ETV Bharat / entertainment

ରାହାକୁ ୨ ବର୍ଷ ହେଲେ ଫଟୋ ସେୟାର କରିବେ ରଣବୀର-ଆଲିଆ - ପାପାଜିଙ୍କୁ ଆଲିଆଙ୍କ ଅନୁରୋଧ

ଶନିବାର ଆଲିଆ ଏବଂ ରଣବୀର ନିଜ ଝିଅ ରାହାର ଫଟୋକୁ ଲୋକଲୋଚନକୁ ନଆଣିବା ପାଇଁ ପାପାରାଜିଙ୍କୁ ନିବେଦନ କରିଛନ୍ତି । ରାହାକୁ ୨ ବର୍ଷ ହେଲେ ଫଟୋ ସୋସିଆଲ ମିଡିଆରେ ଫଟୋ ସେୟାର କରିବେ ଆଲିଆ ଏବଂ ରଣବୀର । ଅଧକ ପଢନ୍ତୁ

ରଣବୀର-ଆଲିଆ
ରଣବୀର-ଆଲିଆ
author img

By

Published : Jan 8, 2023, 5:36 PM IST

ମୁମ୍ବାଇ: ବଲିଉଡର ପାୱରଫୁଲ୍‌ କପଲ ହେଉଛନ୍ତି ରଣବୀର କପୁର ଏବଂ ଆଲିଆ ଭଟ୍ଟ( Ranbir Kapoor and Alia Bhat) । ଦୁହେଁ ନିଜର ଝିଅକୁ ନେଇ ବେଶ ରକ୍ଷଣଶୀଳ । ଝିଅ ରାହାକୁ (Daughter Raha) ୨ମାସ ହୋଇଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେମାନେ ସୋସିଆଲ ମିଡିଆରେ ଫଟୋ ସେୟାର କରିନାହାନ୍ତି । ଶନିବାର ଦିନ ଆଲିଆ, ରଣବୀର ଏବଂ ନୀତୁ କପୁର ଗଣମାଧ୍ୟମକୁ ନିଜର ଏକ ସାକ୍ଷାତ୍‌କାର ଦେଇଥିଲେ । ଏହି ସମୟରେ ସାଙ୍ଗରେ ତାଙ୍କ ଝିଅ ରାହା ମଧ୍ୟ ରହିଥିଲା । ତେବେ କପୁର ପରିବାର ସହ ରାହାର ଫଟୋ ମଧ୍ୟ ପାପାରାଜିରେ କଏଦ ହୋଇଥିଲା । ତେବେ ଝିଅ ରାହାକୁ ୨ ବର୍ଷ ହେବା ଯାଏଁ ଫଟୋ ସେୟାର ନକରିବା ପାଇଁ ଅନୁରୋଧ କରିଥିଲେ ଆଲିଆ ଏବଂ ରଣବୀର । ରଣବୀର ନୋ ପିକ୍‌ଚର୍‌ ପଲିସି ଆପଣାଇବା ପାଇଁ କହିଥିଲେ ।

ବିଗତ ବର୍ଷ ନଭେମ୍ବର 6 ତାରିଖରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଝିଅ ରାହା ଜନ୍ମ ନେଇଥିଲା(Alia and Ranbir became parents to Raha on November 6, 2022 । ଉଭୟ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କୁ ଏହା ଜଣାଇଥିଲେ । ଆଲିଆ ଇନଷ୍ଟାଗ୍ରାମରେ ଏକ କାର୍ଟୁନ ଫଟୋ ପୋଷ୍ଟ କରି ଲେଖିଥିଲେ, "ଆମ ଜୀବନର ସର୍ବୋତ୍ତମ ଖବର । ଆମ ଜୀବନକୁ ଏକ ଶିଶୁ କନ୍ୟା ଆସିଛି । ଏହା କୌଣସି ଯାଦୁଗରୀଠାରୁ କମ ନୁହେଁ ।"

ଏହା ମଧ୍ୟ ପଢନ୍ତୁ: ବଲିଉଡ ବାଦଶାହାଙ୍କ ମହାନତା, ମୃତ ଅଞ୍ଜଳିଙ୍କ ପରିବାରକୁ ବଢାଇଲେ ସାହାଯ୍ୟର ହାତ

ତେବେ ଝିଅ ରାହାଙ୍କ ନାମର ଅର୍ଥକୁ ନେଇ ଆଲିଆ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ୍‌ ସେୟାର କରିଥିଲେ । ବଙ୍ଗଳା, ସଂସ୍କୃତ ଏବଂ ଆରବିକ୍‌ରେ ରାହାର ଅର୍ଥ କ'ଣ ତାହା ସେ ନିଜ କ୍ୟାପ୍ସନରେ ଲେଖିଥିଲେ । ଫଟୋରେ ରଣବୀରଙ୍କ ସହ ଆଲିଆ ଓ ଝିଅ ରାହା ଥିବା ବେଳେ ତିନିଜଣଙ୍କ ମୁହଁ ବ୍ଲୟର ହୋଇଯାଇଛି । ଏହାଛଡ଼ା ରାହାଙ୍କୁ ଦୁଇ ବର୍ଷ ହେବା ପରେ ତାଙ୍କ ଫଟୋ ପବ୍ଲିକ୍‌ କରାଯିବ ବୋଲି ଆଲିଆ କହିଛନ୍ତି ।

ସୂଚନାଅନୁସାରେ, ଆଲିଆ ଓ ରଣବୀର ଦୀର୍ଘ ଦିନର ଡେଟିଂ ପରେ ଗତ ବର୍ଷ ଏପ୍ରିଲ ମାସ 14 ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ବିବାହର ଦୁଇ ମାସ ପରେ ଜୁନ ମାସରେ ହିଁ ଗୁଡ୍ ନ୍ୟୁଜ ଦେଇଥିଲେ ଆଲିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.