ମୁମ୍ବାଇ: କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ପ୍ରଶଂସକ ଏବଂ ପରିବାର ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ରାଜୁ ଶ୍ରୀବାସ୍ତବ ୧୦ ଦିନ ହେଲା ଏମ୍ସରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଏଯାଏଁ ତାଙ୍କର ଚେତା ଫେରିନାହିଁ । ଏହାରି ଭିତରେ ରାଜୁ ଶ୍ରୀବାସ୍ତବଙ୍କ ଏକ ପୁରୁଣା ଭିଡିଓ ଭାଇରାଲ (Raju Srivastav Video) ହେବାରେ ଲାଗିଛି, ଯେଉଁଥିରେ ହାସ୍ୟ ଅଭିନେତା ଯମରାଜ ଏବଂ ମୃତ୍ୟୁ ବିଷୟରେ କହୁଛନ୍ତି । ଏହି ଭିଡିଓ ଦେଖିବା ପରେ ଏବେ ତାଙ୍କ ଫ୍ୟାନ୍ସମାନେ ଭାବପ୍ରବଣ ହୋଇଯାଇଛନ୍ତି ।
- " class="align-text-top noRightClick twitterSection" data="
">
ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଲଗାତାର ସ୍ୱାସ୍ଥ୍ୟ ଅପଡେଟ ଆସୁଥିବା ବେଳେ ଏହାରି ମଧ୍ୟରେ ତାଙ୍କର ପ୍ରାୟ ୨୭ ଦିନ ତଳର ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ମୃତ୍ୟୁ ବିଷୟରେ କହୁଛନ୍ତି । ଏଠାରେ ଆପଣଙ୍କୁ କହି ରଖୁଛୁ, ଏହା ଏକ କମେଡି ଭିଡିଓ, ଯେଉଁଥିରେ ରାଜୁ ତାଙ୍କର ଲୋକପ୍ରିୟ ଭୂମିକା 'ଗଜୋଧର ଭାୟା' (Raju Srivastav Gajodhar Bhaiya) ସ୍ୱରରେ କଥା ହେଉଛନ୍ତି । ଏହି ଭିଡିଓରେ ରାଜୁ 'ଗଜୋଧର ଭାୟା' ଅନ୍ଦାଜରେ କହୁଛନ୍ତି ଯେ, 'ନମସ୍କାର, କିଛି ନାହିଁ କେବଳ ବସିଛି । ଜୀବନରେ ଏମିତି କାମ କର, ଯଦି ଯମରାଜ ବି ଆସିବେ ଆପଣଙ୍କୁ ନେବା ପାଇଁ ତାହେଲେ ସେ ବି କହିବେ ଭାଇସାହାବ ମଇଁଷି ଉପରେ ବସନ୍ତୁ । ନା ନା, ଆପଣ ପାଦରେ ଚାଲୁଛନ୍ତି..., ଚାଲିବା ଆପଣଙ୍କୁ ଶୋଭା ପାଉ ନାହିଁ । ଆପଣ ଉତ୍ତମ ଚରିତ୍ରର ବ୍ୟକ୍ତି । ମୁଁ ପାଦରେ ଚାଲିବି, ତୁମେ ମଇଁଷି ପିଠିରେ ଯାଅ ।' ଏବେ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସୂଚନାଯୋଗ୍ୟ ଯେ, ରାଜୁ ଶ୍ରୀବାସ୍ତବ ଅଗଷ୍ଟ 10 ତାରିଖ ଦିନ ଜିମରେ କାମ କରୁଥିବା ସମୟରେ ହୃଦଘାତ ହୋଇଥିଲା। ଏହା ପରେ ତାଙ୍କୁ AIIMS ରେ ଭର୍ତ୍ତି କରାଯାଇଥିଲା ଏବଂ ସେହି ଦିନ ସେ ଆଞ୍ଜିଓପ୍ଲାଷ୍ଟି କରିଥିଲେ । କିନ୍ତୁ ତାଙ୍କର ଏପର୍ଯ୍ୟନ୍ତ ଚେତନା ଫେରିନାହିଁ । ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ସେ ଭେଣ୍ଟିଲେଟରରେ ଅଛନ୍ତି ।
ଏସବୁ ମଧ୍ୟରେ ତାଙ୍କ ପରିବାର ଏବଂ ପ୍ରିୟଜନମାନେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ଅମିତାଭ ବଚ୍ଚନ, ଏହସାନ କୁରେଶି, ରାଜପାଲ ଯାଦବଙ୍କ ସହ ମନୋରଞ୍ଜନ ଜଗତ ସହିତ ଜଡିତ ତାରକାମାନେ ମଧ୍ୟ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି।