ହାଇଦ୍ରାବାଦ: ଗ୍ଲୋବାଲ୍ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା କ୍ରମାଗତ ଭାବେ ଚର୍ଚ୍ଚାରେ ରହିଛନ୍ତି । କେତେବେଳେ ସେ ନିଜ ପୋଷାକ ପାଇଁ ତ କେତେବେଳେ ତାଙ୍କ ବିଦେଶୀ ପ୍ରୋଜେକ୍ଟ ସହିତ ଚର୍ଚ୍ଚାରେେ ରୁହନ୍ତି । ଆଜିକାଲି ସେ ବୁଲଗେରି କମ୍ପାନୀର ଜୁଏଲାରୀକୁ ପ୍ରମୋଟ କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ତାଙ୍କର ଏକ ସୁନ୍ଦର ଏବଂ ବୋଲ୍ଡ ଫଟୋ ସାମ୍ନାକୁ ଆସିଛି ।
- " class="align-text-top noRightClick twitterSection" data="
">
ପ୍ରିୟଙ୍କା ଚୋପ୍ରା ତାଙ୍କ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ପାଇଁ 22 ବର୍ଷ ପୁରୁଣା ବିକିନି ଫଟୋ ସେୟାର କରିଛନ୍ତି । ଅର୍ଥାତ ପ୍ରିୟଙ୍କା ଚୋପ୍ରାଙ୍କୁ ସେହି ସମୟରେ 18 ବର୍ଷ ବୟସ ହୋଇଥିଲା । ତାଙ୍କ ଫଟୋ ସେୟାର କରି ସେ ଲେଖିଛନ୍ତି, 'ସିର୍ସା ନଭେମ୍ବର 2000, ଉପସ୍ଥାପନ କରୁଛି ମୋର 18 ବର୍ଷ ପୁରୁଣା ସ୍ମୋଲ୍ଡର୍ ।'ଏହି ଫଟୋରେ ପ୍ରିୟଙ୍କା ଚୋପ୍ରାଙ୍କୁ ଚିହ୍ନିବା କଷ୍ଟକର । ଗତ 22 ବର୍ଷ ମଧ୍ୟରେ ପ୍ରିୟଙ୍କା ଚୋପ୍ରାଙ୍କ ରୂପ ବହୁତ ବଦଳି ଯାଇଛି । ବର୍ତ୍ତମାନ ପ୍ରଶଂସକଙ୍କ ସମେତ ଅନେକ ବଲିଉଡ ସେଲିବ୍ରିଟି ପ୍ରିୟଙ୍କା ଚୋପ୍ରାଙ୍କ ଏହି ଫଟୋକୁ ପସନ୍ଦ କରୁଛନ୍ତି ।
ପ୍ରିୟଙ୍କା ଚୋପ୍ରାଙ୍କ ଫଟୋରେ ରଣବୀର ସିଂ ଲେଖିଛନ୍ତି 'Bruhhh 😂' । ଜଣେ ପ୍ରଶଂସକଙ୍କ କମେଣ୍ଟରେ ଲେଖିଛନ୍ତି, ଆପଣଣଏଥିରେ ଅଭିନେତ୍ରୀ ଭାଗାଶ୍ରୀଙ୍କ ପରି ଦେଖାଯାଉଛନ୍ତି, କଣ ଆପଣଙ୍କୁ ଜଣାନାହିଁ । ଯେଉଁ ଫଟୋ ସାମ୍ନାକୁ ଆସିଛି, ସେଥିରେ ପ୍ରିୟଙ୍କା ଚୋପ୍ରା ବିକିନି ପିନ୍ଧିଛନ୍ତି ଏବଂ ତାଙ୍କ ହାତରେ କଳା ଚୁଡି ପିନ୍ଧିଛନ୍ତି । ପ୍ରିୟଙ୍କା ତାଙ୍କ କେଶକୁ ଖୋଲା ରଖିଛନ୍ତି ଏବଂ ତାଙ୍କ ମଥାରେ ବିନ୍ଦି ମଧ୍ୟ ଲଗାଇଛନ୍ତି। 18 ବର୍ଷିୟା ପ୍ରିୟଙ୍କା ଚୋପ୍ରା ଏହି ଫଟୋରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ସେ ବିଚ୍ରେ ଥିବା ଏକ ଗଛ ପାଖରେ ପୋଜ୍ ଦେଇଥିବା ନଜର ଆସିଛନ୍ତି । ସମୟ ସହିତ ପ୍ରିୟଙ୍କା ଚୋପ୍ରାଙ୍କ ଚେହେରା ଖୁବ୍ ବଦଳି ଯାଇଛି । 2000 ମସିହାରେ ପ୍ରିୟଙ୍କା ଫିଲ୍ମ 'ଦ ହିରୋ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ ।