ETV Bharat / entertainment

Rajpal Yadav Birthday: ଦିନେ ଗୁଜୁରାଣ ମେଣ୍ଟାଇବାକୁ କରୁଥିଲେ ସିଲେଇ, ଆଜି ଜଣେ ସଫଳ ହାସ୍ୟ ଅଭିନେତା - ରାଜପାଲ ୟାଦବଙ୍କ ଜନ୍ମଦିନ

ଆଜି ବଲିଉଡ ଲୋକପ୍ରିୟ ହାସ୍ୟ ଅଭିନେତା ରାଜପାଲ ୟାଦବଙ୍କ 52ତମ ଜନ୍ମଦିନ । ଏହି ଅବସରରେ ଅଭିନେତାଙ୍କୁ ବର୍ଥ ଡେ ୱିସ କରିଛନ୍ତି ପତ୍ନୀ ରାଧା । ଅଧିକ ପଢନ୍ତୁ

ହାସ୍ୟ ଅଭିନେତା ରାଜପାଲ ୟାଦବଙ୍କୁ ବର୍ଥ ଡେ ୱିସ କଲେ ପତ୍ନୀ ରାଧା

author img

By

Published : Mar 16, 2023, 11:13 AM IST

ହାଇଦ୍ରାବାଦ: 52 ବର୍ଷ ବୟସରେ ପାଦ ଥାପିଲେ ବଲିଉଡ ଲୋକପ୍ରିୟ ହାସ୍ୟ ଅଭିନେତା ରାଜପାଲ ଯାଦବ । ପୋଷାକ ସିଲେଇ କରି ଟଙ୍କା ରୋଜଗାର କରୁଥିବା ରାଜପାଲ ଯାଦବ ଆଜି କମେଡି କିଙ୍ଗ ହୋଇପାରିଛନ୍ତି । ସେ ଦକ୍ଷ ଅଭିନୟ ପାଇଁ ସର୍ବଦା ଦର୍ଶକଙ୍କୁ ହସାଇ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ତାଙ୍କ ଜନ୍ମଦିନ ଅବସରରେ ପତ୍ନୀ ରାଧା ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଫ୍ୟାନ୍ସମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପତ୍ନୀ ରାଧା ନିଜ ଇନଷ୍ଟାଗ୍ରାମରେ ରାଜପାଲ ଯାଦବଙ୍କ ଏକ ଫଟୋ ସେୟାର କରି ସ୍ବାମୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ସେ ଏହି ଫଟୋ ସହ କ୍ୟାପସନରେ ଲେଖିଛନ୍ତି, ତୁମ ଜନ୍ମଦିନରେ ଦୁନିଆର ସମସ୍ତ ସୁଖ କାମନା କରୁଛି । ଏବଂ ତୁମେ ଯାହା କଳ୍ପନା, ତାଠାରୁ ଅଧିକ ସଫଳତା ହାସଲ କର ବୋଲି ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । ‘‘ହେପି ବର୍ଥ ଡେ ହବି’’ ।

ରାଜପାଲ ଯାଦବ 16 ମାର୍ଚ୍ଚ 1971ରେ ୟୁପିର ଶାହାଜାହାନପୁରର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ। ରାଜପାଲ ଯାଦବ ଗରିବ ସାଧାରଣ ପରିବାରରୁ ଆସିଥିବା ବେଳେ ନିଜ କଠିନ ପରିଶ୍ରମରେ ଆଜି ଘରେ ଘରେ ବେଶ ପରିଚିତ ହେଇପାରିଛନ୍ତି । 1999ରୁ ଦିଲ କ୍ୟା କରେ ଫିଲ୍ମରୁ ନିଜ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ ରାଜପାଲ । ପରେ ପରେ ପ୍ୟାର ତୁନେ କ୍ୟା କିୟା, ଜିନ୍ଦଗୀ କା ସଫର ଏବଂ ତୁମକୋ ଭୁଲ ନା ପାଏଙ୍ଗେ ଫିଲ୍ମରେ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ମନ ଜିତି ହାସ୍ୟ ଅଭିନେତା ଭାବେ ଏକ ସ୍ବତନ୍ତ୍ର ପରିଚୟ ପାଇଥିଲେ ।

ତା’ ପରେ ସେ ଆଉ କେବେ ପଛକୁ ଫେରି ନାହିଁ ନଥିଲେ। ଚୋର ମଚାଏ ସୋର, ମୁଝ ସେ ସାଦି କରୋଗି, ଫିର ହେରା ଫେରି, ଅପନା ସପନା ମନି ମନି, ଚୁପ କେ ଚୁପ କେ, ବୁଥ ନାଥ, ହଙ୍ଗାମା, ଢୋଲ ଏବଂ ଭୁଲ ଭୁଲେୟା, ଭୁଲ ଭୁଲେୟା-2, ଭଳି ଫିଲ୍ମରେ ନିଜ ଅଭିନୟରେ ଦର୍ଶଙ୍କୁ ବହୁତ ହସାଇ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଏପରିକି ଏହି ଫିଲ୍ମ ଯେତେଥର ଦେଖିଲେ ବି ତାଙ୍କ ଅଭିନୟ ଦେଖି ଲୋକେ ହସି ହସି ଗଡିଯାଉଥିବାର ନଜର ଆସିଥାନ୍ତି । ସେ ପ୍ରାୟ 150ରୁ ଅଧିକ ଫିଲ୍ମରେ ଅଭିନୟ କରି ସଫଳତା ହାସଲ କରିଛନ୍ତି ।

ତେବେ ଫିଲ୍ମ ପୂର୍ବରୁ ଟିଭି ସିରିଏଲରେ କାମ କରୁଥିଲେ ରାଜପାଲ । ରାଜପାଲ ୟାଦବଙ୍କ ପ୍ରଥମ ସିରିଏଲ 'ସ୍ବରାଜ' ଥିଲା । ଏହି ସିରିଏଲରେ ଲୋକମାନେ ତାଙ୍କର ଅଭିନୟ ଏବଂ କମେଡିକୁ ପସନ୍ଦ କରିଥିଲେ । ଏଥିସହ ରାଜପାଲ ଯାଦବ 'ନୟା ଦୌର', 'ମୋହନଦାସ' ଏବଂ 'ମୁଙ୍ଗେରିଲାଲ କେ ହସିନ୍ ସପ୍ନେ' ଭଳି ସିରିଏଲରେ ମଧ୍ୟ କାମ କରିଥିଲେ।

ସୂଚନା ଥାଉ କି, ରାଜପାଲ ୟାଦବ 2003ରେ ରାଧାଙ୍କୁ ବିବାହ କରିଥିଲେ । ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ରାଧାଙ୍କୁ ବିବାହ କରିଥିଲେ ରାଜପା ଲ। ତେବେ ରାଜପାଲ ଯାଦବ ଏବଂ ରାଧାଙ୍କ 2ଟି ଝିଅ ଅଛନ୍ତି । ବର୍ତ୍ତମାନ ପତ୍ନୀ ଏବଂ 2ଟି ଝିଅଙ୍କ ସହ ସେ ଖୁସିରେ ଜୀବନ ବିତାଉଛନ୍ତି ରାଜପାଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.