ETV Bharat / entertainment

Satish Kaushik Death: ସତୀଶ କୌଶିକ ମୃତ୍ୟୁ ଘଟଣାରେ ନୂଆ ମୋଡ, ଫାର୍ମ ହାଉସରୁ ମିଳିଲା ନିଷିଦ୍ଧ ଔଷଧ - ସତୀଶ କୌଶିକ ମୃତ୍ୟୁ ଘଟଣା

ସତୀଶ କୌଶିକ ମୃତ୍ୟୁ ଘଟଣାରେ ନୂଆ ମୋଡ । ଆଜି କାପସହେଡା ଅଞ୍ଚଳରେ ଥିବା ଫାର୍ମ ହାଉସରୁ ନିଷିଦ୍ଧ ଔଷଧ ଜବତ କରିଲା ତଦନ୍ତକାରୀ ଟିମ । ଅଧିକ ପଢନ୍ତୁ

Satish Kaushik Death
Satish Kaushik Death
author img

By

Published : Mar 11, 2023, 12:41 PM IST

ନୂଆଦିଲ୍ଲୀ: ବଲିଉଡ୍ କଳାକାର ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତକୁ ୪ଦିନ ବିତିଯାଇଥିଲେ ସୁଦ୍ଧା ମୃତ୍ୟୁର କାରଣକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଫ୍ୟାନ୍ସ ତଥା ସାଥି କଳାକାର । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ କୁହାଯାଉଥିବା ବେଳେ ଏହାକୁ ନେଇ ତର୍କ ବିତର୍କ ଲାଗି ରହିଛି । ପୋଲିସ ମଧ୍ୟ ତଦନ୍ତ ଜାରି ରଖିଥିବା ବେଳେ ଆଜି ପୋଲିସ ହାତରେ ଏକ ଆଶ୍ଚର୍ଯ୍ୟଜନକ ଜିନିଷ ହାତରେ ଲାଗିଛି । ସତୀଶ କୌଶିକଙ୍କ ଫାର୍ମ ହାଉସରୁ ପୋଲିସ ନିଷିଦ୍ଧ ଔଷଧ ଜବତ କରିଛି ।

ପ୍ରକାଶଥାଉକି, କାପସହେଡା ଅଞ୍ଚଳରେ ଥିବା ଫାର୍ମ ହାଉସରେ ସତୀଶ କୌଶିକ ହୋଲି ପାର୍ଟି କରିଥିଲେ । ତେବେ ସେହିଦିନ ରାତିରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଆଜି ଫାର୍ମ ହାଉସରେ ଚଢାଉ କରିଥିଲା ଟିମ । ତେବେ ତଦନ୍ତ ସମୟରେ ପୋଲିସକୁ କିଛି ନିଷିଦ୍ଧ ଔଷଧ ମିଳିଥିବା ସୂଚନା ଦିଆଯାଇଛି ।

ହୋଲି ପାର୍ଟି ଦିନ ରାତିରେ ସେ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ରାତି ପ୍ରାୟ ୧୨ଟା ୧୦ ମିନିଟ ସମୟରେ ଗୁରୁଗ୍ରାମର ଫୋଟିଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲର ଫାଟକ ନିକଟରେ ହିଁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ପୋଲିସ ସତୀଶ କୌଶିକଙ୍କ ମୃତଦେହକୁ ଆଣି ହରୀନଗର ସ୍ଥିତ ଦୀନଦୟାଲ ହସ୍ପିଟାଲରେରେ ବ୍ୟବଚ୍ଛେଦ କରିଥିଲା ।

ଏହା ମଧ୍ୟ ପଢନ୍ତୁ: Actor Satish Kaushik Passes Away: ବରିଷ୍ଠ ବଲିଉଡ ଅଭିନେତା ସତୀଶ କୌଶିକଙ୍କ ଦେହାନ୍ତ

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, "ଯେଉଁ ଫାର୍ମ ହାଉସରେ ହୋଲି ପାର୍ଟି କରାଯାଇଥିଲା ତାହା ଏକ ଗୁଟଖା ମାଲିକର ଅଟେ । ସେ ଏକ ଦୁଷ୍କର୍ମ ମାମଲାରେ ମଧ୍ୟ ଜଡିତ ରହିଛି ।" ତେବେ ମିଳିଥିବା ଖବର ଅନୁସାରେ ସତୀଶ କୌଶିକଙ୍କ ମୃତ୍ୟୁ ପରେ ସେ ନିଖୋଜ ହୋଇଯାଇଥିବା ବେଳେ ଦେଶ ଛାଡି ଚାଲିଯାଇଥିବା ଜଣାପଡିଛି । କିନ୍ତୁ ଏନେଇ ଦିଲ୍ଲୀ ପୋଲିସ ଅଧିକାରୀଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ । କାପସଗେଡା ଥାନା କର୍ମଚାରୀମାନେ କହିଛନ୍ତି, "ଦିଲ୍ଲୀ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । କୌଣସି ସୂଚନା ହସ୍ତଗତ ହେଲେ ଅଧିକାରୀଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯିବ ।"

ଦିଲ୍ଲୀର ଡିନ୍ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ପୋଷ୍ଟମର୍ଟମ ପରେ କୌଶିକଙ୍କ ମୃତଦେହକୁ ବିମାନରେ ମୁମ୍ବାଇ ନିଆଯାଇଥିଲା । ପରେ ତାଙ୍କ ମର ଶରୀରକୁ ମୁମ୍ବାଇ ବିମାନବନ୍ଦରରୁ ସନ୍ଧ୍ୟା ପ୍ରାୟ 6.30 ସମୟରେ ଭର୍ସୋଭା ସ୍ଥିତ ବାସଭବନକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ନିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.