ମୁମ୍ବାଇ: ପୁଣି ଭେଣ୍ଟିଲେଟରରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ (Raju Srivastava Health Update)। ଜ୍ୱର ଅଧିକ ହେବା ଫଳରେ ଡାକ୍ତରମାନେ ତାଙ୍କୁ ଭେଣ୍ଟିଲେଟରରୁ ନ କାଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଯଦିଓ ରାଜୁ ଶ୍ରୀବାସ୍ତବଙ୍କ ହାର୍ଟ ବିଟ୍, ବିପି ଓ ଅକ୍ସିଜେନ୍ ଲେବଲ ଏବେ ନର୍ମାଲ ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାର 24 ଦିନ ବିତିଗଲାଣି । କିନ୍ତୁ ତଥାପି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉତ୍ଥାନ ପତ୍ତନ ଲାଗି ରହିଛି ।
ସୂଚନାନୁସାରେ, ରାଜୁ ଶ୍ରୀବାସ୍ତବ (Raju Srivastava)ଙ୍କୁ 100 ଡିଗ୍ରୀ ଜ୍ୱର ଅଛି, ତେଣୁ ଡାକ୍ତରମାନେ ତାଙ୍କୁ ପୁନର୍ବାର ଭେଣ୍ଟିଲେଟରରେ ରଖିଛନ୍ତି । ଗୁରୁବାର ସକାଳ ୮ଟା ୧୦ମିନିଟ୍ ବେଳେ ରାଜୁଙ୍କ ଚେତା ଫେରିଥିବା ତାଙ୍କ ଲୋକସଂପର୍କ ଅଧିକାରୀ ଅଜିତ ସକ୍ସେନା କହିଥିଲେ । ରାଜୁଙ୍କ ଚେତା ଫେରିବା ସମ୍ପର୍କରେ ତାଙ୍କ ବନ୍ଧୁ ସୁନୀଲ ପାଲ, ଶେଖର ସୁମନ, ସମ୍ଭାବନା ସେଠ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ଚେତା ଫେରିବା ସହ ତାଙ୍କ ହାତ ଏବଂ ପାଦରେ ଗତି ମଧ୍ୟ ସାମାନ୍ୟ ବୃଦ୍ଧି ପାଇଥିଲା । ହେଲେ ଏବେ ପୁଣି ଥରେ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଛି । ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ଲଗାତାର ନଜର ରଖିଛନ୍ତି।
ଏହା ବି ପଢନ୍ତୁ: Raju Srivastav Health Update, ୧୫ ଦିନ ପରେ ରାଜୁ ଶ୍ରୀବାସ୍ତବଙ୍କ ଫେରିଲା ଚେତା
ସୂଚନାଯୋଗ୍ୟ ଯେ, ଅଗଷ୍ଟ 10ରେ ରାଜୁ ଶ୍ରୀବାସ୍ତବ (Raju Srivastava) ଜିମରେ ବ୍ୟାୟାମ କରୁଥିବା ବେଳେ ହୃଦ୍ଘାତର ଶିକାର ହୋଇଥିଲେ । ଏହା ପରେ ସଙ୍ଗେ ସଙ୍ଗେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେ ଗତ କିଛି ଦିନ ହେବ କୋମାରେ ଅଛନ୍ତି ଏବଂ ତାଙ୍କ ଚିକିତ୍ସାରେ ନ୍ୟୁରୋଫିସିଓଥେରାପି ଚିକିତ୍ସାର ସହାୟତା ନିଆଯାଉଛି । ପ୍ରଶଂସକମାନେ ତାଙ୍କ ମଙ୍ଗଳ ପାଇଁ ନିରନ୍ତର ପ୍ରାର୍ଥନା କରୁଛନ୍ତି । ଏଠାରେ ରାଜୁ ଶ୍ରୀବାସ୍ତବଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କ ପାଇଁ ଘରେ ଏକ ସ୍ୱତନ୍ତ୍ର ପୂଜାର ଆୟୋଜନ କରିଥିଲେ।