ETV Bharat / entertainment

ସାଉଥ୍‌ ଫିଲ୍ମରେ ଧମାକାଦାର ଡ୍ୟାନ୍ସ କରିବେ ସଲମାନ, କୋରିଓଗ୍ରାଫ୍ କରିବେ ପ୍ରଭୁ ଦେବା

author img

By

Published : May 3, 2022, 4:51 PM IST

ସଲମାନ ଖାନ ଏବେ ଏହି ସାଉଥ ଫିଲ୍ମରେ ଅଣ୍ଟା ହଲାଉଥିବା ନଜର ଆସିବେ । ଏଥିପାଇଁ ପ୍ରସିଦ୍ଧ କୋରିଓଗ୍ରାଫର ପ୍ରଭୁ ଦେବା ଏକ ସ୍ୱତନ୍ତ୍ର ଡ୍ୟାନ୍ସ ପ୍ରସ୍ତୁତ କରୁଛନ୍ତି । ଅଧିକ ପଢନ୍ତୁ

ଏହି ସାଉଥ୍‌ ଫିଲ୍ମରେ ଧମାକାଦାର ଡ୍ୟାନ୍ସ କରିବେ ସଲମାନ

ହାଇଦ୍ରାବାଦ: ମେଗାଷ୍ଟାର ଚିରଞ୍ଜୀବୀଙ୍କ ଅଭିନୀତ ତଥା ମୋହନ ରାଜାଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଗଡଫାଦର' କୋନିଡେଲା ପ୍ରଡକ୍ସନ୍ କମ୍ପାନୀ ଏବଂ ସୁପର ଗୁଡ୍ ଫିଲ୍ମ ଦ୍ୱାରା ନିର୍ମିତ ହେଉଛି । ଏଥିରେ ବଲିଉଡର ସୁପରଷ୍ଟାର ସଲମାନ ଖାନ ମଧ୍ୟ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିବେ। କେବଳ ଏତିକି ନୁହେଁ, ଟିମ୍‌ ମେଗାଷ୍ଟାର ଚିରଞ୍ଜୀବୀ ଏବଂ ସଲମାନ ଖାନଙ୍କ ପାଇଁ ଏକ ସିଜିଲିଙ୍ଗ୍‌ ଗୀତର ଯୋଜନା କରିଥିଲେ। ପ୍ରଭୁ ଦେବା ଏହି ନୃତ୍ୟକୁ କୋରିଓଗ୍ରାଫ୍ କରିବେ ଏବଂ ଏସ୍ ଥମନ୍ ସଂଗୀତ ରଚନା କରିବେ ।

ସଙ୍ଗୀତକାର ଥମନ ଏହି ଗୀତ ବିଷୟରେ ଘୋଷଣା କରିଛନ୍ତି। ଉତ୍ସାହିତ ସଂଗୀତଜ୍ଞ ମେଗାଷ୍ଟାର୍ ଚିରଞ୍ଜୀବୀ, ପ୍ରଭୁ ଦେବା, ମୋହନ ରାଜା ଏବଂ ଅନ୍ୟମାନଙ୍କ ସହ ନିଜର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, ପ୍ରଭୁ ଦେବା ଆମର ବସ୍ ଚିରଞ୍ଜୀବୀ ଏବଂ ସଲମାନ ଖାନଙ୍କ ପାଇଁ ଏକ ଗୀତକୁ କୋରିଓଗ୍ରାଫ୍ କରିବେ।

ମାଲାୟାଲମ୍ ସୁପରହିଟ୍ ଫିଲ୍ମ 'ଲୁସିଫେର୍'ର ମୂଳ ରିମେକ୍ 'ଗଡଫାଦର' । ବର୍ତ୍ତମାନ ଏହାର ପ୍ରଡକ୍ସନ୍ ଶେଷ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ ନୟନତାରାଙ୍କର ପ୍ରମୁଖ ଭୂମିକା ରହିବ ଏବଂ ପୁରୀ ଜଗନ୍ନାଥ ଏକ କ୍ୟାମୋରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ସତ୍ୟ ଦେବଙ୍କର ମଧ୍ୟ ଭୂମିକା ରହିଛି।

ଏହାପୂର୍ବରୁ ଚିରଞ୍ଜୀବୀ ଏକ ଟୁଇଟ୍ ମାଧ୍ୟମରେ କହିଥିଲେ ଯେ, ସଲମାନ ଖାନ ତାଙ୍କ ଫିଲ୍ମ ଗଡଫାଦରରେ ଏକ କ୍ୟାମୋ କରିବେ। ଏହି ଖବର ଶୁଣିବା ପରେ ଚିରଞ୍ଜୀବୀ ଏବଂ ସଲମାନ ଖାନଙ୍କ ପ୍ରଶଂସକଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଉଭୟ ମେଗାଷ୍ଟାରଙ୍କ ପ୍ରଶଂସକମାନେ ଫିଲ୍ମର ରିଲିଜ୍ ତାରିଖ ଘୋଷଣାକୁ ଅପେକ୍ଷା କରିଛନ୍ତି। ତେବେ ଏହା ପ୍ରଥମ ଥର ହେବାକୁ ଯାଉଛି କି, ସଲମାନ ଖାନଙ୍କୁ ଏକ ଦକ୍ଷିଣ ଚଳଚ୍ଚିତ୍ରରେ କ୍ୟାମୋ କରୁଥିବା ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.