ETV Bharat / entertainment

ରାଜା ଭୈୟାଙ୍କ କାନ୍ଧରେ ରଜନୀକାନ୍ତଙ୍କ ହାତ, ବାହୁବଲୀ ବିଧାୟକଙ୍କୁ ଭେଟିଲେ ସୁପରଷ୍ଟାର - ଉତ୍ତରପ୍ରଦେଶରେ ସୁପରଷ୍ଟାର ରଜନୀକାନ୍ତ

ରଜନୀକାନ୍ତ ଆଜିକାଲି ଉତ୍ତରପ୍ରଦେଶରେ ଅଛନ୍ତି । ନିକଟରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ଭେଟିଥିଲେ । ବର୍ତ୍ତମାନ ରଜନୀକାନ୍ତ ଉତ୍ତରପ୍ରଦେଶ ବିଧାୟକ ରାଜା ଭୈୟାଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ

ବାହୁବଲୀ ବିଧାୟକଙ୍କୁ ଭେଟିଲେ ସୁପରଷ୍ଟାର
ବାହୁବଲୀ ବିଧାୟକଙ୍କୁ ଭେଟିଲେ ସୁପରଷ୍ଟାର
author img

By

Published : Aug 22, 2023, 8:04 AM IST

ହାଇଦ୍ରାବାଦ: ସୁପରଷ୍ଟାର ରଜନୀକାନ୍ତ ବର୍ତ୍ତମାନ ଉତ୍ତରପ୍ରଦେଶରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଭେଟିବା ପରେ ରଜନୀକାନ୍ତ ସୋମବାର ବିଧାୟକ ରାଜା ଭୈୟାଙ୍କୁ ଭେଟିଛନ୍ତି । ବିଧାୟକ ରାଜା ଭୈୟା ରଜନୀକାନ୍ତଙ୍କ ସହ ତାଙ୍କର ସାକ୍ଷାତର କିଛି ଫଟୋ Xରେ ସେୟାର କରିଛନ୍ତି ।

  • Its was a real honor and our privilege to host the Superstar of Indian Cinema @rajinikanth , who apart from being among the most versatile actor, is also a very noble and pious soul.

    Looking forward to watch his latest movie #Jailer pic.twitter.com/s3OfrjuPfm

    — Raja Bhaiya (@Raghuraj_Bhadri) August 21, 2023 " class="align-text-top noRightClick twitterSection" data=" ">

ରଜନୀକାନ୍ତଙ୍କୁ ଭେଟିବା ବିଷୟରେ କଥାବାର୍ତ୍ତା କରି ରାଜା ଭୈୟା ଟ୍ୱିଟରରେ ତାଙ୍କ ସହ ନିଆଯାଇଥିବା ଏକ ଫଟୋ ସେୟାର କରି ଲେଖିଛନ୍ତି, “ରାମାୟଣରେ ଥାଲାଇଭା” ରଜନୀକାନ୍ତଙ୍କୁ ସ୍ୱାଗତ କରିବାର ସୌଭାଗ୍ୟ ମିଳିଲା । ସେ ହେଉଛନ୍ତି ଦେଶର ସବୁଠାରୁ ବଡ଼ ସୁପରଷ୍ଟାର, କେବଳ ଚଳଚ୍ଚିତ୍ର ଜଗତରେ ନୁହେଁ, ଆଧ୍ୟାତ୍ମିକତା ଏବଂ ଭକ୍ତି କ୍ଷେତ୍ରରେ ମଧ୍ୟ ସେ ଉନ୍ନତ ପର୍ଯ୍ୟାୟରେ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: Bo Collection: ଖୁବଶୀଘ୍ର 400କୋଟି କ୍ଲବରେ ସାମିଲ ହେବ ଗଦର-2, 11 ଦିନରେ କମିଲା ଓଏମଜି 2ର ଆୟ

ରାଜା ଭୈୟା ଦେଖିବେ ଜେଲର

ରାଜା ଭୈୟା ତାଙ୍କର ଦ୍ୱିତୀୟ ଟ୍ୱିଟର ପୋଷ୍ଟରେ ରଜନୀକାନ୍ତଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ରଜନୀକାନ୍ତ ଏବଂ ରାଜା ଭୈୟା କ୍ୟାମେରା ପାଇଁ ଏକାଠି ପୋଜ୍ ଦେଇଥିବା ନଜର ଆସିଛନ୍ତି । ରଜନୀକାନ୍ତ ରାଜା ଭୈୟାଙ୍କ କାନ୍ଧରେ ହାତ ରଖିଛନ୍ତି ଏବଂ ତାଙ୍କ ମୁହଁରେ ସାମାନ୍ୟ ହସ ଦେଖାଯାଉଛି । ରାଜା ଭୈୟା ତାଙ୍କ ପୋଷ୍ଟରେ କହିଛନ୍ତି ଯେ ସେ ରଜନୀକାନ୍ତଙ୍କ ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ଜେଲର ଦେଖିବେ ।

ଏହା ମଧ୍ୟ ପଢନ୍ତୁ: Chandrayaan-3; ଲ୍ୟାଣ୍ଡିଂକୁ ଅପେକ୍ଷା କରିଛନ୍ତି କରୀନା, କହିଲେ- ପୁଅଙ୍କ ସହ ଦେଖିବେ ଲାଇଭ୍

ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ଅଖିଲେଶଙ୍କୁ ମଧ୍ୟ ଭେଟିଥିଲେ

ରଜନୀକାନ୍ତ ଜେଲର ମୁକ୍ତିଲାଭ କରିବା ପରଠାରୁ ବିଭିନ୍ନ ସହର ଗସ୍ତରେ ଯାଉଛନ୍ତି । ପ୍ରଥମେ ସେ ଝାଡଖଣ୍ଡର ରାଜ୍ୟପାଳ ରାଧାକୃଷ୍ଣନଙ୍କୁ ଭେଟିଥିଲେ। ଏହା ପରେ ୟୁପିରେ ପହଞ୍ଚି ଶନିବାର ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ । ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପାଦ ଛୁଇଁଥିଲେ । ପରଦିନ ଅର୍ଥାତ୍ ରବିବାର ଦିନ ସେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ସପା ମୁଖ୍ୟ ଅଖିଳେଶ ଯାଦବଙ୍କୁ ମଧ୍ୟ ଭେଟିଥିଲେ ।

ଏହା ମଧ୍ୟ ପଢନ୍ତୁ: ଜେଲରୁ ମୁକୁଳିଲେ ରାକ୍ଷୀଙ୍କ ପୂର୍ବତନ ସ୍ୱାମୀ ଆଦିଲ, କହିଲେ ସବୁକିଛି ଖୁଲାସା କରିବି

ରଜନୀକାନ୍ତଙ୍କ ଫିଲ୍ମ ଜେଲର ଅଗଷ୍ଟ 10ରେ ମୁକ୍ତିଲାଭ କରିଛି ଏବଂ ଘରୋଇ ବକ୍ସ ଅଫିସରେ ତଥା ସମଗ୍ର ବିଶ୍ୱରେ ଜେଲରର ଜଲଓ୍ବା ଦେଖିବାକୁ ମିଳୁଛି । ଏହି ଚଳଚ୍ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ବ ସ୍ତରରେ 500 କୋଟିରୁ ଅଧିକ ବ୍ୟବସାୟ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.