ETV Bharat / entertainment

ଗର୍ଭାବସ୍ଥାରେ ଇମୋସନାଲ ମେସେଜ୍‌ ସେୟାର କଲେ କାଜଲ ଅଗ୍ରୱାଲ

author img

By

Published : Apr 9, 2022, 3:52 PM IST

ଅଭିନେତ୍ରୀ କାଜଲ ଅଗ୍ରୱାଲ ମାତୃତ୍ୱ ଫଟୋସୁଟ୍ କରିଛନ୍ତି । ଏହା ସହିତ ଅଭିନେତ୍ରୀ ମାତୃତ୍ବ ବିଷୟରେ ଏକ ସ୍ୱତନ୍ତ୍ର ବାର୍ତ୍ତା ମଧ୍ୟ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ଗର୍ଭାବସ୍ଥାରେ ଇମୋସନାଲ ମେସେଜ୍‌ ସେୟାର କଲେ କାଜଲ ଅଗ୍ରୱାଲ
ଗର୍ଭାବସ୍ଥାରେ ଇମୋସନାଲ ମେସେଜ୍‌ ସେୟାର କଲେ କାଜଲ ଅଗ୍ରୱାଲ

ହାଇଦ୍ରାବାଦ: ଆଜିକାଲି କାଜଲ ଅଗ୍ରୱାଲ ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି । କାଜଲ ଏବଂ ଗୌତମ କିଚଲୁ ସେମାନଙ୍କର ପ୍ରଥମ ଶିଶୁର ଆଗମନକୁ ଅପେକ୍ଷା କରିଛନ୍ତି । କାଜଲ ଚଳିତ ବର୍ଷ ଆରମ୍ଭରେ ନିଜର ଗର୍ଭଧାରଣ ନେଇ ଘୋଷଣା କରିଥିଲେ। ଏହି ସମୟରେ ଅଭିନେତ୍ରୀ ଏକ ମାତୃତ୍ୱ ଫଟୋସୁଟ୍ କରିଛନ୍ତି, ଯାହାର ଫଟୋ ସେୟାର୍ କରିଛନ୍ତି । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହା ସହିତ ଅଭିନେତ୍ରୀ ମାତୃତ୍ବ ବିଷୟରେ ଏକ ସ୍ୱତନ୍ତ୍ର ବାର୍ତ୍ତା ମଧ୍ୟ ସେୟାର କରିଛନ୍ତି । ଏହି ସମୟରେ କାଜଲ ଏକ ଥାଇ ହାଇ ସ୍ଲିଟ୍ ଗାଉନ୍ ପିନ୍ଧିଛନ୍ତି, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । କାଜଲ ଆହୁରି ବାର୍ତ୍ତା ଲେଖିଛନ୍ତି, 'ଆସନ୍ତୁ ଏହାକୁ ସାମ୍ନା କରିବା। ମାଆ ହେବା ପାଇଁ ପ୍ରସ୍ତୁତ ହେବା ସୁନ୍ଦର ଅଟେ, କିନ୍ତୁ ଏହା ବିଚଳିତ ମଧ୍ୟ କରୁଛି ।

କାଜଲ ଆହୁରି ଲେଖିଛନ୍ତି, 'ଗୋଟେ ସମୟରେ ଆପଣଙ୍କୁ ଲାଗିବ କି ସବୁକିଛି ଆପଣଙ୍କ କଣ୍ଟ୍ରୋଲରେ ଅଛି, ଆଉ ଗୋଟେ ମୁହୂର୍ତ୍ତରେ ଆପଣ ଅନୁଭବ କରିବେ ଯେ ସବୁ କିଛି ଖରାପ ଚାଲିଛି। ଆପଣଙ୍କୁ ଚିନ୍ତା କରିବାକୁ ପଡିବ ଯେ, ଶୋଇବା ସମୟ ପର୍ଯ୍ୟନ୍ତ କିପରି ମ୍ୟାନେଜ କରାଯାଇପାରିବ ଏବଂ ଏହି ଦିନ, ସପ୍ତାହ ଏବଂ ମାସରେ ଆମ ପିଲା ଏବଂ ଆମର ସାଥୀମାନଙ୍କୁ ଭଲ ପାଇବାବେଳେ, ବେଳେବେଳେ ଆମେ ଭୁଲିଯାଉ ଯେ ସୁଖ, ଦୁଃଖ, ଚିନ୍ତା, ହୃଦୟ ଭାଙ୍ଗିବା ଭଳି ଭାବନା ଆମର ନିଆରା କାହାଣୀକୁ ଏକାଠି ଯୋଡେ ଏବଂ ଏହାକୁ ନିଜର କରେ ।

କାଜଲ ତାଙ୍କ ଗର୍ଭଧାରଣ ଅଭିଜ୍ଞତା ବିଷୟରେ କିଛି ଦିନ ପୂର୍ବରୁ କହିଥିଲେ, 'ମୁଁ ବହୁତ ଉତ୍ସାହିତ ଏବଂ ନର୍ଭସ ଅଛି। ମୁଁ ଜାଣେ ଯେ ପିଲାଙ୍କୁ ପାଳିବା, ତାଙ୍କୁ ସଠିକ୍ ଶିକ୍ଷା ଦେବା ଏବଂ ତାଙ୍କୁ ଜଣେ ଭଲ ମଣିଷ କରିବା ଏକ ବଡ ଦାୟିତ୍ବ। ଆଗକୁ ଯାତ୍ରା ପାଇଁ ମୁଁ ଉତ୍ସାହିତ । ମୁଁ ଏବଂ ମୋ ସ୍ୱାମୀ ବହୁତ ଉତ୍ସାହିତ ଅଛୁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.