ETV Bharat / entertainment

ଓଟିଟିରେ ଧମାକା କରିବ 'ଆନିମଲ', ଜାଣନ୍ତୁ କଣ ପ୍ଲାନ

Animal OTT Version: ଡିସେମ୍ବର 1ରେ ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି ରଣବୀର କପୁର ଷ୍ଟାରର ଆକ୍ସନ୍ ଥ୍ରୀଲର ଫିଲ୍ମ 'ଆନିମଲ' । ଓଟିଟି ଫିଲ୍ମର ଅବଧି 3୦ ମିନିଟ୍ ଅଧିକ ହୋଇପାରେ । ଅଧିକ ପଢନ୍ତୁ

ranbir kapoor animal ott version
ranbir kapoor animal ott version
author img

By ETV Bharat Odisha Team

Published : Nov 28, 2023, 12:47 PM IST

ମୁମ୍ବାଇ: ରିଲିଜ ହେବାକୁ ଯାଉଛି ରଣବୀର କପୁର, ବବି ଦେଓଲ ଏବଂ ରଶ୍ମିକା ମନ୍ଦାନା ଷ୍ଟାରର ଆକ୍ସନ୍ ଥ୍ରୀଲର ଫିଲ୍ମ 'ଆନିମଲ' । ଏବେ ଫିଲ୍ମର ଜୋରଦାର ପ୍ରମୋସନରେ ଲାଗି ପଡ଼ିଛନ୍ତି ଫିଲ୍ମର ପୁରା କାଷ୍ଟ । ତେବେ ନିକଟରେ ଫିଲ୍ମଟି ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି)ରୁ ଏକ ସାର୍ଟିଫିକେଟ୍ ହାସଲ କରିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଫିଲ୍ମର ଅବଧି ୩ ଘଣ୍ଟାରୁ ଅଧିକ ରହିଛି । ଏଥି ସହିତ ବର୍ତ୍ତମାନ ଫିଲ୍ମର OTT ସଂସ୍କରଣର ଅବଧି ପ୍ରକାଶ ପାଇଛି । କୁହାଯାଉଛି ଯେ OTTରେ ଫିଲ୍ମର ସମୟ ଅଧିକ ହୋଇପାରେ ।

  • " class="align-text-top noRightClick twitterSection" data="">

ସୂଚନା ମୁତାବକ, OTTରେ ଫିଲ୍ମର ଅବଧି ୩୦ ମିନିଟ ଅଧିକ ହୋଇପାରେ । ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଏହି 'ଆନିମଲ'ରେ ମୁଖ୍ୟ ଭୂମିକାରେ ରଶ୍ମିକା ମନ୍ଦାନା, ଅନିଲ କପୁର ଏବଂ ବବି ଦେଓଲ ଅଭିନୟ କରିଛନ୍ତି । ତେବେ ଫିଲ୍ମର ସମୟସୀମାକୁ ନେଇ ରଣବୀର କପୁର ଏକ ବିବୃତ୍ତିରେ କହିଛନ୍ତି ଯେ, ''ଆନିମଲ'ର କାହାଣୀ ଦର୍ଶକଙ୍କ ନିକଟରେ ପହଞ୍ଚିବା ପାଇଁ ଏତିକି ସମୟ ଆବଶ୍ୟକ କରେ । ଆମେ ପ୍ରଥମ କଟ୍ ଦେଖିଲୁ ଯାହା 3 ଘଣ୍ଟା 49 ମିନିଟ୍ ଲମ୍ବା ଥିଲା । ଆଉ ଏହାକୁ ଆମେ ଉପଭୋଗ ବି କରିଥିଲୁ । ଏହା ଏକ ଲମ୍ବା ଚଳଚ୍ଚିତ୍ର ହୋଇଥିବାରୁ ଦର୍ଶକ ସିନେମାକୁ ଉପଭୋଗ କରନ୍ତୁ ।''

ତେବେ ରିପୋର୍ଟ ଅନୁଯାୟୀ ନିର୍ମାତାମାନେ ଦୁଇଟି ଇଣ୍ଟରଭାଲ ସହିତ ଫିଲ୍ମକୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯୋଜନା କରିଥିଲେ । କିନ୍ତୁ ଅସୁବିଧା କାରଣରୁ ସେ ଫିଲ୍ମର ସମୟସୀମାକୁ 3 ଘଣ୍ଟା 21 ମିନିଟକୁ ହ୍ରାସ କରିଛନ୍ତି । କିଛି ଦୃଶ୍ୟ ଫିଲ୍ମରେ ଏଡିଟ୍ କରାଯାଇଛି । ଏଥି ସହିତ ଯଦି ମିଡିଆ ରିପୋର୍ଟକୁ ଦେଖାଯାଏ OTTରେ ଫିଲ୍ମର ସମୟସୀମା ବଢିପାରେ ।

ଏହା ମଧ୍ୟ ପଢନ୍ତୁ- ରଣବୀର କପୁରଙ୍କ ଫ୍ୟାନ୍ ସାଉଥର ଏହି ସେଲିବ୍ରିଟି, ଆନିମଲ ପ୍ରି-ରିଲିଜ ଇଭେଣ୍ଟରେ ଖୁଲାସା

ଏହା ମଧ୍ୟ ପଢନ୍ତୁ- ଆଜି 'ଆନିମଲ'ର ପ୍ରି-ରିଲିଜ ଇଭେଣ୍ଟ, ରଣବୀର-ରଶ୍ମିକାଙ୍କ ସହ ସାମିଲ ହେବେ ଏହି ସାଉଥ ତାରକା

ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ 'ଆନିମଲ' । କିଛି ଦିନ ପୂର୍ବରୁ ନିର୍ମାତାମାନେ 'ଆନିମଲ'ର ଅଫିସିଆଲ୍ ଟ୍ରେଲର୍ ରିଲିଜ୍ କରିଥିଲେ, ଯାହା ପ୍ରଶଂସକଙ୍କ ଜବରଦସ୍ତ ପ୍ରତିକ୍ରିୟା ପାଇଥିଲା । ତେବେ ଫିଲ୍ମର ଅବଧି 3 ଘଣ୍ଟା 21 ମିନିଟ୍ ଅଟେ । ଡିସେମ୍ବର 1ରେ ପ୍ରେକ୍ଷାଳୟରେ 'ଆନିମଲ' ୫ଟି ଭାଷାରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.