ହାଇଦ୍ରାବାଦ: କିଡନୀ ସଂକ୍ରମଣରେ ଆକ୍ରାନ୍ତ ଲୋକପ୍ରିୟ ଟିଭି ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ । ନିଜ ସ୍ବାସ୍ଥ୍ୟ ବିଷୟ ନେଇ ବୁଧବାର ସୋସିଆଲ ମିଡିଆରେ ଜଣାଇଥିଲେ ଅଭିନେତ୍ରୀ । ଯାହାକୁ ଦେଖି ଅନେକ ଷ୍ଟାର୍ ଏବଂ ଫ୍ୟାନ୍ସ ଶିବାଙ୍ଗୀଙ୍କ ଆରୋଗ୍ୟ କାମନା କରିଛନ୍ତି
- " class="align-text-top noRightClick twitterSection" data="
">
ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ସେ କିଡନୀ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ନେଇ ଅବଗତ କରାଇବା ସହ ଏକ ଫଟୋ ସେୟାର କରିଛନ୍ତି। ଡାକ୍ତରଖାନା ନିଆଯିବା ପରେ ତାଙ୍କ ଧ୍ୟାନ ରଖିଥିବାରୁ ମେଡିକାଲ କର୍ମଚାରୀ, ତାଙ୍କ ପ୍ରିୟଜନ ଏବଂ ସାଙ୍ଗମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ସେ ଫ୍ୟାନ୍ସଙ୍କୁ ସ୍ବାସ୍ଥ୍ୟ ସମସ୍ୟାକୁ କେବେ ହେଲେ ଅଣଦେଖା ନକରିବାକୁ ଅନୁରୋଧ କରିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏବଂ ସେ ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ସେ ଡାକ୍ତରଖାନା ଶଯ୍ୟାରେ ଆଖି ବନ୍ଦ କରି ସ୍ମାଇଲ କରିଥିବା ଦେଖିବାକୁ ମିଳିଛି । ତାଙ୍କ ସାମ୍ନାରେ ପଇଡ଼ ପାଣି ରଖାଯାଇଥିବା ମଧ୍ୟ ନଜର ଆସିଛି ।
ସେ ଇନ୍ଷ୍ଟାଗ୍ରାମରେ ପୋଷ୍ଟ୍ କରି ଲେଖିଛନ୍ତି, "ସମସ୍ତଙ୍କୁ ନମସ୍କାର, ଗତ କିଛି ଦିନ ମୋ ପାଇଁ କଠିନ ଥିଲା । ମୋର କିଡନୀ ସଂକ୍ରମଣ ହୋଇଛି, କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ଭଗବାନଙ୍କ କୃପାରୁ ମୋ ପରିବାର, ବନ୍ଧୁ, ଡାକ୍ତର, ଡାକ୍ତରଖାନା କର୍ମଚାରୀଙ୍କ ସର୍ପୋର୍ଟ ଯୋଗୁଁ ମୁଁ ଏବେ ଧୀରେଧୀରେ ସୁସ୍ଥ ଅନୁଭବ କରୁଛି ।" ଏଥିସହ ସେ ଆହୁରି ଲେଖିଛନ୍ତି ଯେ, "ଆପଣମାନେ ସମସ୍ତେ ନିଜ ଶରୀରର ଯତ୍ନ ନିଅନ୍ତୁ ଏବଂ ପ୍ରଚୁର ପାଣି ପିଅନ୍ତୁ । ମୁଁ ଆପଣମାନଙ୍କୁ ବହୁତ ଭଲ ପାଏ । ଏବଂ ମୁଁ ଖୁବ୍ଶୀଘ୍ର କର୍ମକ୍ଷେତ୍ରକୁ ଫେରିବି ।"
ଅଭିନେତ୍ରୀ ଏହି ଖବର ସେୟାର କରିବା ମାତ୍ରେ, ତାଙ୍କର ବନ୍ଧୁ ଏବଂ ଫ୍ୟାନ୍ସ ପ୍ରତିକ୍ରିୟାରେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଏଥିସହ ଇଣ୍ଡଷ୍ଟ୍ରିର ମଧ୍ୟ ଅନେକ ସହକର୍ମୀ ଏବଂ ସମର୍ଥକ ତାଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତା ପ୍ରକଟ କରି ତାଙ୍କ ଶରୀର ସୁସ୍ଥ କାମନା କରିଛନ୍ତି । କୁଣ୍ଡଲି ଭାଗ୍ୟର ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ କମେଣ୍ଟ ଦେଇ ଲେଖିଛନ୍ତି, "ରାଜକୁମାରୀ ତୁମେ ଭଲରେ ରୁହ ଏବଂ ତୁମକୁ ଆର୍ଶୀବାଦ ମିଳୁ ଏବଂ ତୁମେ ଶୀଘ୍ର ସୁସ୍ଥ ହୁଅ ।" ସେହିପରି ଧୀରଜ ଧୋପର ମଧ୍ୟ ଯତ୍ନ ନିଅ ଏବଂ ଶୀଘ୍ର ସୁସ୍ଥ ହୁଅ ବୋଲି କହିଛନ୍ତି। ରୁବିନା ଦିଲାଇକ୍ ଏହି ପୋଷ୍ଟରେ ମନ୍ତବ୍ୟ ଦେଇ କହିଛନ୍ତି, ଶୀଘ୍ର ସୁସ୍ଥ ହୁଅ । ଅନ୍ୟପଟେ ଶ୍ବେତା ତିୱାରୀ ମଧ୍ୟ ଲେଖିଛନ୍ତି, ତୁମେ ଶୀଘ୍ର ସୁସ୍ଥ ହେଇଯାଅ ।
ସୂଚନା ଥାଉ କି, 24 ବର୍ଷୀୟା ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ, ଲୋକପ୍ରିୟ ଟିଭି ସିରିଏଲ ୟେ ରିସ୍ତା କ୍ୟା କେହଲତା ହେ ଏବଂ ବାଲିକା ବଧୂ-2ରେ ନିଜ ଭୂମିକା ପାଇଁ ବେଶ୍ ଜଣାଶୁଣା । ଏଥିସହ ସେ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ସୋ' ଖତ୍ରୋଁ କେ ଖିଲାଡି ସିଜନ-12ରେ ମଧ୍ୟ ନଜର ଆସିଥିଲେ ।