ହାଇଦ୍ରାବାଦ: ଅଭିନେତା ଆର୍ ମାଧବନ୍ ଏମିତି ଜଣେ କଳାକାର, ଯାହାର ପ୍ରଶଂସକ ସାଉଥ୍ ସହିତ ହିନ୍ଦୀରେ ମଧ୍ୟ ବହୁତ ଅଧିକା । ସେ ତିନୋଟି ଫିଲ୍ମ ଫେୟାର ପୁରସ୍କାର ସହ ଗୋଟିଏ ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଏହିସହିତ ତାଙ୍କୁ ଅନେକ ପୁରସ୍କାର ପାଇଁ ମଧ୍ୟ ମନୋନୀତ କରାଯାଇଥିଲା । ମାଧବନ୍ ସମୁଦାୟ ସାତୋଟି ଭାଷାର ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି । ଭାରତୀୟ ଅଭିନେତାମାନଙ୍କ ମଧ୍ୟରେ ଏମିତି କାମ କରିଥିବା କଳାକାର ବିରଳ । ଆଜି ଏହି ମହାନ କଳାକାରଙ୍କ ଜନ୍ମଦିନ । ମାଧବନ୍ ପ୍ରତିବର୍ଷ 1 ଜୁନରେ ତାଙ୍କ ଜନ୍ମଦିନ ପାଳନ କରନ୍ତି । ବଡ ପରଦା ବ୍ୟତୀତ ସେ ଟିଭି ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି ।
ଝାଡଖଣ୍ଡରେ ଜନ୍ମଗ୍ରହଣ କରିଥିବା ଆର୍ ମାଧବନ୍ ଆରମ୍ଭରୁ ଅଭିନୟ ଜଗତରେ ପ୍ରବେଶ କରିବାକୁ ଚାହୁଁଥିଲେ । ମୁମ୍ବାଇର କେସି କଲେଜରୁ ସ୍ନାତକୋତ୍ତର କରିବା ପରେ ସେ ଅଭିନୟ ପ୍ରତି ତାଙ୍କର ଧ୍ୟାନ ଦେବା ଆରମ୍ଭ କରିଥିଲେ । 'ରେହନା ହେ ତେରେ ଦିଲ୍ ମେ' ସହିତ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ମାଧବନ୍ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ଅଭୁଲା ଚଳଚ୍ଚିତ୍ର ଦେଇଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ସହ ଜଡିତ କିଛି କଥା ଆପଣଙ୍କୁ କହିବୁ..
ଏତେ ସମ୍ପତ୍ତିର ମାଲିକ
ହିନ୍ଦୀ ଚଳଚ୍ଚିତ୍ର 'ରେହନା ହେ ତେରେ ଦିଲ୍ ମେ' କାରଣରୁ 2001 ମସିହାରେ ଆର ମାଧବନ୍ ବହୁତ ଲୋକପ୍ରିୟ ହୋଇଥିଲେ । ଏହା ପରେ ସେ ଆଉ ପଛକୁ ବୁଲି ଚାହିଁନାହାନ୍ତି । ଦକ୍ଷିଣ ଏବଂ ହିନ୍ଦୀ ଚଳଚ୍ଚିତ୍ର ସହିତ ଅନେକ ୱେବ୍ ସିରିଜ୍ରେ ଅଭିନୟ କରିଥିବା ମାଧବନ୍ ପ୍ରାୟ 103 କୋଟି ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ତାଙ୍କର ଅଧିକାଂଶ ଆୟ ଚଳଚ୍ଚିତ୍ର ଏବଂ ବିଜ୍ଞାପନରୁ ଆସିଥାଏ । ସେ ଏକ ଚଳଚ୍ଚିତ୍ର ପାଇଁ ଛଅରୁ ସାତ କୋଟି ଟଙ୍କା ଆଦାୟ କରନ୍ତି ।
ଜାଣନ୍ତୁ ଘରର ଦାମ୍
ମାଧବନଙ୍କର ଅନେକ ଘର ଅଛି । ଏହି ବିଳାସପୂର୍ଣ୍ଣ ଘର ଗୁଡ଼ିକର ମୂଲ୍ୟ କୋଟି କୋଟି ଟଙ୍କା । ଖବର ଅନୁଯାୟୀ, ଚେନ୍ନାଇରେ ତାଙ୍କ ଘରର ମୂଲ୍ୟ ପ୍ରାୟ 18 କୋଟି ଅଟେ । ଏହା ବ୍ୟତୀତ ସେ ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟର ମଧ୍ୟ ମାଲିକ ଅଟନ୍ତି ।
ବିଳାସପୂର୍ଣ୍ଣ କାର ପ୍ରତି ସଉକ
ଅଭିନୟ ସହିତ ମାଧବନ୍ କାରଗୁଡିକୁ ମଧ୍ୟ ଭଲ ପାଆନ୍ତି । ତାଙ୍କର ଅନେକ ବିଳାସପୂର୍ଣ୍ଣ କାର ଅଛି । ତାଙ୍କର ବିଏମଡବ୍ଲୁ, ଅଡି, ରେଞ୍ଜ ରୋଭର କାର ଅଛି । କାର ବ୍ୟତୀତ ସେ ଜଣେ ବାଇକ୍ ପ୍ରେମୀ ମଧ୍ୟ । ତାଙ୍କ ପାଖରେ BMW K 1500 GTL ବାଇକ୍ ଅଛି ଯାହାର ମୂଲ୍ୟ 24 ଲକ୍ଷ । ଏହା ବ୍ୟତୀତ ଅଭିନେତା ତାଙ୍କ ବାଇକ୍ କଲେକ୍ସନରେ ଡୁକାଟି ଡିଆଭଲ୍ ଏବଂ ୟାମାହା ଭି-ମ୍ୟାକ୍ସ ମଧ୍ୟ ରଖିଛନ୍ତି ।