ETV Bharat / entertainment

G20 Meeting: ଶ୍ରୀନଗରରେ ରାମଚରଣ, ଷ୍ଟେଜ୍‌ରେ ନାଟୁ ନାଟୁ ଗୀତରେ କଲେ ଡ୍ୟାନ୍ସ - ଜି 20 ବୈଠକ

ଜି-20 ସମ୍ମିଳନୀରେ ଭାଗ ନେବାକୁ ଆରଆରଆର ତାରକା ରାମ ଚରଣ ଶ୍ରୀନଗରରେ ପହଞ୍ଚିଛନ୍ତି। ସେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରି ଏକ ବଡ଼ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ,

ଜି -20 ବୈଠକରେ ସାମିଲ ହେଲେ ରାମ ଚରଣ, ଶ୍ରୀନଗରରେ ଅଭିନେତାଙ୍କୁ ଭବ୍ୟ ସ୍ୱାଗତ

author img

By

Published : May 22, 2023, 6:18 PM IST

ହାଇଦ୍ରାବାଦ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗା-ବ୍ଲକବଷ୍ଟର ତଥା ଓସ୍କାର ବିଜେତା ଫିଲ୍ମ 'ଆରଆରଆର' ତାରକା ରାମ ଚରଣ ଶ୍ରୀନଗରରେ ଅନୁଷ୍ଠିତ ଜି -20 ସମ୍ମିଳନୀ ପାଇଁ କାଶ୍ମୀରରେ ପହଞ୍ଚିଛନ୍ତି । ଶ୍ରୀନଗରରେ ଅଭିନେତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ପର୍ଯ୍ୟଟନ ୱାର୍କିଂ ଗ୍ରୁପରେ ଏହି ଅଭିନେତା ଅନ୍ତର୍ଜାତୀୟ ପ୍ରତିନିଧୀଙ୍କୁ ଭେଟିବେ । ଜି -20 ସମ୍ମିଳନୀରେ ଜଡିତ ଦେଶମାନେ ଅର୍ଥନୈତିକ ବିକାଶ ତଥା ସାଂସ୍କୃତିକ ସଂରକ୍ଷଣ ପାଇଁ ଫିଲ୍ମ ପର୍ଯ୍ୟଟନ ଉପରେ ଏକ ବଡ଼ ଆଲୋଚନା କରିବାକୁ ଯାଉଛନ୍ତି।

  • J&K | Actor Ram Charan arrives at Srinagar airport to attend the first side event on 'Film Tourism for Economic Growth and Cultural Preservation' of the 3rd #G20 Tourism Working Group meeting.

    (Pic Source: DIPR) pic.twitter.com/0lXOerfo4G

    — ANI (@ANI) May 22, 2023 " class="align-text-top noRightClick twitterSection" data=" ">

ଏହି ସମ୍ମିଳନୀରେ ଯୋଗ ଦେବା ସମୟରେ ରାମଚରଣ କାଶ୍ମୀର ସହ ତାଙ୍କର ସମ୍ପର୍କକୁ ମନେ ପକାଇଛନ୍ତି। ଆରଆରଆର ତାରକା କହିଛନ୍ତି ଯେ ସେ 1986 ମସିହାରୁ କାଶ୍ମୀରକୁ ଆସୁଛନ୍ତି । "ବାବା (ଚିରଞ୍ଜୀବୀ) କାଶ୍ମୀରରେ ସୁଟିଂ କରିଥିଲେ। "ମୁଁ 2016 ରେ ଏହି ଅଡିଟୋରିୟମରେ ସୁଟ୍ କରିସାରିଛି। ଏହି ସ୍ଥାନରେ କିଛି ଯାଦୁ ଅଛି। ଯାହା ମୋତେ ଆକର୍ଷିତ କରିଥାଏ। ପରିଦର୍ଶନ କରିବା ପାଇଁ ଏହା ଏକ ସରପ୍ରାଇଜ୍ ସ୍ଥାନ । ମୁଁ ଚାହୁଁଛି ଏହି ସ୍ୱର୍ଗ ଏହିପରି ରହୁ।''

