ମୁମ୍ବାଇ: ଖୁବଶୀଘ୍ର ବାଜିବ ଜ୍ୟାକି ଓ ରକୁଲଙ୍କ ସାହାନାଇ । ‘ଦେ ଦେ ପ୍ୟାର୍ ଦେ’ ଫେମ୍ ରକୁଲ୍ ପ୍ରୀତ୍ ସିଂହ ନିଜ ପୁରୁଷ ବନ୍ଧୁ ଜ୍ୟାକି ଭାଗ୍ନାନିଙ୍କ ସହ ଆସନ୍ତା ଫେବୃଆରୀ ମାସ ୨୨ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ । ଯାହାକୁ ନେଇ ଉଭୟ ଚର୍ଚ୍ଚାରେ ଅଛନ୍ତି । ତେବେ ଏହି କପଲ ତାଙ୍କ ବିବାହକୁ ନେଇ କଡା ନିୟମ କରିଥିବା ସୂଚନା ମିଳିଛି । ବିବାହ ଉତ୍ସବରେ ଯୋଗ ଦେବାକୁ ଥିବା ଅତିଥିମାନଙ୍କ ମୋବାଇଲ୍ ଫୋନ୍ ଉପରେ ପ୍ରତିବନ୍ଧକ ଲଗାଯିବ ।
ମିଡିଆ ରିପୋର୍ଟ ଅନୁଯାୟୀ, ହିନ୍ଦୁ ରୀତିନୀତି ଅନୁଯାୟୀ ରକୁଲ୍ ପ୍ରୀତ ସିଂହ ଏବଂ ଜ୍ୟାକି ଭାଗ୍ନାନି ଫେବୃଆରୀ 22ରେ ଗୋଆରେ ବିବାହ କରିବେ । ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପୂର୍ବରୁ ନିକଟରେ ସେମାନେ ଭ୍ୟାକେସନରୁ ଫେରିଛନ୍ତି । ଏହି ଲଭବାର୍ଡ ନୂଆବର୍ଷ ପାଳନ କରିବାକୁ ଥାଇଲ୍ୟାଣ୍ଡ ଯାଇଥିଲେ । ରିପୋର୍ଟ ମୁତାବକ, କପଲ ନିଜର ବିବାହକୁ ଗୋପନୀୟ ରଖିବାକୁ ଚାହୁଁଛନ୍ତି । ବିବାହରେ ଇଣ୍ଡଷ୍ଟ୍ରିର ତାଙ୍କର ଘନିଷ୍ଠ ବନ୍ଧୁମାନେ ସାମିଲ ହେବେ । ସୂତ୍ର ଅନୁଯାୟୀ ବିବାହର ସମସ୍ତ ରୀତିନୀତି ଗୋଆରେ ହେବ । ବିବାହ ସାଜସଜ୍ଜା ଠାରୁ ଆରମ୍ଭ କରି ଥିମ୍ ପର୍ଯ୍ୟନ୍ତ ସବୁଥିରେ ଦମ୍ପତିଙ୍କ ସମ୍ପର୍କ ବିଷୟରେ ବର୍ଣ୍ଣନା କରାଯିବ ।
ରକୁଲ ବଲିଉଡ ବ୍ୟତୀତ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି । ତେଣୁ ତାଙ୍କ ବିବାହରେ ସାଉଥର ପ୍ରସିଦ୍ଧ ତାରକାମାନେ ସାମିଲ ହୋଇପାରନ୍ତି । ଦମ୍ପତିଙ୍କ ବିବାହରେ ଅନେକ ଲୋକପ୍ରିୟ ସେଲିବ୍ରିଟି ଯୋଗ ଦେବେ ବୋଲି ଆଶା କରାଯାଉଛି । ଏହି କାରଣରୁ ସେମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ନୋ ଫୋନ ପଲିସି କରିବାକୁ ଯୋଜନା କରିଛନ୍ତି । ଖବର ମିଳିଛି ବିବାହ ଉତ୍ସବ ଦୁଇ ଦିନ ପାଳନ ହେବ ।
ଏହା ମଧ୍ୟ ପଢନ୍ତୁ- ବିବାହ କରିବେ ରକୁଲ ! ଏହି ଦିନ ବୟଫ୍ରେଣ୍ଡ ଜ୍ୟାକିଙ୍କ ଧରିବେ ହାତ
ଅକ୍ଟୋବର ୨୦୨୧ରେ ଏହି କପଲ ନିଜର ରିଲେସନସିପକୁ ଅଫିସିଆଲ କରିଥିଲେ । ଏଥିପାଇଁ ସେମାନେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ । ଅଭିନେତ୍ରୀଙ୍କ ଜନ୍ମଦିନରେ ଜ୍ୟାକି ତାଙ୍କ ଲେଡି ଲଭଙ୍କ ହାତ ଧରିଥିବାର ଏକ ରୋମାଣ୍ଟିକ ଫଟୋ ସେୟାର କରିଥିଲେ । ଆଉ କ୍ୟାପସନରେ ଲେଖିଥିଲେ, 'ତୁମ ସହିତ, ଦିନ ଦିନ ଭଳି ଲାଗୁନି... ତୁମ ବିନା ସବୁଠୁ ଟେଷ୍ଟି ଖାଦ୍ୟ ଖାଇବାର କୌଣସି ମଜା ନାହିଁ ।' ଉଭୟଙ୍କୁ ଅନେକ ଥର ପବ୍ଲିକ ପ୍ଲେସରେ ଏକାଠି ଦେଖିବାକୁ ମିଳିଛି ।