ETV Bharat / entertainment

Ranbir-Alia wedding: କଡା ସୁରକ୍ଷା ଭିତରେ ଆରମ୍ଭ ହେଲା ବିବାହ ଉତ୍ସବ, ଦେଖନ୍ତୁ ଭିଡିଓ

author img

By

Published : Apr 13, 2022, 5:08 PM IST

ମୁମ୍ବାଇସ୍ଥିତ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବାସ୍ତୁ ଆପାର୍ଟମେଣ୍ଟରୁ ନୂଆ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି। ଯେଉଁଠାରେ ଟାଇଟ୍ ସିକ୍ୟୁରିଟି ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ

କଡା ସୁରକ୍ଷା ଭିତରେ ଆରମ୍ଭ ହେଲା ବିବାହ ଉତ୍ସବ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ପାଓ୍ବାରଫୁଲ କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ କପୁର ପରିବାର ଏବଂ ଭଟ୍ଟ ପରିବାର ନିରବ ରହିଛନ୍ତି । କିନ୍ତୁ ନିରବ ରହିପାରୁନାହାନ୍ତି ପାପରାଜି। ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହର ଖବର (Alia Bhatt Ranbir Kapoor Marriage) ମିଡିଆ କରିଡରରେ ଲୁଚି ରହିପାରୁ ନାହିଁ । ଆଲିଆ-ରଣବୀରଙ୍କ ବିବାହର ନୂଆ ନୂଆ ତଥ୍ୟ କ୍ରମାଗତ ଭାବେ ବାହାରକୁ ଆସୁଛି। ବର୍ତ୍ତମାନ ମୁମ୍ବାଇସ୍ଥିତ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବାସ୍ତୁ ଆପାର୍ଟମେଣ୍ଟରୁ ନୂଆ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି। ଯେଉଁଠାରେ ଟାଇଟ୍ ସିକ୍ୟୁରିଟି ବ୍ୟବସ୍ଥା କରାଯାଇଛି ।

ଭାଇରାଲ ହେଉଥିବା ଏକ ଭିଡିଓରେ ପୋଲିସ ସୁରକ୍ଷା ଉପରେ ନଜର ରଖିଥିବାବେଳେ ଅନ୍ୟ ଏକ ଭିଡିଓରେ ସିକ୍ୟୁରିଟିମାନେ ଫୋନରେ ଟେପ୍ ଲଗାଉଥିବା ଦେଖିବାକୁ ମିଳୁଛି। ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଘର ଭିତରର ଫଟୋ ଏଯାଏଁ ସାମ୍ନାକୁ ନାହିଁ। ଏଥି ସହିତ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ କପୁର ପରିବାର ଋଷି କପୁରଙ୍କ ପାଇଁ ପୂଜା କରିବାକୁ ଯାଉଛନ୍ତି ।

ଆଲିଆ ଭଟ୍ଟଙ୍କ ସିକ୍ୟୁରିଟି ହେଡ ୟୁସୁଫ ଇବ୍ରାହିମ ମୁମ୍ବାଇ ପୋଲିସକୁ ଏହି ଗ୍ରାଣ୍ଡ ବିବାହ ବିଷୟରେ ସୂଚନା ଦେଇଛନ୍ତି। ଏହି ଭିଡିଓରେ ସେ ପୋଲିସ କର୍ମଚାରୀଙ୍କ ସହ କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି। ତେବେ ବଲିଉଡରେ ସିକ୍ୟୁରିଟି ହେଡ୍ ସର୍ଭିସେସ୍ ପାଇଁ ୟୁସୁଫ୍ ଚର୍ଚ୍ଚାରେ ରହିଛନ୍ତି ।

ଆଲିଆ ଭଟ୍ଟଙ୍କ ସିକ୍ୟୁରିଟି ହେଡ ୟୁସୁଫ

ଆଲିଆ ଭଟ୍ଟଙ୍କ ସିକ୍ୟୁରିଟି ହେଡ ୟୁସୁଫ ଇବ୍ରାହିମଙ୍କ ହାତରେ ସୁରକ୍ଷା ଦାୟିତ୍ବ ରହିଛି। ୟୁସୁଫଙ୍କର ନିଜସ୍ୱ ସୁରକ୍ଷା ଏଜେନ୍ସି ଅଛି ଯାହାକି ବଡିଗାର୍ଡ ସେବା ଠାରୁ ଆରମ୍ଭ କରି ସୁରକ୍ଷା ପର୍ଯ୍ୟନ୍ତ ସମସ୍ତ ସୁବିଧା ଯୋଗାଇଥାଏ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସନ୍ନି ଲିଓନ ଏବଂ ତାଙ୍କ ପରିବାରର ସୁରକ୍ଷା ଦାଯିତ୍ବ ମଧ୍ୟ ୟୁସୁଫଙ୍କ ହାତରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.