ETV Bharat / entertainment

Rakhi Sawant: ବାନ୍ଧବୀ ରାଜଶ୍ରୀ ମୋରେଙ୍କ ନାଁରେ ମାନହାନି ଅଭିଯୋଗ ଆଣିଲେ ରାକ୍ଷୀ

author img

By ETV Bharat Odisha Team

Published : Sep 3, 2023, 3:37 PM IST

ରାକ୍ଷୀ ସାଓନ୍ତ ସର୍ବଦା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଲାଇମ୍‌ଲାଇଟ୍‌ରେ ରହି ଆସୁଛନ୍ତି । ନିକଟରେ ସେ ନିଜ ପୂର୍ବତନ ସ୍ବାମୀ ଆଦିଲ ଖାନଙ୍କଠାରୁ ଅଲଗା ହୋଇ ଚର୍ଚ୍ଚାରେ ରହିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ରାକ୍ଷୀ ନିଜ ସାଙ୍ଗ ରାଜଶ୍ରୀଙ୍କ ନାଁ ମାନହାନି ଅଭିଯୋଗ ଆଣିଛନ୍ତି । ଅଧିକ ପଢ଼ନ୍ତୁ

ବେଷ୍ଟଫ୍ରେଣ୍ଡ ରାଜଶ୍ରୀ ମୋରେଙ୍କ ନାଁରେ ମାନହାନି ଅଭିଯୋଗ ଆଣିଲେ ରାକ୍ଷୀ

ହାଇଦ୍ରାବାଦ: ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ବିବାଦରେ ରହୁଥିବା ବଲିଉଡ ଅଭିନେତ୍ରୀ ତଥା ମଡେଲ ରାକ୍ଷୀ ସାୱନ୍ତ ପୁଣି ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ରାକ୍ଷୀ ନିଜ ସାଙ୍ଗ ରାଜଶ୍ରୀ ମୋରେଙ୍କ ନାଁରେ ମାନହାନି ଅଭିଯୋଗ ଆଣିଛନ୍ତି । ସେପ୍ଟେମ୍ବର 2ରେ ରାକ୍ଷୀ ଏକ ଅଦାଲତରେ ତାଙ୍କ ସାଙ୍ଗ ରାଜଶ୍ରୀଙ୍କ ନାଁରେ ଅଭିଯୋଗ ଦାଖଲ କରିଛନ୍ତି । ରାଜଶ୍ରୀ ତାଙ୍କ ଚରିତ୍ରକୁ ନେଇ ଅଶ୍ଲୀଳ ଭାଷା କହିବା ଅଭିଯୋଗ କରି ଅନ୍ଧେରୀ କୋର୍ଟରେ ମାମଲା ରୁଜୁ କରିଛନ୍ତି ରାକ୍ଷୀ ।

ଅଭିନେତ୍ରୀ ତଥା ମଡେଲ ରାକ୍ଷୀ ସାୱନ୍ତ ଶନିବାର ଦିନ ତାଙ୍କ ବନ୍ଧୁଙ୍କ ବିରୋଧରେ 'କୁକୁର ସହ ତୁଳନା କରିବା' ଏବଂ ତାଙ୍କ ଚରିତ୍ର ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଅନ୍ଧେରୀ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛନ୍ତି । ଅନ୍ଧେରୀ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗରେ ରାକ୍ଷୀ ତାଙ୍କ ବନ୍ଧୁ ରାଜଶ୍ରୀ ମୋରେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ରାକ୍ଷୀ ତାଙ୍କ ବନ୍ଧୁ ରାଜଶ୍ରୀ ମୋରେଙ୍କ ବିରୋଧରେ ଧାରା 500 (ମାନହାନି), 504 (ଉଦ୍ଦେଶ୍ୟମୂଳକ ଅପମାନ ଏବଂ ଉତ୍ତେଜନା) ଏବଂ ଭାରତୀୟ ଦଣ୍ଡବିଧି ସଂହିତା 506 (ଅପରାଧିକ ଧମକ) ଅନୁଯାୟୀ ମାମଲା ରୁଜୁ କରିଛନ୍ତି ।

