ETV Bharat / entertainment

ପ୍ୟାରିସରେ ମୋଦି ଓ ଇମାନୁଏଲଙ୍କ ସହ ଡିନର କଲେ ଆର ମାଧବନ-ରିକି କେଜ, ସେୟାର କଲେ ଫଟୋ

ପ୍ୟାରିସରେ 'ବସ୍ତାଇଲ ଡେ' ଉତ୍ସବରେ ବଲିଉଡ ଅଭିନେତା ଆର ମାଧବନ ଏବଂ ଲୋକପ୍ରିୟ ସଂଗୀତଜ୍ଞ ରିକି କେଜ ସାମିଲ ହୋଇଥିଲେ । ଅଭିନେତା ଏହି ସମୟରେ ମୋଦି ଏବଂ ଫ୍ରାନ୍ସର ରାଷ୍ଟ୍ରପତିଙ୍କ ସହ ଡିନର କରିଛନ୍ତି । ତେବେ ସେ ସେଠାକାର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ସହ ଏକ ଲମ୍ବା ନୋଟ୍ ମଧ୍ୟ ଲେଖିଛନ୍ତି । ଅଧିକ ପଢନ୍ତୁ

author img

By

Published : Jul 16, 2023, 12:17 PM IST

ମୋଦୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତିଙ୍କ ସହ ଡିନର କଲେ ଆର ମାଧବନ ଏବଂ ରିକି କେଜ, ଫଟୋ ସେୟାର କରି ଜଣାଇଲେ କୃତଜ୍ଞତା

ହାଇଦ୍ରାବାଦ: ଫ୍ରାନ୍ସର ଜାତୀୟ ଦିବସ 'ବସ୍ତାଇଲ ଡେ' ଅବସରରେ ସାମିଲ ହୋଇଥିଲେ ଲୋକପ୍ରିୟ ସଂଗୀତଜ୍ଞ ରିକି କେଜ ଏବଂ ସାଉଥ ଏବଂ ବଲିଉଡ ଅଭିନେତା ଆର ମାଧବନ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ସମୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏବଂ ତାଙ୍କ ପତ୍ନୀ ତଥା ଫ୍ରାନ୍ସର ପ୍ରଥମ ଲେଡି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଲୋଭ୍ରେ ସଂଗ୍ରହାଳୟରେ ସ୍ୱତନ୍ତ୍ର ରାତ୍ରିଭୋଜନର ଆୟୋଜନ କରିଥିଲେ । ଏହି ରାଷ୍ଟ୍ରପତି ଡିନର ପାଇଁ ଅନେକ ଭାରତୀୟ ସେଲିବ୍ରିଟିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ଏଥିରେ ଆର ମାଧବନ ଏବଂ ରିକି କେଜ ସାମିଲ ହୋଇଥିଲେ । ତେବେ ବର୍ତ୍ତମାନ ରିକି କେଜ୍ ଏବଂ ଆର ମାଧବନ ରାଷ୍ଟ୍ରପତିଙ୍କ ରାତ୍ରିଭୋଜନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଫ୍ରାନ୍ସର ରାଷ୍ଟ୍ରପତିଙ୍କ ସହ ଫଟୋ ସେୟାର କରି କୃତଜ୍ଞତା ଜଣାଇଛନ୍ତି ।

