ETV Bharat / entertainment

ଝିଅ ସହ ଦେଶୀ ଲୁକରେ ପ୍ରିୟଙ୍କା ଚୋପ୍ରା - ନିକ ଜୋନସ

ଆଜିକାଲି ପରିବାର ସହ ଅଧିକ ସମୟ ବିତାଉଛନ୍ତି ଗ୍ଲୋବାଲ ତାରକା ପ୍ରିୟଙ୍କା ଚୋପ୍ରା । ପ୍ରତିଦିନ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ବର୍ତ୍ତମାନ ପ୍ରିୟଙ୍କା ପୁଣି ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏବଂ ନିକ ତାଙ୍କ ଲାଡଲିକୁ ପ୍ରଥମ ଆସ୍କଟ୍ ପାଇଁ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ପ୍ରଥମ ଆସ୍କଟ୍ ପାଇଁ ଲାଡଲି ମାଲତୀଙ୍କୁ ପ୍ରସ୍ତୁତ କରୁଛନ୍ତି ନିକ ଏବଂ ପ୍ରିୟଙ୍କା

author img

By

Published : Jun 24, 2023, 8:27 AM IST

ହାଇଦ୍ରାବାଦ: ବଲିଉଡରୁ ଦୂରେଇ ରହିବା ପରେ ମଧ୍ୟ ବଲିଉଡ ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା ଲାଇମଲାଇଟରେ ରହିଛନ୍ତି । ଏହି ଅଭିନେତ୍ରୀ ବର୍ତ୍ତମାନ ତାଙ୍କ ସ୍ୱାମୀ ନିକ ଜୋନ୍ସ ଏବଂ ଝିଅ ମାଲତୀ ମେରି ଚୋପ୍ରା ଜୋନ୍ସଙ୍କ ସହ ସମୟ ବିତାଉଛନ୍ତି । ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ପରିବାରର ସୁନ୍ଦର ଫଟୋ ସେୟାର କରିଥାନ୍ତି । ନିକଟରେ ପ୍ରିୟଙ୍କା ଚୋପ୍ରା ତାଙ୍କ ପାରିବାରିକ ଛୁଟିଦିନର ଫଟୋ ସେୟାର କରି ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଥିଲେ । ଏବେ ପୁଣି ଥରେ ପ୍ରିୟଙ୍କା ତାଙ୍କ ଝିଅ ମାଲତୀ ଏବଂ ସ୍ୱାମୀ ନିକଙ୍କ ସହିତ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ପ୍ରିୟଙ୍କା ଏବଂ ନିକ ତାଙ୍କ ଲାଡଲିକୁ ପ୍ରଥମ ଆସ୍କଟ୍ ପାଇଁ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି ।

ପ୍ରଥମ ଆସ୍କଟ୍ ପାଇଁ ଲାଡଲି ମାଲତୀଙ୍କୁ ପ୍ରସ୍ତୁତ କରୁଛନ୍ତି ନିକ ଏବଂ ପ୍ରିୟଙ୍କା
ପ୍ରଥମ ଆସ୍କଟ୍ ପାଇଁ ଲାଡଲି ମାଲତୀଙ୍କୁ ପ୍ରସ୍ତୁତ କରୁଛନ୍ତି ନିକ ଏବଂ ପ୍ରିୟଙ୍କା

