ ବା ଛାଡପତ୍ର ଚର୍ଚ୍ଚା ଅଧିକ ହେବାରେ ଲାଗିଛି । ଏହି ସମୟରେ, ବଲିଉଡରେ ଯଦି କୌଣସି କପଲ୍‌ଙ୍କ ପ୍ରେମ ଏବଂ ବିବାହକୁ ନେଇ ଅଧିକ ଚର୍ଚ୍ଚା ହୁଏ, ତେବେ ଏହା ହେଉଛି ରଣବୀର କପୁର ଏବଂ ଆଲିଆ ଭଟ୍ଟ । ଏହି କପଲ୍‌ ଗତ 5ବର୍ଷ ଧରି ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ରେ ଏକାଠି କାମ କରୁଥିଲେ ଏବଂ କାମ ସମୟରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢି ଯାଇଥିଲା । ଏବେ ଏହି ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ତେବେ ଦୁହିଁଙ୍କ ବିବାହ ନେଇ ଅନେକ ଥର ଚର୍ଚ୍ଚା ହେଉଥିବାବେଳେ ଏହି ଲଭବାର୍ଡ ଏହାକୁ ଗୁଜବ ବୋଲି କହି ମନା କରିଆସିଛନ୍ତି । ହେଲେ ଏଥର ବିବାହ ପାଇଁ ଯୋଜନା କରିସାରିଥିବା କଥା ରଣବୀର ମାନି ନେଇଥିଲେ ବି ବିବାହର ତାରିଖ କହିବାକୁ ମନା କରିଛନ୍ତି। କେଉଁ ତାରିଖରେ ଆଲିଆ ଭଟ୍ଟଙ୍କ ସହ ବିବାହ କରିବାକୁ ଯାଉଛନ୍ତି ବୋଲି ପଚରାଯିବା ପରେ ପ୍ରତିକ୍ରିୟା ପ୍ରକାଶ କରି ରଣବୀର କପୁର କହିଛନ୍ତି ଯେ, ମୋତେ ପାଗଳ କୁକୁର କାମୁଡ଼ି ନାହିଁ ଯେ ମୁଁ ଗଣମାଧ୍ୟମକୁ ମୋ ବିବାହର ତାରିଖ କହିବି। କିନ୍ତୁ ମୁଁ ନିଶ୍ଚିତ ଭାବରେ କହିପାରିବି ଯେ ମୁଁ ଏବଂ ଆଲିଆ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛୁ। ଆଶା କରୁଛି ଏହା ଶୀଘ୍ର ହେବ। ତାରିଖ ପ୍ରକାଶ କରିବାକୁ ମନା କରିଥିଲେ ବି ଦୁହେଁ ଖୁବ ଶୀଘ୍ର ବିବାହ କରିବାକୁ ଯାଉଥିବା ଏକପ୍ରକାର ସ୍ପଷ୍ଟ କରିଛନ୍ତି ରଣବୀର କପୁର।

ଏହାପୂର୍ବରୁ ରଣବୀର କପୁର ଏକ ସାକ୍ଷାତକାରରେ କହିଥିଲେ ଯେ ଯଦି କୋଭିଡ -19 ନଆସିଥାନ୍ତା ତେବେ ସେ ବର୍ତ୍ତମାନ ସୁଦ୍ଧା ବିବାହ କରିସାରିଥାନ୍ତେ। ପୁଣି ଗତ ମାସରେ ଖବର ଆସିଥିଲା ​​ଯେ, ଆଲିଆ ଭଟ୍ଟ ଏବଂ ରଣବୀର କପୁର ଏପ୍ରିଲ ମାସରେ ବିବାହ ବନ୍ଧନରେ ବାନ୍ଧି ହେବେ। ହେଲେ ପରେ ବିବାହକୁ ନେଇ ଅନ୍ୟ କୌଣସି ସୂଚନା ମିଳିନଥିଲା। ତେବେ ବର୍ତମାନ କେବଳ ତାରିଖକୁ ଅପେକ୍ଷା, କେଉଁ ଦିନ ରଣବୀର ବର ବେଶରେ ଆସି ଆଲିଆଙ୍କୁ ନିଜ ପତ୍ନୀ ରୂପରେ ତାଙ୍କ ଘରକୁ ନେବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.