ଏଥିସହ ଏହି ରାତ୍ରିଭୋଜନରେ କଳାକାରମାନେ ପିଏମ ମୋଦିଙ୍କ ପାଇଁ ଏ ଆର୍ ରେହମାନଙ୍କ 'ସ୍ଲମଡୋଗ୍ ମିଲେନିୟର' (2008) ର ଲୋକପ୍ରିୟ ଦେଶପ୍ରେମୀ ଗୀତ 'ଜୟ ହୋ' ପରିବେଷଣ କରାଯାଇଥିଲା । ଏହି ସମୟରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଏବଂ ପିଏମ ମୋଦିଙ୍କୁ ଡିନର ଟେବୁଲରେ ଏକାଠି ବସିଥିବାର ଦେଖିବାକୁ ମିଳିଛି । ଏହି ଗୀତ ଶୁଣି ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏବଂ ପିଏମ୍ ମୋଦି ଇମୋସନାଲ ହୋଇଯାଇଥିଲେ । କୁହାଯାଉଛି ଯେ କଳାକାରମାନେ ପିଏମ ମୋଦିଙ୍କ ପାଇଁ ଦୁଇଥର ଏହି ଗୀତ ଗାଇଛନ୍ତି ।

ଆର ମାଧବନ ନିଜ ଇନଷ୍ଟାଗ୍ରାମରେ ଏହି ସମୟର ଅନେକ ଫଟୋ ସେୟାର କରିଛନ୍ତି । ସେୟାର ହୋଇଥିବା 2ଟି ଫଟୋରେ ମାଧବନଙ୍କୁ ସୁଟ କାଜୁଆଲ ଲୁକରେ ଦେଖିବାକୁ ମିଳିଛି । ଅନ୍ୟଟିରେ ସେ ମୋଦି ଏବଂ ଫ୍ରାନ୍ସର ରାଷ୍ଟ୍ରପତିଙ୍କ ସହ ନଜର ଆସିଛନ୍ତି । ଏହି ପୋଷ୍ଟ ସେୟାର କରି ସେ ଏକ ହୃଦୟସ୍ପର୍ଶୀ ନୋଟ ଲେଖି ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି । ଉଭୟଙ୍କୁ ରାତ୍ରିଭୋଜନ ପାଇଁ ଧନ୍ୟବାଦ ଦେଇଛନ୍ତି । ଏଥିସହ ଅଭିନେତା ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଏହି ଫଟୋ ଗୁଡ଼ିକୁ ସେୟାର କରି ଉଭୟ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ବିଷୟରେ ଲେଖିଛନ୍ତି । ଆର ମାଧବନଙ୍କ ପୋଷ୍ଟକୁ ଫ୍ୟାନ୍ସ ବେଶ ଲାଇକ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦେଶ ପାଇଁ ଗର୍ବ ଆଣିଲେ ମାଧବନଙ୍କ ଲାଡଲା

ସେହିପରି ରିକି କେଜ ଟ୍ୱିଟରରେ ଏହି ରାତ୍ରିଭୋଜନରୁ ନିଜର ଫଟୋ ସେୟାର କରିଛନ୍ତି । କ୍ୟାପସନରେ ଲେଖିଛନ୍ତି, 'ୱା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ, ଆପଣ ଆମକୁ ସର୍ବଦା ଭାରତୀୟ ବୋଲି ଗର୍ବିତ ଅନୁଭବ କରାଉଛନ୍ତି । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ଦ୍ୱାରା ଲୋଭ୍ରେ ସଂଗ୍ରହାଳୟରେ ଆୟୋଜିତ ରାତ୍ରିଭୋଜନ ପିଏମ ମୋଦିଙ୍କ ସହ ସାମିଲ ହେବା ସମ୍ମାନ ପାଇ ମୁଁ ଗର୍ବିତ ମନେ କରୁଛି । ଶେଷ ଥର ପାଇଁ ରାଣୀ ଏଲିଜାବେଥ ଦ୍ୱିତୀୟ 1957 ମସିହାରେ ଏହିପରି କରିଥିଲେ । ଦୁନିଆର ଦୁଇ ବଡ ନେତାଙ୍କ ସହ ବସିବାର ସୌଭାଗ୍ୟ ପାଇଲି । ବିଶ୍ୱ ପ୍ରକୃତରେ ଏକାଠି ହେବାକୁ ଚାହୁଁଛି । ଆଗକୁ ଭବିଷ୍ୟତ ଉଜ୍ଜ୍ୱଳ ଅଛି ।''

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.