  • #WATCH | Kashmir is that kind of a place, I have been coming here since 1986, my father shot extensively here in Gulmarg and Sonamarg. I've shot in this auditorium in 2016. This place has something magical, it is such a surreal feeling coming to Kashmir, it draws the attention of… pic.twitter.com/jtHyp9OdVr

ସୂଚନା ଅନୁସାରେ, ରାମ ଚରଣ ଏହି ସଭାକୁ ପ୍ରତିନିଧିତ୍ୱ କରିବେ। ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଅଭିନେତା ଏହି ଆନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଉଛନ୍ତି। କେବଳ ଏତିକି ନୁହେଁ, ରାମ ଚରଣ 20 ତମ ସମ୍ମିଳନୀରେ ଅଂଶଗ୍ରହଣ କରି ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। କୁହାଯାଉଛି ଯେ ସେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ପ୍ରଥମ ଅଭିନେତା ହେବେ ରାମଚରଣ । FICCI, ଧର୍ମ ପ୍ରଡକ୍ସନ୍ ଏବଂ ନେଟଫ୍ଲିକ୍ସର ପ୍ରତିନିଧୀମାନେ ମଧ୍ୟ ଫିଲ୍ମ ପର୍ଯ୍ୟଟନ ପାଇଁ ଏହି ଆଲୋଚନାରେ ଭାଗ ନେବାକୁ ଯାଉଛନ୍ତି। ଏହା ସହିତ, ଏହି ଆଲୋଚନାଚକ୍ରର ଶେଷ ଦିନରେ, ସମସ୍ତ ପ୍ରତିନିଧି ମଧ୍ୟ ଶ୍ରୀନଗରର ବିଭିନ୍ନ ଅଂଚଳ ପରିଦର୍ଶନ କରିବେ। ଏହି ସମ୍ମିଳନୀରେ ଭାଗ ନେବାକୁ 25 ଟି ଦେଶର ପ୍ରତିନିଧୀ ଆସିଛନ୍ତି। ଏଥି ସହିତ ସଦସ୍ୟ ଦେଶମାନଙ୍କ ମଧ୍ୟରେ ସାଉଦି ଆରବ, ତୁର୍କୀ ଏବଂ ଚୀନ୍ ଏଥର ଏହି ଶିଖର ସମ୍ମିଳନୀରୁ ବାଦ ପଡିଛନ୍ତି।

ସୂଚନା ଥାଉ କି, ଜି -20 ଶିଖର ସମ୍ମିଳନୀ ହେଉଛି ବିଶ୍ବର ପ୍ରମୁଖ ଅର୍ଥନୀତିର ନେତାଙ୍କ ବାର୍ଷିକ ସମାବେଶ, ମୁଖ୍ୟତଃ ଅର୍ଥନୀତି, ଅର୍ଥ ଏବଂ ବିଶ୍ୱ ଶାସନ ଉପରେ ବିଶ୍ବସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା ଏବଂ ସମାଧାନ ପାଇଁ। ଆନ୍ତଃର୍ଜାତୀୟ ଫୋରମର ଅଧ୍ୟକ୍ଷତା କରୁଥିବା ଭାରତ ପର୍ଯ୍ୟଟନ ୱାର୍କିଂ ଗ୍ରୁପ୍ ବୈଠକ କାଶ୍ମୀରରେ ଆୟୋଜନ କରିଛନ୍ତି । ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାଂସ୍କୃତିକ ସଂରକ୍ଷଣ ପାଇଁ ଚଳଚ୍ଚିତ୍ର ପର୍ଯ୍ୟଟନ ଉପରେ ଏକ ପ୍ୟାନେଲ ଆଲୋଚନା ଏଥିରେ ସାମିଲ ହୋଇଛି । ତେବେ ରାମଚରଣ ବିଦେଶୀ ପ୍ରତିନିଧିଙ୍କ ସହିତ ଷ୍ଟେଜ ଉପରେ ଫେମସ୍ ସଙ୍ଗ ନାଟୁ ନାଟୁରେ ଡ୍ୟାନ୍ସ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.