ପ୍ରିୟଙ୍କା ନିଜ ଇନଷ୍ଟା ଷ୍ଟୋରୀରେ ଅନେକ ଫଟୋକୁ ସେୟାର କରିଛନ୍ତି । ଏହି ଛବି ଗୁଡିକୁ ସେୟାର୍ କରି ପ୍ରିୟଙ୍କା କ୍ୟାପସନରେ ଲେଖିଛନ୍ତି ଯେ ମାଲତୀ ତାଙ୍କର ପ୍ରଥମ ରୟାଲ୍ ଆସ୍କଟରେ ଯୋଗଦେବାକୁ ଯାଉଛନ୍ତି, ଏଥିପାଇଁ ସେ ଏକ ରାଜକୁମାରୀ ଲୁକରେ ନଜର ଆସିବେ । ଫଟୋରେ ପ୍ରିୟଙ୍କା ଏକ କ୍ରିମ୍ ରଙ୍ଗର ସୁଟରେ ଦେଶୀ ଲୁକରେ ନଜର ଆସିଥିବା ବେଳେ ନିକ ମଧ୍ୟ କ୍ରିମ ରଙ୍ଗର ଆଉଟଫିଟରେ ଖୁବ ସୁନ୍ଦର ଦେଖାଯାଉଛନ୍ତି । ଝିଅ ମାଲତୀ ଏକ ହ୍ବାଇଟ ଫ୍ରକରେ ନଜର ଆସିଛନ୍ତି । ନିକ ଏବଂ ପ୍ରିୟଙ୍କା ମାଲତୀଙ୍କ କ୍ୟାପ ସଜାଡୁଥିବାର ଦେଖିବାକୁ ମିଳିଛି ।

ପରିବାର ସହ ଛୁଟିରେ ଯିବାର ଫଟୋ ସେୟାର କରିଛନ୍ତି ପ୍ରିୟଙ୍କା

ଅନ୍ୟପକ୍ଷରେ, ଦ୍ୱିତୀୟ ଫଟୋରେ ସେ ଛୁଟିରେ ଯିବାର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ତାଙ୍କ ପରିବାର ସହିତ ଦେଖିବାକୁ ମିଳୁଛି । ଏହି ଫଟୋ ଗୁଡିକୁ ସେୟାର୍ କରି ପ୍ରିୟଙ୍କା ଚୋପ୍ରା ଲେଖିଛନ୍ତି, 'ଓ .. ପ୍ରିନ୍ସିସ୍ ମାଲତୀକୁ ତାଙ୍କର ପ୍ରଥମ ଫେସିନେଟର ମିଳିଛନ୍ତି । ବର୍ତ୍ତମାନ ପ୍ରଶଂସକମାନେ ମାଲତୀଙ୍କ ଏହି ଫଟୋକୁ ବହୁତ ପସନ୍ଦ କରୁଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, ଏହା ବର୍ତ୍ତମାନ ସୁନ୍ଦର ଦେଖାଯାଉଛି । ଅନ୍ୟ ଜଣେ ଲେଖିଛନ୍ତି, ମାଲତୀ ବର୍ତ୍ତମାନ ତାଙ୍କ ପିତାମାତାଙ୍କ ପରି ସୁପର ସୁନ୍ଦର ଦେଖାଯାଉଛନ୍ତି ।

ସୂଚନା ଅନୁସାରେ, ଆସ୍କଟ୍ ହେଉଛି ଏକ ବ୍ରିଟିଶ୍ ଘୋଡା ଦୌଡ଼ ପ୍ରତିଯୋଗିତା । ଯାହା ପ୍ରତିବର୍ଷ ଜୁନ୍ ମାସରେ ଅନୁଷ୍ଠିତ ହୋଇଥାଏ । ପ୍ରତିବର୍ଷ ଏହି ପ୍ରତିଯୋଗିତା ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଏହି ପ୍ରତିଯୋଗିତାରେ ପ୍ରିୟଙ୍କା ଏବଂ ନିକ ମଧ୍ୟ ସାମିଲ ହୋଇଛନ୍ତି । ସେପଟେ ପ୍ରିୟଙ୍କାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ସେ ହଲିଉଡ ଫିଲ୍ମ 'ହେଡ୍ ଅଫ୍ ଷ୍ଟେଟ୍'ରେ ନଜର ଆସିବେ । ଏହି ଫିଲ୍ମରେ ପ୍ରିୟଙ୍କା ଚୋପ୍ରା ବିଶ୍ୱ ପ୍ରସିଦ୍ଧ ରିଙ୍ଗ ରେସଲର ଜୋନ୍ ଏବଂ ଇଦ୍ରିସ୍ ଏଲ୍ବାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ଇୟା ନୈସୁନାଲ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଏବଂ ଫିଲ୍ମର ନିର୍ମାତା ହେଉଛନ୍ତି ଆମାଜନ ଷ୍ଟୁଡିଓ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.