ସୂଚନା ଥାଉ କି, ନେଲ୍‌ ଆର୍ଟ ଷ୍ଟୁଡିଓ ଚଳାଉଥିବା ରାଜଶ୍ରୀ ରାକ୍ଷୀଙ୍କ ସହ ଝଗଡ଼ା କରିଥିଲେ । ଏହାପରେ ରାଜଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ରାକ୍ଷୀଙ୍କ ଉପରେ ମନ୍ତବ୍ୟ ଦେଇଥିଲେ । ଏପରିକି ରାକ୍ଷୀଙ୍କ ନାଁରେ ସେ ଏକ ମାମଲା ମଧ୍ୟ ରୁଜୁ କରିଥିଲେ । ପରେ ରାକ୍ଷୀ ମଧ୍ୟ ମିଡିଆ ସାମ୍ନାରେ ପ୍ରତିକ୍ରିୟା ଦେଇଥିଲେ । ବର୍ତ୍ତମାନ ରାକ୍ଷୀ ତାଙ୍କ ଉପରେ ମାନହାନି ଅଭିଯୋଗ ଆଣିଛନ୍ତି । ଆଡଭୋକେଟ୍‌ ଅଲି କାଶୀଫ ଖାନଙ୍କ ମାଧ୍ୟମରେ ଦାଖଲ ହୋଇଥିବା ରାକ୍ଷୀଙ୍କ ଅଭିଯୋଗରେ କୁହାଯାଇଛି ଯେ, ଘଟଣାର ଭିଡିଓ ଅନ୍‌ଲାଇନ୍‌ରେ ଉପଲବ୍ଧ ଅଛି । ଏହି ମାମଲାର ଶୁଣାଣି ନଭେମ୍ବର 6ରେ ହେବ ।

ଏହା ମଧ୍ୟ ପଢନ୍ତୁ: ମଦିନାରେ ରାକ୍ଷୀ ସାୱନ୍ତଙ୍କୁ ଭବ୍ୟ ସ୍ବାଗତ, ଭିଡିଓ ସେୟାର କରି ଭାବୁକ ହେଲେ ଅଭିନେତ୍ରୀ

ପ୍ରକାଶ ଥାଉ କି, ଏହା ପୂର୍ବରୁ ରାକ୍ଷୀ ନିଜ ପୂର୍ବତନ ସ୍ବାମୀ ଆଦିଲ ଖାନଙ୍କ ନାଁରେ ଅଭିଯୋଗ କରିଥିଲେ । ଆଦିଲଙ୍କ ନାଁରେ ଅନୈତିକ ସମ୍ପର୍କ ରଖିଥିବା ଏବଂ ଘରୋଇ ହିଂସା ଭଳି ଅଭିଯୋଗ ଆଣିଥିଲେ । ଅଭିନେତ୍ରୀଙ୍କ ଅଭିଯୋଗ ଉପରେ ମୁମ୍ବାଇ ପୋଲିସ କାର୍ଯାନୁଷ୍ଠାନ ଗ୍ରହଣ କରି ଆଦିଲଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ଜେଲ୍‌ରୁ ମୁକୁଳିଛନ୍ତି ଆଦିଲ । ଆଦିଲ ଏକ ପ୍ରେସମିଟ୍‌ କରି ରାକ୍ଷୀଙ୍କ ବିଷୟରେ ଅନେକ ଖୁଲାସା କରିଥିଲେ । ଏପରିକି ରାକ୍ଷୀଙ୍କ ପୂର୍ବତନ ସ୍ବମୀ ଆଦିଲ, ତାଙ୍କ ସାଙ୍କ ଶରଲିନ ଚୋପ୍ରା ଏବଂ ରାଜଶ୍ରୀ ଏକାସାଙ୍ଗେ ବି ପ୍ରେସମିଟ କରି ରାକ୍ଷୀଙ୍କ ବିଷୟରେ ଅନେକ ମନ୍ତବ୍ୟ ଦେଇଥିଲେ। ପରେ ରାକ୍ଷୀ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ। ଏହା ପରେ ରାକ୍ଷୀ ଉମ୍ରାହ ପାଇଁ ସାଉଦୀ ଆରବ ସ୍ଥିତ ମଦିନା ଯାଇଥିଲେ । ସେଠାରୁ ସେ ବର୍ତ୍ତମାନ ମୁମ୍ବାଇ ଫେରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.