ETV Bharat / entertainment

Reaction On Phailoed Comment, ଆଲିଆଙ୍କ ଫ୍ୟାନ୍ସଙ୍କୁ କ୍ଷମା ମାଗିଲେ ରଣବୀର - Phailoed Comment

ନିକଟରେ ରଣବୀର ପତ୍ନୀ ଆଲିଆଙ୍କ ବେବି ବମ୍ପକୁ ନେଇ ଥଟ୍ଟା କରିଥିଲେ । ବର୍ତ୍ତମାନ ରଣବୀର ସର୍ବସାଧାରଣରେ ଆଲିଆ ଭଟ୍ଟଙ୍କ ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ଅଧିକ ପଢନ୍ତୁ

ଆଲିଆ ଭଟ୍ଟଙ୍କ ଫ୍ୟାନ୍ସଙ୍କୁ କ୍ଷମା ମାଗିଲେ ରଣବୀର କପୁର

author img

By

Published : Aug 25, 2022, 7:44 AM IST

ହାଇଦ୍ରାବାଦ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ଖୁବ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି । ଦମ୍ପତିଙ୍କ ପ୍ରଶଂସକ ଏହି ଦିନକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଖୁସି ଖବର ସହିତ ରଣବୀର ଏବଂ ଆଲିଆଙ୍କ ପ୍ରଥମ ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର'କୁ ମଧ୍ୟ ଫ୍ୟାନ୍ସ ଅପେକ୍ଷା କରିଛନ୍ତି । ନିକଟରେ ଦମ୍ପତିଙ୍କୁ ଏହି ଚଳଚ୍ଚିତ୍ର ପ୍ରମୋସନ ପାଇଁ ଏକାଠି ଦେଖିବାକୁ ମିଳିଥିଲା, ଯେଉଁଠାରେ ରଣବୀର ପତ୍ନୀ ଆଲିଆଙ୍କ ଗର୍ଭବତୀ କାରଣରୁ ବଢୁଥିବା ପେଟକୁ ନେଇ ଥଟ୍ଟା କରିଥିଲେ । ବର୍ତ୍ତମାନ ରଣବୀର ସର୍ବସାଧାରଣରେ ଆଲିଆ ଭଟ୍ଟଙ୍କ ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।

ରଣବୀର 'ବ୍ରହ୍ମାସ୍ତ୍ର'ର ପ୍ରମୋସନ ପାଇଁ ଆଲିଆ ଭଟ୍ଟଙ୍କ ସମସ୍ତ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି । ଏଥି ସହିତ ସେ କହିଛନ୍ତି ଯେ, ଏହା ବିଷୟରେ ତାଙ୍କର କୌଣସି ଧାରଣା ନଥିଲା ଏବଂ ସେ ଏହାକୁ କେବଳ ଥଟ୍ଟା ଭାବରେ ଗ୍ରହଣ କରିଥିଲେ । ଶେଷରେ ସେ କହିଛନ୍ତି ଯେ, ସେହି ଖରାପ ଥଟ୍ଟା ପାଇଁ ସେ ଆଲିଆ ଭଟ୍ଟଙ୍କ ସମସ୍ତ ପ୍ରଶଂସକଙ୍କୁ କ୍ଷମା ମାଗୁଛନ୍ତି ।

ଉଲ୍ଲେଖନୀୟ ଯେ, ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ 'ଶମଶେରା' ବକ୍ସ ଅଫିସରେ ଫ୍ଲପ୍‌ ହେବା ପରେ ଫିଲ୍ମ 'ବ୍ରହ୍ମାସ୍ତ୍ର' ଉପରେ ବହୁତ ଆଶା ରଖିଛନ୍ତି । ଏବେ ଦମ୍ପତି ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏଥିପାଇଁ ରଣବୀର କପୁର ପ୍ରଥମେ ଚେନ୍ନାଇ ଯାଇଥିଲେ। ଏଠାରେ ସେ ଏକୁଟିଆ ନୁହଁନ୍ତି ବରଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଦମଦାର ନିର୍ଦ୍ଦେଶକ ଏସ୍.ଏସ୍‌ ରାଜାମୌଲି ଏବଂ ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ସହ ପହଞ୍ଚିଛନ୍ତି।

ବର୍ତ୍ତମାନ ଏଠାରୁ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି । ଏକ ଭିଡିଓରେ ରଣବୀର ଏସ୍.ଏସ୍‌ ରାଜାମୌଲିଙ୍କ ପାଦ ଛୁଇଁଥିବାର ନଜର ଆସିଛନ୍ତି । ଦ୍ୱିତୀୟ ଭିଡିଓରେ ରଣବୀର କପୁର ଦକ୍ଷିଣ ଭାରତୀୟ ଖାଦ୍ୟ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ରାଜାମୌଲି ଏବଂ ନାଗାର୍ଜୁନ ମଧ୍ୟ ରଣବୀରଙ୍କ ସହ ଦକ୍ଷିଣ ଭାରତୀୟ ଖାଦ୍ୟ ଖାଉଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.