ETV Bharat / entertainment

ରାମଚରଣ ଓ ଉପସାନାଙ୍କ ଝିଅ କ୍ଲିନ୍ କାରାଙ୍କ ପ୍ରଥମ ବରଲକ୍ଷ୍ମୀ ବ୍ରତ, ଲେହେଙ୍ଗାରେ କ୍ୟୁଟ ଲାଗୁଛନ୍ତି କୁନି ପରୀ

ସାଉଥ୍‌ ସୁପରଷ୍ଟାର ରାମ ଚରଣ ଏବଂ ଉପସାନା କାମିନେନିଙ୍କ ଝିଅ କ୍ଲିନ୍ କାରା ତାଙ୍କର ପ୍ରଥମ ବରଲକ୍ଷ୍ମୀ ବ୍ରତ ପାଳନ କରିଛନ୍ତି । ଉପସାନା ଏହି ସେଲିବ୍ରେସନରୁ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ କ୍ଲିନ୍‌ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 2, 2023, 9:57 AM IST

ଉପସାନାଙ୍କ ଝିଅ କ୍ଲିନ୍ କାରା
ଉପସାନାଙ୍କ ଝିଅ କ୍ଲିନ୍ କାରା

ହାଇଦ୍ରାବାଦ: ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ପାଓ୍ବରଫୁଲ୍‌ କପଲ ରାମଚରଣ ଏବଂ ଉପାସନା କାମିନେନି କିଛି ମାସ ପୂର୍ବରୁ ପିତାମାତା ହୋଇଥିଲେ । ନିକଟରେ ଏହି ଦମ୍ପତି ନିଜ ଝିଅ ସହିତ ପ୍ରଥମ ବରଲକ୍ଷ୍ମୀ ବ୍ରତ ପାଳନ କରିଛନ୍ତି । ଝିଅ କ୍ଲିନ୍ କାରା ହେବା ପରଠୁ ଉପାସନା କାମିନେନି ଏବଂ ରାମଚରଣ ବହୁତ ଖୁସି ଥିବା ନଜର ଆସୁଛନ୍ତି । ଏହି ଦମ୍ପତି ପ୍ରତ୍ୟେକ ମୁହୂର୍ତ୍ତକୁ କ୍ଲିନ୍ କାରାଙ୍କ ସହିତ ସ୍ୱତନ୍ତ୍ର କରୁଛନ୍ତି ।

ନିକଟରେ ଏହି ଦମ୍ପତି ନିଜ ଝିଅ ସହିତ ତାଙ୍କର ପ୍ରଥମ ବରଲକ୍ଷ୍ମୀ ବ୍ରତ ପାଳନ କରିଥିଲେ, ଯାହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଉପସାନା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ବରଲକ୍ଷ୍ମୀ ବ୍ରତ ସେଲିବ୍ରେସନରୁ ଝିଅ କ୍ଲିନ୍ କାରାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ଉପସାନା ନିଜ ଝିଅକୁ କୋଳରେ ଧରି ଠାକୁରଙ୍କ ସମ୍ମୁଖରେ ବସି କ୍ୟାମେରା ପାଇଁ ପୋଜ୍ ଦେଇଛନ୍ତି । ଏହି ସମୟରେ ଉପାସାନା ଏକ ଲାଲ ରଙ୍ଗର ସୁଟରେ ନଜର ଆସିଛନ୍ତି । ଏହି ସମୟରେ ତାଙ୍କ ଝିଅକୁ ଧଳା ଲେହେଙ୍ଗାରେ ଦେଖିବାକୁ ମିଳିଛି ।

ଦୁଇ ମାସର କ୍ଲିନ୍ ଲେହେଙ୍ଗା-ଚୋଲି ଏବଂ ଡୁପଟ୍ଟାରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ତେବେ ଉପସାନା ନିଜ ଝିଅର ମୁହଁକୁ ଇମୋଜି ସହିତ ଲୁଚାଇ ରଖିଛନ୍ତି । ଫଟୋ ସେୟାର କରି ଉପସାନା କ୍ୟାପସନରେ ଲେଖିଛନ୍ତି, "ମୁଁ ଏହାଠାରୁ ଅଧିକ ଆଉ କିଛି ମାଗି ପାରିବି ନାହିଁ। ମୋ କ୍ଲିନ୍ କାରାଙ୍କ ସହିତ ମୋର ପ୍ରଥମ ବରଲକ୍ଷ୍ମୀ ବ୍ରତ।" କ୍ଲିନ୍ କାରାଙ୍କର ଏହି ସୁନ୍ଦର ଫଟୋ କିଛି ମିନିଟ ମଧ୍ୟରେ ଇଣ୍ଟରନେଟରେ ଭାଇରାଲ ହୋଇଛି । ଲୋକମାନେ ରାମ ଚରଣଙ୍କ ଲାଡଲି ଉପରେ ବହୁତ ପ୍ରେମ ବର୍ଷା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: HBD Chiranjeevi: ଜେଜେବାପାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ନାତୁଣୀ, ଫଟୋ ସେୟାର କଲେ ରାମ ଚରଣ

ଉଲ୍ଲେଖନୀୟ ଯେ, 2012 ରେ ରାମଚରଣ ତାଙ୍କ କଲେଜ ବନ୍ଧୁ ତଥା ପ୍ରେମିକା ଉପାସନାଙ୍କୁ ବିବାହ କରିଥିଲେ । 11 ବର୍ଷ ଧରି ବୈବାହିକ ଜୀବନକୁ ଉପଭୋଗ କରୁଥିବା ରାମଚରଣ ଏବଂ ଉପସାନା, ଜୁନ୍ 2023 ରେ ଏକ କନ୍ୟା ସନ୍ତାନକୁ ସ୍ୱାଗତ କରିଥିଲେ । ଏହି ଦମ୍ପତି ସେମାନଙ୍କ ଝିଅର ନାମ କ୍ଲିନ୍ କାରା ରଖିଛନ୍ତି । ରାମଚରଣ ଏବଂ ଉପସାନା ପ୍ରାୟତଃ ନିଜ ଝିଅ ସହିତ ଫଟୋ ସେୟାର କରନ୍ତି ।

ରାମ ଚରଣଙ୍କ ଆଗାମୀ ଚଳଚ୍ଚିତ୍ର

ଆରଆରଆର ଅଭିନେତା ରାମଚରଣ ଦକ୍ଷିଣର ଜଣେ ସୁପରଷ୍ଟାର । ସେ ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଛନ୍ତି । ଖୁବ୍ ଶୀଘ୍ର ତାଙ୍କୁ 'ଗେମ୍ ଚେଞ୍ଜର'ରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ସେ କିଆରା ଆଡଭାନୀଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ । ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.