ETV Bharat / entertainment

ଭଉଣୀଙ୍କ ସହ ମିଶି ଲକ୍ଷ୍ନୌରେ ସପିଂ କଲେ ଅକ୍ଷୟ କୁମାର, ଭିଡିଓ ଭାଇରାଲ

author img

By

Published : Aug 9, 2022, 10:48 PM IST

ରାକ୍ଷୀ ପୂର୍ଣ୍ଣିମା ପାଇଁ ଅକ୍ଷୟ କୁମାର ତାଙ୍କ ଭଉଣୀମାନଙ୍କୁ ନେଇ ଲକ୍ଷ୍ନୌ ଆସିଛନ୍ତି । ଯେଉଁଠାରେ ସେ ନିଜ ପାଇଁ ଏବଂ ସେମାନଙ୍କ ପାଇଁ ସପିଂ କରିଛନ୍ତି। ଅଧିକ ପଢନ୍ତୁ

Etv Bharatଭଉଣୀଙ୍କ ସହ ମିଶି ଲକ୍ଷ୍ନୌରେ ସପିଂ କଲେ ଅକ୍ଷୟ କୁମାର, ଭିଡିଓ ଭାଇରାଲ

ହାଇଦ୍ରାବାଦ: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର 'ରକ୍ଷା ବନ୍ଧନ' ଅଗଷ୍ଟ 11 ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଅବସରରେ ଅକ୍ଷୟ କୁମାର ଅନ୍‌ସ୍କ୍ରିନ୍ ଭଉଣୀମାନଙ୍କୁ ନେଇ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ଏଠାରେ ଅକ୍ଷୟ କୁମାର ସବୁ ଭଉଣୀଙ୍କୁ ନେଇ ରାକ୍ଷୀ ପୂର୍ଣ୍ଣିମା ପାଇଁ ସପିଂ କରିଛନ୍ତି ଏବଂ ନିଜ ପାଇଁ ମଧ୍ୟ ଲକ୍ଷ୍ନୌ କୁର୍ତ୍ତା କିଣିଛନ୍ତି । ଯେଉଁଥିରୁ ଅକ୍ଷୟ କୁମାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ସୂଚନାଯୋଗ୍ୟ ଯେ, ଅକ୍ଷୟ କୁମାର ଫିଲ୍ମର ନିର୍ଦ୍ଦେଶକ ଆନନ୍ଦ ଏଲ୍ ରୟ ଏବଂ ତାଙ୍କ ଅନ୍‌ସ୍କ୍ରିନ୍ ଭଉଣୀଙ୍କ ସହ ଲକ୍ଷ୍ମୌରେ ଫିଲ୍ମ 'ରକ୍ଷା ବନ୍ଧନ'ର ପ୍ରମୋସନ୍ ପାଇଁ ପହଞ୍ଚିଛନ୍ତି।

ଅକ୍ଷୟ କୁମାର ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି, 'ନେଇଆସିଲି ମୋ ଭଉଣୀମାନଙ୍କୁ ନବାବ ସହର ଲକ୍ଷ୍ନୌରେ ସପିଂ ପାଇଁ, ନିଜେ ପାଇଁ ମଧ୍ୟ ଟିକେ ସପିଂ କରିଲି'। ଅକ୍ଷୟ କୁମାରଙ୍କ ପ୍ରଶଂସକମାନେ ଏହି ପୋଷ୍ଟକୁ ବହୁତ ପସନ୍ଦ କରୁଛନ୍ତି । ଅକ୍ଷୟ କୁମାରଙ୍କ ଏହି ପୋଷ୍ଟକୁ ଏପର୍ଯ୍ୟନ୍ତ 8 ଲକ୍ଷରୁ ଅଧିକ ପ୍ରଶଂସକ ପସନ୍ଦ କରିଛନ୍ତି ଏବଂ ଅନେକ ପ୍ରଶଂସକ ହୃଦୟ ଇମୋଜି ସେୟାର କରିଛନ୍ତି।

ଆନନ୍ଦ ଏଲ୍ ରୟଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ରକ୍ଷା ବନ୍ଧନ ଅଗଷ୍ଟ 11 ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଚାରି ଭଉଣୀଙ୍କ ଭାଇ ଭୂମିକାରେ ଅଭିନୟ କରୁଛନ୍ତି, ଯିଏ ଏକୁଟିଆ ସମସ୍ତଙ୍କର ଯତ୍ନ ନିଅନ୍ତି। ଅକ୍ଷୟ କୁମାରଙ୍କ କାନ୍ଧରେ ଏହି ଚାରି ଭଉଣୀଙ୍କ ଶିକ୍ଷା, ବିବାହ ଏବଂ ଦାୟିତ୍ୱ ସବୁକିଛି ଅଛି, ଯାହା ଫିଲ୍ମରେ ଦେଖିବାକୁ ମିଳିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.