ହାଇଦ୍ରାବାଦ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ପୁଣିଥରେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ବଡ଼ ଧରଣର ଧମାକା ହେବାକୁ ଯାଉଛି । ବଲିଉଡର 'ଦେଶୀ ଗର୍ଲ' ଏବଂ ଗ୍ଲୋବାଲ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା ଏବଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ତଥା ଓସ୍କାର ବିଜେତା ଚଳଚ୍ଚିତ୍ର 'RRR' ତାରକା ଜୁନିଅର ଏନଟିଆରଙ୍କୁ ଏକାଠି ଦେଖିବାକୁ ମିଳିବ । ଉଭୟ ବର୍ତ୍ତମାନ ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । KGF ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଉଭୟଙ୍କୁ ନେଇ ଫିଲ୍ମ ନିର୍ମାଣ କରିବେ ବୋଲି କୁହାଯାଉଛି ।
ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଶଂସକମାନେ ତାଙ୍କ ପରବର୍ତ୍ତୀ ହିନ୍ଦୀ ଚଳଚ୍ଚିତ୍ରକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ । ନିକଟରେ ପ୍ରିୟଙ୍କାଙ୍କ ହଲିଉଡ ୱେବ୍ ସିରିଜ୍ 'ସିଟାଡେଲ୍' ଏବଂ 'ଲଭ ଏଗେନ' ରଲିଜ ହୋଇଛି । ଏଥିରେ ପ୍ରିୟଙ୍କାଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ । ବର୍ତ୍ତମାନ ଏହି ଅଭିନେତ୍ରୀ ଜଣାଶୁଣା ରେସ୍ଲର ଜନ୍ ସିନାଙ୍କ ସହ ହେଡସ୍ ଷ୍ଟେଟ୍ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ପ୍ରିୟଙ୍କାଙ୍କୁ ନେଇ ଆଉ ଏକ ନୂଆ ଚଳଚ୍ଚିତ୍ର ବିଷୟରେ ଶୁଣିବାକୁ ମିଳୁଛି, ସେ ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ସହିତ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିପାରେ ।
ପ୍ରିୟଙ୍କା ଚୋପ୍ରାଙ୍କ ପୂର୍ବରୁ ଜୁନିଅର ଏନଟିଆର ଜାହ୍ନବୀ କପୁରଙ୍କ NTR30ରେ ବି କାମ କରୁଛନ୍ତି । 'ଦେବରା'ରେ ବି ଜାହ୍ନବୀ କପୁରଙ୍କ ବିପକ୍ଷରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ତାଙ୍କ ସହ ବଲିଉଡ ଅଭିନେତା ସୈଫ ଅଲି ଖାନ ଜଲୱା ମଧ୍ୟ ଦେଖାଇବାକୁ ଯାଉଛନ୍ତି । ଜାହ୍ନବୀ ଏହି ଫିଲ୍ମ ସହ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରକୁ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି । ଏହି ଚଳଚ୍ଚିତ୍ର ବ୍ୟତୀତ ଜୁନିଅର NTR ହ୍ରିତିକ ରୋଶନଙ୍କ ସହ 'ୱାର-2'ରେ ମଧ୍ୟ ନଜର ଆସିବେ । ଏହି ସମୟରେ ପ୍ରିୟଙ୍କା ଏବଂ ଜୁନିଅର NTRଙ୍କୁ ନେଇ ଚର୍ଚ୍ଚା ହେଉଥିବା ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହିତ ଅଛନ୍ତି ।
ଗଣମାଧ୍ୟମର ପିପୋର୍ଟ ଅନୁଯାୟୀ, NTR ସହ ଫିଲ୍ମ ପାଇଁ ପ୍ରଥମେ ଦୀପିକା ପାଦୁକୋନ ଏବଂ ମୃଣାଲ ଠାକୁରଙ୍କ ନାମ ସର୍ବାଗ୍ରେ ରହିଥିଲା । ପରିଶେଷରେ ପ୍ରିୟଙ୍କା ଚୋପ୍ରାଙ୍କ ନାଁରେ ମୋହର ଲାଗିଥିବା ଜଣାପଡିଛି । KGF ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଉଭୟଙ୍କୁ ନେଇ ଫିଲ୍ମ ନିର୍ମାଣ କରିବେ ବୋଲି କୁହାଯାଉଛି । ହେଲେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲି ଘୋଷଣା କରାଯାଇନାହିଁ ।
ଫିଲ୍ମ KGF (ଉଭୟ ଭାଗ)ନିର୍ମାଣ କରିଥିବା ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ସାଲାର' ନିର୍ମାଣରେ ବ୍ୟସ୍ତ ଅଛନ୍ତି । ଏହି ଚଳଚ୍ଚିତ୍ରରେ ବାହୁବଲୀ ଷ୍ଟାର୍ ପ୍ରଭାସ ନଜର ଆସିବେ । ପ୍ରଶାନ୍ତ 2014ରେ ତାଙ୍କର ଫିଲ୍ମି କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ KGF ଫିଲ୍ମ ସହ ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିଲେ ।